ଆଜିଠୁ କେନ୍ଦ୍ରୀୟ ବଜେଟ୍ ଅଧିବେଶନ, ୧ରେ ପୂର୍ଣ୍ଣାଙ୍ଗ ବଜେଟ୍‌

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ସଦସ୍ୟଙ୍କୁ ଉଦବୋଧନ ଦେବା ପରେ ଆରମ୍ଭ ହେବ ୨୦୨୩-୨୪ ଆର୍ଥକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ।

ପାର୍ଲାମେଣ୍ଟ ।

  • Published: Tuesday, 31 January 2023
  • , Updated: 31 January 2023, 07:57 AM IST

ଆଜିଠାରୁ ଆରମ୍ଭ ହେଉଛି କେନ୍ଦ୍ରୀୟ ବଜେଟ୍ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ସଦସ୍ୟଙ୍କୁ ଉଦବୋଧନ ଦେବା ପରେ ଆରମ୍ଭ ହେବ ୨୦୨୩-୨୪ ଆର୍ଥକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ।

ଏଥର ବଜେଟ୍ ଅଧିବେଶନରେ ୨୭ଟି କାର୍ଯ୍ୟ ଦିବସ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ଅଧିବେଶନ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ ।

ଏହି ଅଧିବେଶନରେ ସରକାର ବଜେଟ ସମେତ ୩ଟି ବିଲ୍‌ ଆଣିବା ପାଇଁ ଯୋଜନା ରଖିଛନ୍ତି। ଅଧିବେଶନ ଏପ୍ରିଲ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ମଝିରେ ବଜେଟ ପେପର ଯାଞ୍ଚ ଲାଗି ମାସେ ସମୟ ଅବକାଶ ରହିବ ।

। ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭି. ଅନନ୍ତ ନାଗେଶ୍ୱରନ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ । ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ଓ ରାଜ୍ୟସଭାରେ ବିବୃତି ରଖିବେ ।

ଅଧିବେଶନର ପ୍ରଥମ ୨ ଦିନ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଏଣୁ ଏଥିଲାଗି ଉଭୟ ଶାସକ ଓ ବିରୋଧି ଦଳ ନିଜ ନିଜ ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି।

ଏଥର ବିରୋଧୀ ଦଳଗୁଡ଼ିକ ଆଦାନୀ-ହିଣ୍ଡେନବର୍ଗ ବିବାଦ, ଦେଶବ୍ୟାପୀ ଜାତିଭିତ୍ତିକ ଅର୍ଥନୈତିକ ଜନଗଣନା ଓ ମହିଳା ସଂରକ୍ଷଣ ବିଲ୍‌ ଆଦିକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।

Related story