Advertisment

ରଥଯାତ୍ରା ଦେଖୁଥିବା ବେଳେ ହଠାତ୍‌ ଭୁଶୁଡ଼ି ଗଲା ବିଲଡିଂର ବାଲକୋନୀ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅହମଦାବାଦର ଦିରିୟାପୁରରେ ଆୟୋଜିତ ହୋଇଥିଲା। ରାସ୍ତାରେ ମହାବାହୁଙ୍କ ରଥ ଗଡ଼ୁ ଥିବା ବେଳେ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା।

author-image
Hemant Lenka
Gujarat

Gujarat

ରଥଯାତ୍ରାରେ ଘଟିଛି ଅଘଟଣ। ବାଲକୋନୀ ଉପରେ ଛିଡ଼ା ହୋଇ ଲୋକମାନେ ରଥଯାତ୍ରାର ଦେଖୁଥିବା ବେଳେ ହଠାତ୍‌ ଏହା ଭୁଶୁଡ଼ି ପଡ଼ିଛି। ଫଳରେ ବାଲକୋନୀରେ ଥିବା ଲୋକଙ୍କ ସମେତ ରାସ୍ତାରେ ଛିଡ଼ା ହୋଇଥିବା ଲୋକମାନେ ଧ୍ୱଂସାବଶେଷ ତଳେ ଚାପି ହୋଇ ଯାଇଛନ୍ତି। ଗୁଜରାଟର ଅହମଦାବାଦରେ ଏପରି ଘଟଣା ଘଟିଥିବା ବେଳେ ଏଥିରେ ୮ ଜଣ ବର୍ତ୍ତମାନ ସୁଦ୍ଧା ଆହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।

Advertisment

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅହମଦାବାଦର ଦିରିୟାପୁରରେ ଆୟୋଜିତ ହୋଇଥିଲା। ରାସ୍ତାରେ ମହାବାହୁଙ୍କ ରଥ ଗଡ଼ୁ ଥିବା ବେଳେ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା।

ଏହିକ୍ରମରେ କିଛି ଲୋକ ରାସ୍ତା କଡ଼ରେ ଥିବା ଗୋଟିଏ ପୁରୁଣା ଦୁଇ ମହଲା କୋଠାର ବାଲକୋନୀରେ ଛିଡ଼ା ହୋଇ ରଥାରୂଢ଼ ମହାପ୍ରଭୁଙ୍କ ଅପୂର୍ବ ଯାତ୍ରାକୁ ଚର୍ମଚକ୍ଷୁରେ ଦେଖୁଥିଲେ।

Advertisment

ତେବେ ରଥ ଘରଘର ନାଦ କରି ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଦୁଇ ମହଲା କୋଠାର ବାଲକୋନୀ ଲୋକଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ଅନେକ ଲୋକ ଏହା ତଳେ ଚାପି ହୋଇଯାଇଥିଲେ। ଏହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା।

ରାସ୍ତାରେ ଥିବା ଲୋକମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ଖବର ପାଇ ପୁଲିସ୍‌ ଓ ପ୍ରଶାସନ ତୁରନ୍ତ ଧ୍ୱଂସାବଶେଷ ତଳୁ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏବେ ସୁଦ୍ଧା ଉଦ୍ଧାର ହୋଇଥିବା ୮ ଜଣଙ୍କ ଅବସ୍ଥା ସ୍ଥିର ଥିବା ପୁଲିସ୍‌ କହିଛି।

ମଙ୍ଗଳବାର ଅହମଦାବାଦରେ ଭଗବାନ ଜଗନ୍ନାଥଙ୍କ ୧୪୬ତମ ରଥଯାତ୍ରା ଆରମ୍ଭ ହୋଇଛି। ଲକ୍ଷାଧିକ ଲୋକ ଏଥିରେ ସାମିଲ ହୋଇ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିଛନ୍ତି।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ପହଣ୍ଡି ବିଧି କରିଥିବା ବେଳେ ଭୋର ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳା ଆରତୀ କରିଥିଲେ।

Ratha Yatra Gujarat