Advertisment

Metro pillar: ବଡ଼ ଅଘଟଣ: ଅଟୋ ଓ କାର ଉପରେ ଖସିପଡ଼ିଲା ମେଟ୍ରୋ ପିଲାର୍‌

ଅଟୋଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାରର ଆଗ ପଟ ଅଂଶ ଛିନଛତ୍ର ହୋଇଯାଇଛି। ସ୍ଥାନୀୟ ଲୋକମାନେ ଅଟୋରେ ଫସି ରହିଥିବା ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

Metro

ଘଟଣାସ୍ଥଳର ଦୃଶ୍ୟ

Advertisment

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ମୁଲୁଣ୍ଡରେ ଘଟିଛି ବଡ଼ ଅଘଟଣ। ଏଠାରେ ଚାଲିଥିବା ନିର୍ମାଣଧୀନ ମେଟ୍ରୋ ଲାଇନ(Metro Rail)ର ଗୋଟିଏ ସିମେଣ୍ଟ ପିଲାର ବିଚ ରାସ୍ତାରେ ଖସି ପଡ଼ିଛି। ବିରାଟକାୟ ସିମେଣ୍ଟ ପିଲାରରେ ରାସ୍ତା ଯାଉଥିବା ଗୋଟିଏ ଅଟୋ ଓ କାର ଉପରେ ପଡ଼ିବାରୁ ୪ ଜଣ ଲୋକ ଆହତ ହୋଇଛନ୍ତି।

Advertisment

ଅଟୋଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାରର ଆଗ ପଟ ଅଂଶ ଛିନଛତ୍ର ହୋଇଯାଇଛି। ସ୍ଥାନୀୟ ଲୋକମାନେ ଅଟୋରେ ଫସି ରହିଥିବା ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। 

ପୂରା ଘଟଣା ଶନିବାର ଅପରାହ୍ନ ୧୨.୨୦ରେ ଘଟିଛି। ଜନସନ ଆଣ୍ଡ ଜନସନ ଫ୍ୟାକ୍ଟ୍ରୀ ସାମ୍ନାରେ ଥିବା ଏଲବିଏସ୍‌ ରାସ୍ତାରେ ଏପରି ଅଘଟଣ ଘଟିଛି। ଏଠାରେ ମେଟ୍ରୋ କାମ ଚାଲିଥିବା ବେଳେ ଗୋଟିଏ ବିରାଟକାୟ ସିମେଣ୍ଟ ପିଲାର ଖସିଥିଲା ଓ ସିଧା ରାସ୍ତାରେ ଯାଉଥିବା ଅଟୋ ଉପରେ ପଡ଼ିଥିଲା। ଅଟୋଟି ସଂପୂର୍ଣ୍ଣ ଭାବେ ସିମେଣ୍ଟ ପିଲାର ତଳେ ଚାପି ହୋଇ ଯାଇଥିବା ବେଳେ ଆଉ କାରର କିଛି ଅଂଶ ମଧ୍ୟ ସିମେଣ୍ଟ ପିଲାର ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି।

Advertisment

ସାଧାରଣ ଲୋକ ଓ ସ୍ଥାନୀୟ ପୌର ଅଧିକାରୀ ତୁରନ୍ତ ସିମେଣ୍ଟ ପିଲାର ତଳେ ଫସିଥିବା ଅଟୋରୁ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। 

ଜଣେ ଅଧିକାରୀ କହିଛନ୍ତି, “ଗୋଟିଏ ସିମେଣ୍ଟ ସ୍ଲାବ ଭୁଶୁଡ଼ିବା ଥିଲା ଓ ତଳେ ଥିବା ଅଟୋ ରିକ୍ସା ଉପରେ ପଡ଼ିଥିଲା। ଏଥିଯୋଗୁ ଅଟୋଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଘଟଣାରେ ୩ରୁ ୪ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀ, ପୁଲିସ୍‌ କର୍ମଚାରୀ ଓ ମେଟ୍ରୋଲ ରେଳ ରୁଟ(ଲେନ ୪)ର ଅଧିକାରୀମାନେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଘଟଣାର ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି।” 

ମୁମ୍ବାଇ ଫାୟାର ବ୍ରିଗେଡ(ଏମଏଫବି), ଏକାଧିକ ଏଜେନ୍ସି ଘଟଣା ସ୍ଥଳରେ ରହିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। 

Metro Rail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe