Advertisment

ବର୍ତ୍ତମାନ ସୁଦ୍ଧା କାହାର ଭୋଟ ଭାଗ କେତେ?

ଏସବୁ ଭିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ କେଉଁ ଦଳର ଭୋଟ ଶେୟାର କେତେ ରହିଛି, ତା’ର ତଥ୍ୟ ସାର୍ବଜନୀନ କରାଯାଇଛି। କଂଗ୍ରେସ ୪୨.୯% ଭୋଟ ପାଇଥିବା ବେଳେ ବିଜେପି ୩୬.୨% ଓ ଜେଡିଏସ୍‌ ୧୨.୯୭% ଭୋଟ ପାଇଛି।

author-image
Hemant Lenka
Congress

Congress

କର୍ଣ୍ଣାଟକାରେ ଭୋଟ ଗଣତି ଚାଲିଥିବା ବେଳେ କଂଗ୍ରେସ ବହୁତ ଆଗରେ ରହିଛି। କ୍ଷମତାସୀନ ବିଜେପି ୨୦୧୮ ତୁଳନାରେ ଏଥର ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଏବେକାର ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ ୧୧୯ଟି ଆସନରେ ଆଗରେ ଥିବା ବେଳେ ବିଜେପି ୭୩ଟି, ଜେଡିଏସ୍‌ ୨୫ ଓ ଅନ୍ୟାନ୍ୟ ଦଳ ୭ଟି ଆସନରେ ଲିଡ କରୁଛନ୍ତି।

Advertisment

ଏସବୁ ଭିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ କେଉଁ ଦଳର ଭୋଟ ଶେୟାର କେତେ ରହିଛି, ତା’ର ତଥ୍ୟ ସାର୍ବଜନୀନ କରାଯାଇଛି। କଂଗ୍ରେସ ୪୨.୯% ଭୋଟ ପାଇଥିବା ବେଳେ ବିଜେପି ୩୬.୨% ଓ ଜେଡିଏସ୍‌ ୧୨.୯୭% ଭୋଟ ପାଇଛି।

ଏହାବାଦ ଏଏଏପି ୦.୫୭%, ଏଆଇଏଫବି ଆଦୌ ଭୋଟ ପାଇନି, ଏଆଇଏମଆଇଏମ ୦.୦୨%, ବିଏସ୍‌ପି ୦.୨୮%, ସିପିଆଇ ୦.୦୨%, ସିପିଆଇ(ଏମ) ୦.୦୫%, ସିପିଆଇଏମ(ଏମଏଲ) ଆଦୌ ଭୋଟ ପାଇନାହିଁ।

Advertisment

ଅନ୍ୟପକ୍ଷରେ ଚଳିତ ବର୍ଷ କର୍ଣ୍ଣାଟକାରେ ରେକର୍ଡ ସଂଖ୍ୟକ ଭୋଟ ହୋଇଥିଲା। ୭୨.୭% ଲୋକ ଏଥର ଭୋଟ ଦେଇଥିଲେ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଭୋଟ ଭାଗ ଅଧିକ ରହିଥିଲା। ୨୦୧୮ରେ ୭୨.୫୬%, ୨୦୧୩ରେ ୭୨.୩୧%, ୨୦୦୮ରେ ୬୬.୧% ଓ ୨୦୦୪ରେ ୬୬.୪୯% ଭୋଟିଂ ହୋଇଥିଲା।

Karnataka Karnataka Polls 2023 Karnataka Assembly Election