Train
ରେଳ ଧାରଣାରୁ ଖସିଲା ପାସେଞ୍ଜର ବଗି। ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲା ଅନ୍ତର୍ଗତ ଖଡ଼ଗପୁର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ମେଦିନାପୁର-ହାୱଡ଼ା ଲୋକାଲ ଟ୍ରେନ୍ର ଗୋଟିଏ ବଗି ଶନିବାର ରାତିରେ ଲାଇନ୍ ଚ୍ୟୁତ ହୋଇଛି। ଦକ୍ଷିଣପୂର୍ବ ରେଳପଥର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।
ଏହି ଟ୍ରେନ୍ ହାୱଡ଼ା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ତେବେ ସୌଭାଗ୍ୟକୁ ଏହି ବଗିରେ କେହି ନ ଥିଲେ। ତେବେ ଦୁର୍ଘଟଣା ଯୋଗୁ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଏହି ଲାଇନ୍ ଦେଇ ଯାତାୟତ ବନ୍ଦ ହୋଇଯାଇଥିଲା।
ରେଲୱେ କର୍ତ୍ତୃପକ୍ଷ ଓ ବିଭାଗୀୟ ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ଲାଇନ୍ଚ୍ୟୁତ ବଗିକୁ ପୁଣି ଲାଇନ୍କୁ ଅଣାଯାଇଥିଲା। ଏଥିସହ ରେଳୱେ ଟ୍ରାକ୍କୁ ମରାମତି କରାଯାଇଥିଲା। ଯାହାପରେ ଯାତାୟତ ସ୍ୱଭାବିକ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଥାଉକି, ବାହାନଗା ରେଲୱେ ଷ୍ଟେସନ ଠାରୁ ୧୪୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ହୋଇଛି। ବାହାନଗା ରେଳ ଦୁର୍ଘଟଣାରେ ପ୍ରାୟ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଶହରୁ ଅଧିକ ଲୋକ ଆହତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us