Advertisment

ବିମାନ ଭିତରେ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର, ଦେଖନ୍ତୁ ଭିଡିଓ

ସର୍ବସମ୍ମୁଖରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବାରୁ ଜଣେ ଯାତ୍ରୀଙ୍କୁ ଏୟାରଲାଇନ୍ସ କର୍ତ୍ତୃପକ୍ଷ ବିମାନରୁ ଓହ୍ଲାଇ ଦେଇଛନ୍ତି।

author-image
Hemant Lenka
Passenger

Passenger

ବିମାନରେ ଥିବା ମହିଳା କ୍ୟାବିନ କ୍ରୁ ସଦସ୍ୟଙ୍କ ଦୁର୍ବ୍ୟବହାର କରିବା ସ୍ପାଇସଜେଟ୍‌ର ଜଣେ ଯାତ୍ରୀଙ୍କୁ ମହଙ୍ଗା ପଡ଼ିଛି। ସର୍ବସମ୍ମୁଖରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବାରୁ ଉକ୍ତ ଯାତ୍ରୀଙ୍କୁ ଏୟାରଲାଇନ୍ସ କର୍ତ୍ତୃପକ୍ଷ ବିମାନରୁ ଓହ୍ଲାଇ ଦେଇଛନ୍ତି। ସୋମବାର ପୂରା ଘଟଣା ଘଟିଥିବା ବେଳେ ଏୟାର ଲାଇନ୍ସ ପକ୍ଷରୁ ଏ ସମ୍ପର୍କରେ ଗୋଟିଏ ବିବୃତି ଜାରି କରି ସୂଚନା ଦିଆଯାଇଛି। ସେହିପରି ଯାତ୍ରୀଜଣଙ୍କ କେଉଁଭଳି ଭାବେ ମହିଳା କ୍ରୁଙ୍କ ସହ ଯୁକ୍ତିତର୍କ କରୁଛନ୍ତି, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବିମାନ କ୍ରୁ ଓ ଆଉ କିଛି ଯାତ୍ରୀ ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରୁଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ଜଣେ ମହିଳା କ୍ରୁ ସଦସ୍ୟଙ୍କ ସହ ଅତ୍ୟନ୍ତ ଅଶ୍ଳୀଳ ବ୍ୟବହାର କରିଥିବାରୁ ଏପରି ଘଟଣା ଘଟିଛି।

ଏୟାର ଲାଇନ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ସୋମବାର ସ୍ପାଇସଜେଟର ଏସଜି-୮୧୩୩ ବିମାନ ଦିଲ୍ଲୀରୁ ହାଇଦ୍ରାବାଦ ଯିବାର ଥିଲା। ଦିଲ୍ଲୀରେ ବୋର୍ଡିଂ ବେଳେ ଜଣେ ଯାତ୍ରୀ ଅତ୍ୟନ୍ତ ଖରାପ ବ୍ୟବହାର କରିବା ସହ ସମସ୍ତଙ୍କୁ ହଇରାଣ କରିଥିଲେ। ବିଶେଷ କରି କ୍ୟାବିନ କ୍ରୁଙ୍କ ସହ ଦୁର୍ବ୍ୟବହାର କରିଥିଲେ। କ୍ରୁ ପକ୍ଷରୁ ପିଆଇସି ଓ ସିକ୍ୟୁରିଟି କର୍ମଚାରୀଙ୍କୁ ତୁରନ୍ତ ଏସମ୍ପର୍କରେ ଖବର ଦିଆଯାଇଥିଲା।

Advertisment

ଏହାପରେ ଯୁକ୍ତିତର୍କ କରୁଥିବା ଯାତ୍ରୀ ଓ ତାଙ୍କ ସହ ଥିବା ଆଉ ଜଣଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ସେମାନଙ୍କୁ ସୁରକ୍ଷାକର୍ମୀମାନେ ନିଜ ସହ ନେବା ପରେ ବିମାନ ଉଡ଼ାଣ ଭରିଥିଲା।

ଉକ୍ତ ଯାତ୍ରୀ ଜଣଙ୍କ ଜଣେ ମହିଳା କ୍ରୁଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାବେ ସ୍ପର୍ଶ କରିଥିଲେ। ତେବେ ବିମାନରେ ଭିଡ଼ ହୋଇଥିବାରୁ ଭୁଲବଶତଃ ଏପରି ହୋଇଥିବା ଯାତ୍ରୀ ଜଣଙ୍କ କହିଥିଲେ। ଯାତ୍ରୀ ଜଣଙ୍କ ଲିଖିତ ଭାରବେ କ୍ଷମା ମାଗିଥିଲେ ମଧ୍ୟ ଏୟାଲାଇନ୍ସ ପକ୍ଷରୁ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା।