Advertisment

ମଝି ଆକାଶରେ ଯାତ୍ରୀଙ୍କ ଅଜବ କାଣ୍ଡ; ଫ୍ଲାଇଟ ଚଟାଣରେ ପରିସ୍ରା କରି ବନ୍ଧା ହେଲେ

କ୍ରିଉ ମେମ୍ବର ସମ୍ପୃକ୍ତ ଯାତ୍ରୀଙ୍କୁ ଏହା କରିବାକୁ ବାରଣ କରିଥିଲେ ମଧ୍ୟ ସେ ତାହାକୁ ଖାତିର କରି ନ ଥିଲେ। ଫଳରେ କ୍ରିଓ ମେମ୍ବର ତୁରନ୍ତ ସମ୍ପୃକ୍ତ ଯାତ୍ରୀଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିବା ସହ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।

author-image
Niharika Rout
Flight

Flight

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ମଝି ଆକାଶରେ ଘଟିଛି ଅଜବ କାଣ୍ଡ । ଏୟାର ଇଣ୍ଡିଆ ଫ୍ଲାଇଟ ଚଟାଣରେ ପରିସ୍ରା କରି ଗିରଫ ହେଲେ ଯାତ୍ରୀ। ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AIC 866 ନଂ ଫ୍ଲାଇଟରେ ଏପରି ଘଟଣା ଗତ ୨୪ ତାରିଖରେ ଘଟିଛି। ବିମାନଟି ନୂଆଦିଲ୍ଲୀରେ ଲ୍ୟାଣ୍ଡ କରିବା ପରେ ତୁରନ୍ତ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି।

Advertisment

ଏପରି କାଣ୍ଡ ଘଟାଇଥିବା ଯାତ୍ରୀଜଣକ ରାମ ସିଂ ବୋଲି ଚିହ୍ନଟ ହୋଇଛନ୍ତି। ଗତ ୨୪ ତାରିଖରେ ରାମ ସିଂ ଏୟାର ଇଣ୍ଡିଅ ଫ୍ଲାଇଟ୍‌ରେ ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିଲେ। ମାତ୍ର ମଝି ଆକାଶରେ ସେ ଘଟାଇଲେ ଅଜବ କାଣ୍ଡ। ସର୍ବସମ୍ମୁଖରେ ସେ ବିମାନର ଚଟାଣରେ ପରିସ୍ରା କରିବା ସହ ଛେପ ପକାଇଥିଲେ। ଅନ୍ୟ ଯାତ୍ରୀମାନେ ଏହାକୁ ପ୍ରବଳ ବିରୋଧ କରିଥିବା ବେଳେ ଏହାକୁ ନେଇ ଫ୍ଲାଇଟରେ  ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

କ୍ରିଉ ମେମ୍ବର ସମ୍ପୃକ୍ତ ଯାତ୍ରୀଙ୍କୁ ଏହା କରିବାକୁ ବାରଣ କରିଥିଲେ ମଧ୍ୟ ସେ ତାହାକୁ ଖାତିର କରି ନ ଥିଲେ। ଫଳରେ କ୍ରିଓ ମେମ୍ବର ତୁରନ୍ତ ସମ୍ପୃକ୍ତ ଯାତ୍ରୀଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିବା ସହ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।

Advertisment

ବିମାନଟି ନୂଆଦିଲ୍ଲୀରେ ଲ୍ୟାଣ୍ଡ କରିବା ପରେ ଏୟାର ଇଣ୍ଡିଆ ସିକ୍ୟୁରିଟି ଫୋର୍ସ ସମ୍ପୃକ୍ତ ଯାତ୍ରୀଙ୍କୁ ନେଇ ସ୍ଥାନୀୟ ଥାନାକୁ ଯାଇଥିଲେ। ସେଠାରେ ତାଙ୍କ ନାମରେ ଏକ ମାମଲା ରୁଜୁ ହେବା ସହ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ପୂର୍ବରୁ ବି ଏପରି ଘଟଣା ଘଟିଥିବା ବେଳେ ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଛି। ଗତବର୍ଷ ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏକ ଫ୍ଲାଇଟରେ ଜଣେ ଯାତ୍ରୀ ନିଜ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ।

ସେହିପରି ଅନ୍ୟ ଏକ ଘଟଣାରେ ଡିସେମ୍ବର ୬ ତାରିଖରେ ପ୍ୟାରିସରୁ ନୂଆଦିଲ୍ଲୀ ଆସୁଥିବା ଏକ ବିମାନରେ ଜଣେ ନିଶାସକ୍ତ ଯାତ୍ରୀ ନିଜ ମହିଳା ସହଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରି ଦେଇଥିଲେ।

Misbehave In Flight Arrest Delhi