Advertisment

ରାମଦେବ ଓ ପତଞ୍ଜଳିକୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ଥି, ବନ୍ଦ ହେଲା ଅବମାନନା ମାମଲା

ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଏମଡି ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ ଆଶ୍ୱସ୍ଥି।

author-image
Debibandita Barick
Baba Ramdev

Baba Ramdev

ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଏମଡି ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ ଆଶ୍ୱସ୍ଥି। ବିଭ୍ରାନ୍ତିକର ବିଜ୍ଞାପନ ପ୍ରସାରଣ କରିବା ମାମଲାରେ ଉଭୟଙ୍କୁ କ୍ଷମ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଅବମାନନା ମାମଲାକୁ ମଧ୍ୟ ବନ୍ଦ କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। 

Advertisment

ପତଞ୍ଜଳି ପକ୍ଷରୁ ମାମଲା ଲଢୁଥିବା ଓକିଲ ଗୌତମ ତାଲୁକଦାର କହିଛନ୍ତି, ରାମଦେବ, ବାଳକୃଷ୍ଣ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ଦେଇଥିବା ପ୍ରତିଶୃତି ଅନୁସାରେ ସର୍ବୋଚ୍ଚ ଅଦାଲତ ଅବମାନନା ମାମଲା ଉପରେ ପ୍ରକ୍ରିୟାକୁ ବନ୍ଦ କରି ଦେଇଛନ୍ତି। 

ପ୍ରକାଶ ଥାଉକି, ଇଣ୍ଡିଆନ ମେଡିକାଲ ଆସୋସିଏସନ (IMA) ପକ୍ଷରୁ ଯୋଗଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ବିରୁଦ୍ଧରେ ଅଭିଯୋଗ କରାଯାଇଥିଲା। ଏମାନେ କୋଭିଡ ଟିକାକରଣ ଏବଂ ଏଲୋପାଥିକ ଔଷଧ ବିରୁଦ୍ଧରେ ବିଭ୍ରାନ୍ତକର ପ୍ରଚାର କରିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଦୀର୍ଘଦିନ ହେବ ମାମଲା ଚାଲିଥିଲା।

Advertisment

ଶେଷରେ ରାମଦେବ ବାବା ଏବଂ ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ। ଆଗକୁ ଏପରି ପ୍ରଚାର ପ୍ରସାର କରିବେ ନାହିଁ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ସର୍ବୋଚ୍ଚ ଅଦାଲତ ସେମାନଙ୍କ କ୍ଷମା ଆବେଦନକୁ ଗ୍ରହଣ କରିଛନ୍ତି। ଏଥିସହ ପତଞ୍ଜଳି ବିରୁଦ୍ଧରେ ଥିବା ସମସ୍ତ ମାମଲାକୁ ବନ୍ଦ କରି ଦେଇଛନ୍ତି। ଯଦି ନିର୍ଦ୍ଦେଶର ଉଲ୍ଲଙ୍ଘନ ହୁଏ, ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି।

ଏହି ମାମଲା ଉପରେ ବିଚାର କରି ମେ 14ରେ ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ, ଯାହା ଆଜି ପ୍ରକାଶ ପାଇଛି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅଶନଉଦ୍ଦିନ ଅମନଉହ୍ଲା ରାୟ ପ୍ରକାଶ କରିଛନ୍ତି।  

Supreme Court Baba Ramdev Patanjali Case Against Patanjali