Advertisment

କ୍ୟାନସର୍‌ ଓ୍ୱାର୍ଡରେ ମା', ଡାକ୍ତରଙ୍କୁ ଛୁରାମାଡ଼ କଲା ପୁଅ

ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କିରିଛି। ଡାକ୍ତର ତାଙ୍କ କ୍ୟାନସର ପୀଡିତ ମା'ଙ୍କୁ ଭୁଲ୍‌ ଔଷଧ ଦେବା ସହ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Attack on Doctor

Attack on Doctor

କ୍ୟାନସର ଓ୍ୱାର୍ଡରେ ବୁଲିଲା ଛୁରୀ। କ୍ୟାନ୍‌ସର ଓ୍ୱାର୍ଡରେ ମା'ର ଚିକିତ୍ସା ଚାଲିଥିବା ବେଳେ ଡାକ୍ତରଙ୍କୁ ଆଖିବୁଜା ଛୁରାମାଡ଼ କଲା ପୁଅ। ବୁଧବାର ତାମିଲନାଡୁର ଚେନ୍ନାଇର କାଲାଇଗାର୍ ସେଞ୍ଚୁରୀ ହସ୍ପିଟାଲରେ ଘଟିଛି ଏଭଳି କିଛି ଘଟଣା। ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଛୁରାମାଡ଼ କରିଛନ୍ତି। ଏହି ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

Advertisment

ସୂଚନା ମୁତାବକ, ଆଜି ସକାଳେ ବିଘ୍ନେଶ ନାମକ ଜଣେ ବ୍ୟକ୍ତି ନିଜ ତିନି ଜଣ ସାଙ୍ଗ ସହ ମିଶି ରୋଗୀ ସାଜି ଡାକ୍ତରଙ୍କ ପାଖକୁ ଆସିଥିଲେ। କ୍ୟାନ୍‌ସର ଓ୍ୱାର୍ଡରେ ଡ୍ୟୁଟିରେ ଥିବା ଡାକ୍ତର ବାଲାଜୀ ଜଗନ୍ନାଥଙ୍କ ପାଖକୁ ଯାଇଥିଲେ। ତେବେ କିଛି ବୁଝିବା ପୂର୍ବରୁ ସେ ଡାକ୍ତରଙ୍କୁ ଛୁରୀରେ ଆଖିବୁଜା ଆକ୍ରମଣ କରିଥିଲେ। ତାଙ୍କ ଉପରକୁ ସେ ୭ ଥର ଛୁରାମାଡ଼ କରିଥିଲେ। ଏଥିରେ ଡକ୍ତର ବାଲାଜୀ ଗୁରୁତର ହୋଇପଡିଛନ୍ତି। 

ସେପଟେ ଘଟଣା ପରେ ବିଘ୍ନେଶ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ହସ୍ପିଟାଲ କର୍ମଚାରୀମାନେ ତାଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ତାଙ୍କ ସହ ଥିବା ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ପୁଲିସ କହିବା ମୁତାବକ, ଉକ୍ତ ହସ୍ପିଟାଲରେ ବିଘ୍ନେଶଙ୍କ ମା' ଚିକିତ୍ସିତ ହେଉଛନ୍ତି। କ୍ୟାନସର ଓ୍ୱାର୍ଡରେ ତାଙ୍କ ଚିକିତ୍ସା ଚାଲିଛି। ତେବେ ଡାକ୍ତର ତାଙ୍କ କ୍ୟାନସର ପୀଡିତ ମା'ଙ୍କୁ ଭୁଲ୍‌ ଔଷଧ ଦେବା ସହ ଚିକିତ୍ସାରେ ଅବହେଳା କରିଥିବା ବିଘ୍ନେଶ ଅଭିଯୋଗ ଆଣିଛନ୍ତି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀ ଏମ୍‌. ସୁବ୍ରମଣ୍ୟମ କହିଛନ୍ତି ଯେ, ଡାକ୍ତରଙ୍କ ବେକ, ପେଟ ଓ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କର ସର୍ଜରୀ କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ଥିର ଅଛି। ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ ଏହି ଘଟଣା ପରେ ହସ୍ପିଟାଲରେ ଅନ୍ୟ ଡାକ୍ତରଙ୍କ ମଧ୍ୟରେ ଆକ୍ରୋଷ ଦେଖିବାକୁ ମିଳିଛି। ସର୍ଭିସ ଏବଂ ପିଜି ଡାକ୍ତର ସଂଘ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଡାକ୍ତରଖାନାରେ ଡାକ୍ତରମାନେ ଧର୍ମଘଟ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଜରୁରୀକାଳୀନ ସେବା ଜାରି ରହିଛି।

Doctor Chennai Knife Attack Stabbed Cancer Hospital