Advertisment

ପୁଣି ଅଡ଼ୁଆରେ ରାହୁଲ ଗାନ୍ଧି, ମାନହାନି ମାମଲାରେ କୋର୍ଟ ନୋଟିସ୍‌

ଏକ ମାନହାନି ମାମଲାରେ ପାଟନାର ଏମ୍‌ପି-ବିଧାୟକ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୨ରେ ହାଜର ହେବାକୁ ନୋଟିସ୍‌ କରିଛନ୍ତି।

Rahul Gandhi

Rahul Gandhi

Advertisment

ପୁଣି ହରଡ଼ଘଣାରେ ରାହୁଲ ଗାନ୍ଧି। ଗୋଟିଏ ପରେ ଗୋଟିଏ ବିପଦ ରାହୁଲ ଗାନ୍ଧିଙ୍କପିଛା ଛାଡ଼ୁନି। ଏକ ମାନହାନି ମାମଲାରେ ପାଟନାର ଏମ୍‌ପି-ବିଧାୟକ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୨ରେ ହାଜର ହେବାକୁ ନୋଟିସ୍‌ କରିଛନ୍ତି। ୨୦୧୯ରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ସୁଶୀଲ କୁମାର ମୋଦି ଏମ୍‌ପି-ବିଧାୟକ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ନିକଟରେ ଏକ ଆବେଦନ କରିଥିଲେ। ଏହି ବିଷୟରେ ରାହୁଲଙ୍କୁ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଡକାଯାଇଛି। ଏହି ମାମଲାରେ ରାହୁଲ ଜାମିନରେ ଅଛନ୍ତି। ସୁଶୀଲ କୁମାର ମୋଦିଙ୍କ ଓକିଲ ଏସଡି ସଞ୍ଜୟ କହିଛନ୍ତି ଯେ, ୨୦୧୯ରେ ପାଟଣାର ଏମ୍‌ପି-ବିଧାୟକ କୋର୍ଟରେ ‘ମୋଦି ସରନେମ୍‌’ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଏକ ମାମଲା ରୁଜୁ ହୋଇଥିଲା।

Advertisment

ସୂଚନାଯୋଗ୍ୟ, ଗୁରୁବାର ସୁରଟ କୋର୍ଟ ଏକ ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇବା ପରେ ଶୁକ୍ରବାର ଲୋକ ସଭା ସଚିବାଳୟ କଂଗ୍ରେସ ନେତା ରାହୁଲଙ୍କୁ ଲୋକ ସଭାରୁ ଅଯୋଗ୍ୟ ଘୋଷିତ କରିବା ସହ ତାଙ୍କ ସଦସ୍ୟତା ପଦ ରଦ୍ଦ କରିଥିଲେ। କେରଳର ୱାୟାନାଡରୁ ରାହୁଲ ଏମ୍‌ପି ଥିଲେ। ୨୦୧୯ରେ ଏହି କୋଲାରରେ ‘ମୋଦି’ ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ ।

ଯେଉଁଥିପାଇଁ ନିକଟରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇଛନ୍ତି । ଗତ ମାର୍ଚ୍ଚ ୨୩ରେ ଗୁଜରାଟର ସୁରତ କୋର୍ଟ ଏହି ରାୟ ଦେଇ ରାହୁଲଙ୍କୁ ଜାମିନ ପ୍ରଦାନ କରିଥିଲେ। ଏଥିସହ ତାଙ୍କୁ ଉପର କୋର୍ଟରେ ଆବେଦନ ପାଇଁ ୩୦ ଦିନ ସମୟ ଦେଇଛନ୍ତି। ଇତି ମଧ୍ୟରେ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe