Advertisment

ବିହାର ସରକାରଙ୍କ ବଡ଼ ବିଜୟ: ଜାତିଗତ ଜନଗଣନାକୁ ହାଇକୋର୍ଟଙ୍କ ଅନୁମତି

ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସବୁ ପକ୍ଷଙ୍କୁ ଶୁଣିବା ପରେ ଜାତିଗତ ଜନଗଣନାକୁ ଜାରି ରଖିବାରେ କୌଣସି ଅସୁବିଧା ନଥିବା ରୁଲିଂ ଦେଇଛନ୍ତି।

author-image
Hemant Lenka
Bihar

Bihar

ପାଟନା ହାଇକୋର୍ଟରେ ବିହାର ସରକାରଙ୍କ ବଡ଼ ବିଜୟ। ବିହାର ସରକାର ଆରମ୍ଭ କରିଥିବା ଜାତିଗତ ଜନଗଣନା ସପକ୍ଷରେ ରାୟ ଦେଇଛନ୍ତି ହାଇକୋର୍ଟ। ମେ’ ମାସରେ କୋର୍ଟ ଏହା ଉପରେ ରୋକ ଲଗାଇଥିବା ବେଳେ ଆଜି ଚୂଡ଼ାନ୍ତ ରାୟରେ ଜାତିଗତ ଗଣନାକୁ ଅନୁମତି ଦେଇଛନ୍ତି।

Advertisment

ବିହାର ସରକାର ଆରମ୍ଭ କରିଥିବା ଜାତିଗତ ଜନଗଣନାକୁ ହାଇକୋର୍ଟ ବୈଧ ଓ ଆଇନ ସମ୍ମତ ବୋଲି କହିଛନ୍ତି। ଏଥିସହ ଏହା ବିରୋଧରେ ଆଗତ ହୋଇଥିବା ସମସ୍ତ ୫ ଆବେଦନକୁ ଖାରଜ କରି ଦେଇଛନ୍ତି।

ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସବୁ ପକ୍ଷଙ୍କୁ ଶୁଣିବା ପରେ ଜାତିଗତ ଜନଗଣନାକୁ ଜାରି ରଖିବାରେ କୌଣସି ଅସୁବିଧା ନଥିବା ରୁଲିଂ ଦେଇଛନ୍ତି।

Advertisment

ଜାତିଗତ ଜନଗଣନା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣେ ଆବେଦନକାରୀଙ୍କ ଓକିଲ ଦିନୁ କୁମାର କହିଛନ୍ତି ଯେ ହାଇକୋର୍ଟଙ୍କ ରାୟ ବିରୋଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିବେ।

ସେ କହିଛନ୍ତି, “ଆମେ ଏଯାଏ କୋର୍ଟଙ୍କ ନିର୍ଦ୍ଦେଶର ବିସ୍ତୃତ କପି ପାଇନାହୁଁ। ଓପନ କୋର୍ଟରେ ଖଣ୍ଡପୀଠ ସିଧାସଳଖ ସମସ୍ତ ଆବେଦନକୁ ଅଗ୍ରାହ୍ୟ କରାଯାଉଥିବା କହିଛନ୍ତି।”

ଆଇନଜୀବୀ ରିତିକା ଶର୍ମା କହିଛନ୍ତି, ହାଇକୋର୍ଟ ସମସ୍ତ ଆବେଦନକୁ ଖାରଜ କରିଛନ୍ତି। ତେଣୁ ସରକାର ଏବେ ଜାତିଗତ ଜନଗଣନା ଜାରି ରଖିପାରିବେ। ତେବେ ସେ ମଧ୍ୟ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି। ଜାତିଗତ ଜନଗଣନାକୁ ବିଜେପି ପୂର୍ବରୁ ସମର୍ଥନ କରିଥିଲା ବୋଲି ବିହାର ବିଧାନସଭାର ବିରୋଧୀ ଦଳ ନେତା ବିଜୟ କୁମାର ସିହ୍ନା ଦାବି କରିଛନ୍ତି।

ଜାନୁଆରୀ ୭ରୁ ୨୧ ଯାଏ ବିହାରରେ ପ୍ରଥମ ପର୍ଯ୍ୟାୟ ଜାତି ଭିତ୍ତିକ ସର୍ଭେ କରାଯାଇଥିଲା। ଦ୍ୱିତୀୟ ରାଉଣ୍ଡ ସର୍ଭେ ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିବା ବେଳେ ମେ’ ୧୫ ଯାଏ ଚାଲିବାର ଥିଲା। କିନ୍ତୁ ମେ’ ୪ରେ ହାଇକୋର୍ଟ ଏହି ସର୍ଭେ ଉପରେ ରୋକ ଲଗାଇ ଦେଇଥିଲେ।

କିନ୍ତୁ ଏବେ ହାଇକୋର୍ଟ ପୁଣି ଏଥିପାଇଁ ସରକାରଙ୍କୁ ଅନୁମତି ଦେଇଛନ୍ତି। ସମ୍ବିଧାନର ଧାରା ୧୫ ଓ ୧୬ ଧାରା ଅନୁସାରେ ବିହାର ସରକାର ଜାତିଭିତ୍ତିକ ଜନଗଣନା କରୁଥିବା କଥା ହାଇକୋର୍ଟରେ କହିଥିଲେ।

Bjp Bihar Nitish Kumar Caste