Advertisment

କଂଗ୍ରେସ ନେତା ପବନ ଖେଡାଙ୍କୁ ସୁପ୍ରିମ ଝଟ୍‌କା

ତାଙ୍କ ବିରୋଧରେ ହୋଇଥିବା ଏଫ୍‌ଆଇଆର୍‌ ତଥା ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବାକୁ କୋର୍ଟ ମାନା କରିଦେଇଛନ୍ତି।

Pawan Kheda

Pawan Kheda

Advertisment

କଂଗ୍ରେସ ନୋତେ ପବନ ଖେଡାଙ୍କୁ ଝଟ୍‌କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅପମାନଜନକ ଟିପ୍ପଣୀ କରିବା ମାମଲାରେ ତାଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ତାଙ୍କ ବିରୋଧରେ ହୋଇଥିବା ଏଫ୍‌ଆଇଆର୍‌ ତଥା ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବାକୁ କୋର୍ଟ ମାନା କରିଦେଇଛନ୍ତି। ତେଣୁ ତାଙ୍କ ବିରୋଧରେ ଚାଲିଥିବା ଅପରାଧିକ ଟ୍ରାଏଲ ଜାରି ରହିବ।

Advertisment

ଅପମାନ ଜନକ ଟିପ୍ପଣୀ କରିବା ମାମଲାରେ କଂଗ୍ରେସ ନେତା ପବନ ଖେଡାଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ବେଳେ ଜଷ୍ଟିସ ବି ଆର୍‌ ଗାବାଇ କହିଥିଲେ, 'ଆପଣ ବାରମ୍ବାର କ୍ଷମା ମାଗୁଥାନ୍ତୁ। ଏହି ମାମଲରେ ଦଖଲ ଦେବାକୁ ଆମର ଇଚ୍ଛା ନାହିଁ। ଆପଣଙ୍କୁ ନିମ୍ନ ଅଦାଲତରେ ବିଚାରର ସମ୍ମୁଖୀନ ହେବାକୁ ପଡିବ।'

ସୂଚନା ମୁତାବକ, 'ମୋଦି ସରନେମ୍‌'କୁ ନେଇ ଅପମାନଜନକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ନେତା ପବନ ଖେଡାଙ୍କ ବିରୋଧରେ ଉତ୍ତରପ୍ରଦେଶ ଓ ଆସାମରେ ଏଫ୍ଆଇଆର୍‌ ରୁଜୁ ହୋଇଥିଲା। ଗତବର୍ଷ ଅକ୍ଟୋବର ମାସରେ ଆଫ୍‌ଆଇଆର୍‌ ରଦ୍ଦ କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ପୁଲିସକୁ ନୋଟିସ୍‌ ଜାରି କରି ଜବାବ ମାଗିଥିଲେ। ଏହାପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଖେଡାଙ୍କ ଆବେଦନ ଖାରଜ କରିଦେଇଥିଲେ। ପରେ ସୁପ୍ରିମକୋର୍ଟ ଖେଡାଙ୍କ ଗିରଫଦାରୀ ଉପରେ ରୋକ ଲଗାଇ ଏହି ମାମଲାକୁ ଲକ୍ଷ୍ନୌ କୋର୍ଟକୁ ସ୍ଥାନାନ୍ତର କରିଦେଇଥିଲେ।

Advertisment

ଗତବର୍ଷ ମାର୍ଚ୍ଚ ୨୦ ତାରିଖରେ ଖେଡାଙ୍କ ବିରୋଧରେ ରୁଜୁ ହୋଇଥିବା ତିନୋଟି ଏଫଆଇଆର୍‌କୁ ହାଇକୋର୍ଟ ମିଶାଇ ଦେଇଥିଲେ। ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ବଢ଼ାଇ ମାମଲାକୁ ଲକ୍ଷ୍ନୌର ହଜରତଗଞ୍ଜ ଥାନାକୁ ସ୍ଥାନାନ୍ତର କରିଦେଇଥିଲେ। ପରେ ଏହି ମାମଲାରେ ଲକ୍ଷ୍ନୌ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। କଂଗ୍ରେସ ବିନା ସର୍ତ୍ତରେ କୋର୍ଟରେ କ୍ଷମା ମଧ୍ୟ ମାଗିଥିଲେ।

Congress Supreme Court Pawan Kheda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe