Advertisment

ପବନ ଖେଡା ନିଃସର୍ତ୍ତ କ୍ଷମା ମାଗିଛନ୍ତି, ଏବେ ପୁଲିସ୍‌ ନିଷ୍କର୍ଷ ପହଞ୍ଚିବ: ଆସାମ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାଣିଶୁଣି ଅପମାନିତ କରିଥିବା କଂଗ୍ରେସ ମୁଖ୍ୟପାତ୍ର ପବନ ଖେଡା ନିଃସର୍ତ୍ତ କ୍ଷମା ମାଗି ସାରିଛନ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ କରି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Pawan Khera

Pawan Khera

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାଣିଶୁଣି ଅପମାନିତ କରିଥିବା କଂଗ୍ରେସ ମୁଖ୍ୟପାତ୍ର ପବନ ଖେଡା ନିଃସର୍ତ୍ତ କ୍ଷମା ମାଗି ସାରିଛନ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ କରି ସୂଚନା ଦେଇଛନ୍ତି। ଗୁରୁବାର ଖେଡାଙ୍କୁ ଦିଲ୍ଲୀ ଏୟାରପୋର୍ଟରୁ ଆସାମ ପୁଲିସ୍‌ ଅପମାନସୂଚକ ବୟାନ ପାଇଁ ଗିରଫ କରିଥିଲା। ହେଲେ ସୁପ୍ରିମକୋର୍ଟ ତାଙ୍କୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ଦେଇଥିଲେ। ଏହାକୁ ନେଇ ତମ୍ବିତୋଫାନ ଲାଗି ରହିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ବଡ଼ ସୂଚନା ଦେଇଛନ୍ତି।

Advertisment

ସେ ଟ୍ୱିଟ କରି କହିଛନ୍ତି ଯେ “ଅଭିଯୁକ୍ତ(କଂଗ୍ରେସ ନେତା ପବନ ଖେଡା) ନିଃସର୍ତ୍ତ କ୍ଷମା ମାଗି ସାରିଛନ୍ତି। ଆମର ଆଶା ସର୍ବସାଧାରଣ ଜୀବନରେ ପବିତ୍ରତା ବଳବତ୍ତର ରହିବ। ଏହାପରେ କେହିବି ରାଜନୀତିକ ବୟାନବାଜୀ ପାଇଁ ଅସାମାଜିକ ଭାଷାର ପ୍ରୟୋଗ କରିବେ ନାହିଁ। ଆସାମ ପୁଲିସ୍‌ ଏବେ ମାମଲାକୁ ନିଷ୍କର୍ଷରେ ପହଞ୍ଚାଇବ।”

ଗୁରୁବାର ରାୟପୁର ଯାଉଥିବା ଖେଡାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଖେଡାଙ୍କ ବିରୋଧରେ ବିଜେପିର ଜଣେ ନେତା ଆସାମ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ପୁଲିସ୍‌ ମାମଲା ରୁଜୁ କରିଥିଲା। ଏହାପରେ ଆସାମ ପୁଲିସ୍‌ ଖେଡାଙ୍କ ରାୟପୁର ଗସ୍ତ ଅଟକାଇବାକୁ ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କୁ କହିଥିଲା। 

Advertisment

ଖେଡାଙ୍କୁ ବିମାନରୁ ଓହ୍ଲାଇ ଦେବା ପରେ କଂଗ୍ରେସ ନେତାମାନେ ରନୱେ ନିକଟରେ ହିଁ ବିକ୍ଷୋଭ କରିଥିଲେ। ହାଇଡ୍ରାମା ଭିତରେ ଆସାମ ପୁଲିସ ଖେଡାଙ୍କୁ ଗିରଫ କରିଥିଲା। ଏହା ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ସୁପ୍ରିମକୋର୍ଟ ଏହାର ଜରୁରୀ ଶୁଣାଣି କରି ପବନ ଖେଡାଙ୍କୁ ଦିଲ୍ଲୀ କୋର୍ଟ ଜାମିନ ଦେବେ ବୋଲି କହିଥିଲେ। ସୁପ୍ରିମକୋର୍ଟରେ ଖେଡାଙ୍କ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ସତ୍ୟପାଠ ଦାଖଲ କରିଥିଲେ। ଏହି ସତ୍ୟପାଠର ୭ମ ପାରରେ ଖେଡା ନିଜର ବୟାନ ପାଇଁ ନିଃସର୍ତ୍ତ କ୍ଷମା ମାଗୁଥିବା ଉଲ୍ଲେଖ ରହିଛି। 

ନିକଟରେ ଶ୍ରୀ ଖେଡା ଗୋଟିଏ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ଗୌତମ ଆଦାନୀ ପ୍ରସଙ୍ଗ ଉଠାଇ ଜେପିସି ତଦନ୍ତ ଦାବି କରିଥିଲେ। ସେ କହିଥିଲେ ଯେ “ଯଦି ନରସୀମା ରାଓ ଜେପିସି ଗଠନ କରିପାରିବେ, ଯଦି ଅଟଳ ବିହାରୀ ବାଜପେୟୀ ଜେପିସି ତଦନ୍ତ କରିପାରିବେ, ତେବେ ନରେନ୍ଦ୍ର ଗୌତମ ଦାସ ମୋଦି କାହିଁକି ଜେପିସି ତଦନ୍ତ କରି ପାରିବେ ନାହିଁ। ସରି, ଦାମୋଦର ଦାସ ମୋଦିଙ୍କ ଜେପିସି ତଦନ୍ତରେ ସମସ୍ୟା କ’ଣ?”

ଏପରି କି ମୋଦିଙ୍କ ମଧ୍ୟମ ନାଁ କ’ଣ ବୋଲି ସେ ତାଙ୍କର ଜଣେ ସହଯୋଗୀଙ୍କୁ ସ୍ମିତ ହାସ୍ୟ ଦେଇ ପଚାରିଥିଲେ। ବାସ୍‌ ଖେଡାଙ୍କ ଏପରି ବୟାନ ପରେ ଲକ୍ଷ୍ନୌ, ବାରାଣସୀ, ଆସାମ, ଛତିଶଗଡ଼ ଭଳି ଅନେକ ରାଜ୍ୟରେ ବିଜେପି ନେତାମାନେ ଅଭିଯୋଗ କରିଥିଲେ। ଏହି ସବୁ ଅଭିଯୋଗକୁ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରିବାକୁ ମଧ୍ୟ ଖେଡା ସୁପ୍ରିମକୋର୍ଟରେ ଅନୁରୋଧ କରିଛନ୍ତି।

Assam Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe