ଅଜିତ ଓ ଶରଦ ପାୱାର (ଫାଇଲ ଫଟୋ)
ବିଧାନସଭା ନିର୍ବାଚନ(Maharashtra) ପରେ ଦାଦାଙ୍କ ଠାରୁ ଅଲଗା ହୋଇଗଲେ। ବିଜେପି ସହ ମିଶି ୨୦୨୩ରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ବି ହେଲେ। ପୁତୁରାଙ୍କ ବିଦ୍ରୋହ ଯୋଗୁ ଦଳ ବି ଦୁଇ ଭାଗ ହୋଇଗଲା। ହେଲେ ମହାନଗର ନିଗମ ନିର୍ବାଚନ ବେଳକୁ ସବୁ କିଛି ଭୁଲି ଦାଦା-ପୁତୁରା ଏକାଠି ହେଲେ।
ନିଜ ନିଜର ସହଯୋଗୀଙ୍କୁ ଭୁଲି ମହାନଗର ନିଗମ ନିର୍ବାଚନରେ ଦାଦା-ପୁତୁରା ଯୋଡ଼ି ନିଜ ଗଡ଼ ରକ୍ଷା ଉଦ୍ଦେଶ୍ୟରେ ହାତ ମିଳାଇଲେ। କିନ୍ତୁ ଫଳ ଶୂନ। ସ୍ଥିତି ଏପରି ହୋଇଛି ଯେ ଏକଦା ନିଜର ଗଡ଼ ଭାବେ ପରିଚିତ ହାସଲ କରିଥିବା ସ୍ଥାନରେ ଦାଦା-ପୁତୁରା ମାଟି କାମୁଡ଼ିବା ସ୍ଥିତିକୁ ଚାଲି ଆସିଛନ୍ତି।
ଆମେ ଏଠାରେ ଶରଦ ପାୱାର- ଅଜିତ ପାୱାରଙ୍କ କଥା କହୁଛୁ। ପୁଣେ ଓ ପିମ୍ପ୍ରି-ଛିଞ୍ଚୱାଡ ପୌର ନିର୍ବାଚନ ପାଇଁ ଦାଦା-ପୁତୁରା ମେଣ୍ଟ କରିଥିଲେ। ଏହି ଦୁଇ ମହାନଗର ନିଗମ ପାୱାର ପରିବାର ଗଡ଼ ଭାବେ ପରିଚିତ। ହେଲେ ଉଭୟ ସହରରେ ଏବେ ସୁଦ୍ଧା ହୋଇଥିବା ଭୋଟ ଗଣତିରେ ବିଜେପି ଯଥେଷ୍ଟ ଆଗରେ ରହିଛି। ପାୱାର ପରିବାର ଏକାଠି ହୋଇ ବି ନିଜ ଗଡ଼ ବଞ୍ଚାଇବାକୁ ସଂଘର୍ଷ କରୁଛି।
ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ଟ୍ରେଣ୍ଡରୁ ଜଣାପଡ଼ିଛି ଯେ ବିଜେପି ପୁଣେର ୮୦ଟି ୱାର୍ଡରେ ଲିଡ କରୁଛି। ପାୱାର ମେଣ୍ଟ କେବଳ ୯ଟି ଆସନରେ ଆଗରେ ରହିଛନ୍ତି। ଅଜିତ ପାୱାରଙ୍କ ଏନସିପି ୬ଟି ଓ ଦାଦା ଶରଦ ପାୱାରଙ୍କ ଏନସିପି ୩ଟି ୱାର୍ଡରେ ଆଗରେ ରହିଛି। ପୁଣେରେ କଂଗ୍ରେସ ୩ଟି ଓ ଉଦ୍ଧବ–ରାଜ ଠାକରେ ଯୋଡ଼ି କୌଣସି ଆସନରେ ନିଜର ଉପସ୍ଥିତି ଜାହିର କରିପାରି ନାହାନ୍ତି।
ବିଜେପିର ବିଧାନସଭା ସହଯୋଗୀ ଏନନାଥ ସିନ୍ଦେଙ୍କ ଶିବସେନେ ପୁଣେ ପୌର ନିର୍ବାଚନ ଏକାକୀ ଲଢ଼ୁଛି। କିନ୍ତୁ ଦଳର ଜଣେ ହେଲେ ପ୍ରାର୍ଥୀ କୌଣସି ବି ୱାର୍ଡରେ ଲିଡ କରୁ ନାହାନ୍ତି।
ପିମ୍ପ୍ରି-ଛିଞ୍ଚୱାଡକୁ ବିଏମସି ପରେ ସବୁଠାରୁ ଧନୀ ମହାନଗର ନିଗମ ଭାବେ ବିବେଚନା କରାଯାଏ। ୨୦୧୭ରୁ ଅବିଭକ୍ତ ଏନସିପିର ଦବଦବା ଏଠାରେ ରହି ଆସିଛି। ଏହି ଶକ୍ତିଶାଳୀ ଗଡ଼କୁ ମଧ୍ୟ ପାୱାର ପରିବାର ହରାଇବାର ଆଶଙ୍କା ପ୍ରକାଶ ପାଇଛି।
ଗଡ଼ ବଞ୍ଚାଇବାକୁ ପାୱାର ପରିବାର ଏଠାରେ ଜୋରଦାର ପ୍ରଚାର କରିଥିଲେ। କିନ୍ତୁ ଏଠାରେ ଅଜିତ ପାୱାରଙ୍କ ଏନସିପି ୩୭ଟି ଓ ଶରଦ ପାୱାରଙ୍କ ଏନସିପି କେବଳ ଗୋଟିଏ ୱାର୍ଡରେ ଲିଡ କରୁଛି। ବିଜେପି ଏଠାରେ ୭୭ଟି ୱାର୍ଡରେ ଆଗରେ ରହିଛି। ଠାକରେ ବ୍ରଦର୍ସ ଗୋଟିଏ, ଏକନାଥ ସିନ୍ଦେଙ୍କ ଶିବସେନା ୧୦ଟି ଓ କଂଗ୍ରେସ କେବଳ ଗୋଟିଏ ଆସନ ଜିତିବାର ସମ୍ଭାବନା ସୃଷ୍ଟି କରିପାରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/16/ncp-2026-01-16-14-22-52.jpg)