Advertisment

ପତ୍ନୀଙ୍କ ସହ ତାଙ୍କ ୩ କୁକୁରଙ୍କ ଭରଣପୋଷଣ ଖର୍ଚ୍ଚ ଦେବାକୁ ସ୍ୱାମୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ଶୁଣାଣି ବେଳେ ବ୍ୟବସାୟୀ ଜଣଙ୍କ ତାଙ୍କ ପତ୍ନୀଙ୍କ ୩ ପୋଷା କୁକୁରଙ୍କ ଭରଣପୋଷଣ ଖର୍ଚ୍ଚ ଦେଇ ପାରିବେ ନାହିଁ ବୋଲି ଯୁକ୍ତି କରିଥିଲେ। କିନ୍ତୁ ଏହାକୁ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ କୋମଲସିଂହ ରାଜପୁତ ଅଗ୍ରାହ୍ୟ କରି ଦେଇଛନ୍ତି।

author-image
Hemant Lenka
Court

Court

ଭାଙ୍ଗି ଯାଇଥିବା ସମ୍ପର୍କ ଯୋଗୁ ସୃଷ୍ଟି ହେଉଥିବା ମାନସିକ ଅଶାନ୍ତିକୁ ଦୂର କରିବାରେ ପୋଷା ପଶୁପକ୍ଷୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ପୋଷା ପଶୁପକ୍ଷୀ ଭାଙ୍ଗି ଯାଇଥିବା ସମ୍ପର୍କ ଯୋଗୁ ସୃଷ୍ଟି ହେଉଥିବା ଭାବପ୍ରବଣର ଅଭାବକୁ ଭରଣ କରିବାରେ ସହାୟକ ହୁଅନ୍ତି ବୋଲି ମୁମ୍ବାଇର ଗୋଟିଏ ମାଜିଷ୍ଟ୍ରେଟଙ୍କ କୋର୍ଟ କହିଛନ୍ତି।

Advertisment

ଏଥିସହ ନିଜ ପତ୍ନୀଙ୍କ ଛାଡ଼ପତ୍ର ଦେଇଥିବା ଜଣେ ବ୍ୟବସାୟୀଙ୍କୁ ମାସିକ ଭରଣପୋଷଣ ପାଇଁ ୫୦ ହଜାର ଟଙ୍କା ଦେବାକୁ କହିଛନ୍ତି। ଏହି ଭରଣପୋଷଣ ଖର୍ଚ୍ଚ ପତ୍ନୀ ଓ ତାଙ୍କର ୩ ପୋଷା କୁକୁରଙ୍କ ପାଇଁ ବୋଲି କୋର୍ଟ କହିଛନ୍ତି।

ଶୁଣାଣି ବେଳେ ବ୍ୟବସାୟୀ ଜଣଙ୍କ ତାଙ୍କ ପତ୍ନୀଙ୍କ ୩ ପୋଷା କୁକୁରଙ୍କ ଭରଣପୋଷଣ ଖର୍ଚ୍ଚ ଦେଇ ପାରିବେ ନାହିଁ ବୋଲି ଯୁକ୍ତି କରିଥିଲେ। କିନ୍ତୁ ଏହାକୁ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ କୋମଲସିଂହ ରାଜପୁତ ଅଗ୍ରାହ୍ୟ କରି ଦେଇଛନ୍ତି। ଏହାପରେ ମାସିକ ଭରଣପୋଷଣ ପାଇଁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମହିଳା ଜଣଙ୍କ ତାଙ୍କ ଆବେଦନରେ କହିଥିଲେ ଯେ ତାଙ୍କ ପାଖରେ ଆୟର କୌଣସି ଉତ୍ସ ନାହିଁ। ସେ ଅସୁସ୍ଥ। ଏଥିସହ ୩ଟି ରୋଟ୍ଟୱେଇଲେର ପ୍ରଜାତିର କୁକୁର ମଧ୍ୟ ତାଙ୍କ ଉପରେ ନିର୍ଭରଶୀଳ। ତେଣୁ ସେମାନଙ୍କ ଭରଣପୋଷଣ ପାଇଁ ମଧ୍ୟ ଟଙ୍କା ମଳିବା ଦରକାର। ଏହାକୁ ଗ୍ରହଣ କରି ମାଜିଷ୍ଟ୍ରେଟ ବ୍ୟବସାୟୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବାକୁ କହିଛନ୍ତି।

ମାଜିଷ୍ଟ୍ରେଟ ମହିଳାଙ୍କ ବୟସ, ସ୍ୱାସ୍ଥ୍ୟାବସ୍ଥା ଓ ବିଭିନ୍ନ ଦିଗକୁ ଦେଖି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣି ୫୫ ବର୍ଷୀୟ ମହିଳା ଜଣଙ୍କ ୨୦୨୧ରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ତାଙ୍କ ଆବେଦନରେ କହିଥିଲେ ଯେ ତାଙ୍କର ଦୁଇ ଝିଅ ଥିବା ବେଳେ ସ୍ୱାମୀ ଜଣଙ୍କ ଆଉ ଜଣଙ୍କୁ ବିବାହ କରି ବିଦେଶରେ ରହୁଛନ୍ତି।

ବେଳେବେଳେ ସେ ଘରକୁ ଆସୁଥିଲେ ମଧ୍ୟ ପତ୍ନୀଙ୍କୁ ନିର୍ଯାତନା ଦେଉଥିଲେ। ପତ୍ନୀ ତାଙ୍କ ଠାରୁ ଅଲଗା ହେବାକୁ କହିବାରୁ ବ୍ୟକ୍ତି ଜଣଙ୍କ ତାଙ୍କୁ ଆବଶ୍ୟକ ଭରଣପୋଷଣ ଅର୍ଥ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ କିଛି ବି ଶୁଣି ନଥିଲେ। ତେଣୁ ମହିଳା ଜଣଙ୍କ କୋର୍ଟର ଦ୍ୱାରସ୍ଥ ହୋଇ ମାସିକ ୭୦ ହଜାର ଟଙ୍କାର ଭରଣ ପୋଷଣ ଖର୍ଚ୍ଚ ଦାବି କରିଥିଲେ।

ଏହାକୁ ବ୍ୟକ୍ତିଙ୍କ ଓକିଲ ବିରୋଧ କରିବା ସହ ବ୍ୟବସାୟ କ୍ଷତିରେ ଚାଲିଥିବା ଯୁକ୍ତି କରିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ମାଜିଷ୍ଟ୍ରେଟ ୫୦ ହଜାର ଟଙ୍କା ଲେଖାଏ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Divorce