Advertisment

Paytmକୁ ବଡ଼ ଝଟକା: ୨୯ ପରେ ଜମା ଓ ଋଣ କାରବାର ମନା

ଆରବିଆଇ Paytm ପେମେଣ୍ଟସ ବ୍ୟାଙ୍କରେ ହେଉଥିବା ସମସ୍ତ ପ୍ରକାରର ଜମା ଓ ଋଣ କାରବାର, ବ୍ୟାଙ୍କ ଆକାଉଣ୍ଟ ସହ ଯୋଡ଼ି ହୋଇଥିବା ୱାଲେଟ ଓ ଫାଷ୍ଟାଟ୍ୟାଗ କାରବାର ଉପରେ ରୋକ ଲଗାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
RBI

RBI

Paytm ପେମେଣ୍ଟସ୍ ବ୍ୟାଙ୍କକୁ ବଡ଼ ଝଟକା ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। Paytm ପେମେଣ୍ଟସ ବ୍ୟାଙ୍କ ଲିମିଟେଡ଼ ଉପରେ ଆରବିଆଇ କଟକଣା ଲଗାଇଛି। ଏଣିକି Paytmରେ ନୂଆ ଗ୍ରାହକ ଯୋଡ଼ି ହୋଇ ପାରିବେନି।

Advertisment

ଫେବ୍ରୁଆରୀ ୨୯ ପରଠୁ Paytmରେ ହୋଇପାରିବନି ଡିପୋଜିଟ୍ ଓ କାମ ଦେବନି ୱାଲେଟ ବ୍ୟବସ୍ଥା। ତେବେ Paytmରେ ଥିବା ଗ୍ରାହକଙ୍କ ଟଙ୍କା ସରିବା ଯାଏ ଏହାକୁ ସେ ବ୍ୟବହାର କରିପାରିବେ। ଆରବିଆଇ ଜାରି କରିଥିବା ଗାଇଡଲାଇନକୁ ପାଳନ କରୁ ନଥିବାରୁ Paytm ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆରବିଆଇ Paytm ପେମେଣ୍ଟସ ବ୍ୟାଙ୍କରେ ହେଉଥିବା ସମସ୍ତ ପ୍ରକାରର ଜମା ଓ ଋଣ କାରବାର, ବ୍ୟାଙ୍କ ଆକାଉଣ୍ଟ ସହ ଯୋଡ଼ି ହୋଇଥିବା ୱାଲେଟ ଓ ଫାଷ୍ଟଟ୍ୟାଗ କାରବାର ଉପରେ ରୋକ ଲଗାଇ ଦେଇଛି। ଫେବୃଆରୀ ୨୯ ପରେ Paytm ବ୍ୟାଙ୍କିଂ ସେବା ଦେଇପାରିବ ନାହିଁ।

Advertisment

ଆରବିଆଇ କହିଛି ଫେବୃଆରୀ ୨୯ ପରେ Paytm ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ ଜମା ଗ୍ରହଣ କରିବା କିମ୍ବା ଗ୍ରାହକ ଆକାଉଣ୍ଟରେ କ୍ରେଡିଟ୍ କାରବାର କିମ୍ବା ଟପ୍ ଅପ୍ ଯଥା ୱାଲେଟ୍ ଓ ଫାଷ୍ଟଟ୍ୟାଗସ ଭଳି ପ୍ରିପେଡ୍ କାରବାର କରିବାକୁ ଅନୁମତି ପାଇବ ନାହିଁ। ତେବେ Paytm ଜରିଆରେ ଗ୍ରାହକମାନେ ନିଜର ସଞ୍ଚୟ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ପ୍ରିପେଡ୍ ଉପକରଣ, ଫାଷ୍ଟାଟ୍ୟାଗ, ନ୍ୟାସନାଲ୍ କିମ୍ବା ଏଫ୍ କମନ୍ ମୋବିଲିଟି କାର୍ଡରେ ରଖିଥିବା ଟଙ୍କାକୁ ବିନା କୌଣସି ପ୍ରତିବନ୍ଧକରେ ବ୍ୟବହାର କରିପାରିବ।

Paytm ପେମେଣ୍ଟ ବ୍ୟାଙ୍କର ଅଡିଟରେ ତ୍ରୁଟି ଦେଖିବାକୁ ମିଳିଛି। ଏଥିପାଇଁ ବ୍ୟାଙ୍କ ନିୟାମକ ଅଧିନିୟମ ଅନୁଯାୟୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆରବିଆଇ କହିଛି।

ଏହାବାଦ Paytmର ମୂଳ କମ୍ପାନୀ One97 Communications Ltd. ଓ Paytm Payments Bank Ltd ବା PBBLର ନୋଡାଲ ଆକାଉଣ୍ଟସଗୁଡ଼ିକ ଆରବିଆଇ ରଦ୍ଦ କରି ଦେଇଛି। ତେବେ ଆରବିଆଇର ଏପରି ନିର୍ଦ୍ଦେଶ ସଂସ୍ଥାର ୟୁପିଆଇ ସେବାକୁ ପ୍ରଭାବିତ କରିପାରିବ ନାହିଁ।

RBI