ରିଲ୍ କରିବାର ନିଶା ଘାତକ ହେଲା। ଏପରି ଏକ ରିଲ୍ କରିଥିବା ଯୁବକଯୁବତୀଙ୍କୁ ଏବେ ପୁଲିସ୍ ବିଭିନ୍ନ ସ୍ଥାନରେ ଖୋଜୁଥିବା ବେଳେ ତାଙ୍କ ପତ୍ତା ପାଇ ପାରୁନି। ରିଲ୍ କରି ନିଜ ପାଇଁ ବିପଦକୁ ଡାକିଥିବା ଯୁବକଯୁବତୀ ଏବେ ବିଭିନ୍ନ ସ୍ଥାନରେ ଲୁଚୁଥିବା ବେଳେ ସେମାନଙ୍କୁ ଖୋଜିବାକୁ ସ୍ୱତନ୍ତ୍ର ଟିମ୍ କରିଛି ପୁଲିସ୍। ଏପରି ଏକ ଘଟଣା ମଧ୍ୟପ୍ରଦେଶର କଟନୀ ଜିଲ୍ଲାରେ ଘଟିଛି।
ମୟୂର ଆମର ଜାତୀୟ ପକ୍ଷୀ ହୋଇଥିବା ବେଳେ ଏହାର ମୁଖ୍ୟ ଆକର୍ଷଣ ପର ହୋଇଥାଏ। ହେଲେ ରିଲ୍ କରିବା ନିଶାରେ ଚୁର୍ ଯୁବକଯୁବତୀ ମୟୂରକୁ ଅକଥନୀୟ ନିର୍ଯାତନା ଦେବାକୁ ପଛାଇଲେ ନାହିଁ। ସେମାନେ ମୟୂରଟିକୁ କାବୁ କରି ଅତି ନିର୍ଦ୍ଦୟ ଭାବେ ତା’ର ପର ଗୋଟି ଗୋଟି କରି ଛିଣ୍ଡାଇବାକୁ ଲାଗିଲେ । ଆଉ ଏହାର ଭିଡିଓ କରି ଭାଇରାଲ ମଧ୍ୟ କଲେ। ଏହି ଭିଡିଓ ଭାଇରାଲ ହେବା ପରେ ପରିବେଶବିତମାନେ ଉଦବେଗ ପ୍ରକାଶ କରିଥିବା ବେଳେ ସୋଶାଲ ମିଡିଆରେ ବି ଖୁବ୍ ଅସନ୍ତୋଷ ପ୍ରକାଶ ପାଇଲା।
ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ଓ ବନ ବିଭାଗ ଆକ୍ସନ ମୁଡକୁ ଚାଲି ଆସି ଉଭୟଙ୍କ ସନ୍ଧାନ ଆରମ୍ଭ କରି ଦେଇଛନ୍ତି। ଉକ୍ତ ଭିଡିଓରେ ଯୁବକଙ୍କ ବାଇକ୍ ନମ୍ବର ଦେଖାଯାଉଥିବା ବେଳେ ତାହାକୁ ଆଧାର କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି । ତଦନ୍ତରୁ ଯୁବକଙ୍କ ନାମ ଅତୁଳ ଓ ସେ ରିଠି ଅଞ୍ଚଳର ବାସିନ୍ଦା ବୋଲି ଜଣାଯାଇଛି।
ଅତୁଳଙ୍କୁ ଗିରଫ କରିବାକୁ ପୁଲିସ୍ ତାଙ୍କ ଘରେ ପହଞ୍ଚିବା ବେଳକୁ ସେ ସେଠାରେ ଉପସ୍ଥିତ ନ ଥିଲେ। ଏବେ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।