Advertisment

ମୟୂର ପର ଛିଣ୍ଡାଇ ଯୁବକଯୁବତୀ କଲେ ରିଲ୍‌, ଖୋଜୁଛି ପୁଲିସ୍‌

ରିଲ୍‌ କରିବା ନିଶାରେ ଚୁର୍‌ ଯୁବକଯୁବତୀ ମୟୂରକୁ ଅକଥନୀୟ ନିର୍ଯାତନା ଦେବାକୁ ପଛାଇଲେ ନାହିଁ। ସେମାନେ ମୟୂରଟିକୁ କାବୁ କରି ଅତି ନିର୍ଦ୍ଦୟ ଭାବେ ତା’ର ପର ଗୋଟି ଗୋଟି କରି ଛିଣ୍ଡାଇବାକୁ ଲାଗିଲେ ।

Reel

Reel

Advertisment

ରିଲ୍‌ କରିବାର ନିଶା ଘାତକ ହେଲା। ଏପରି ଏକ ରିଲ୍‌ କରିଥିବା ଯୁବକଯୁବତୀଙ୍କୁ ଏବେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଖୋଜୁଥିବା ବେଳେ ତାଙ୍କ ପତ୍ତା ପାଇ ପାରୁନି। ରିଲ୍‌ କରି ନିଜ ପାଇଁ ବିପଦକୁ ଡାକିଥିବା ଯୁବକଯୁବତୀ ଏବେ ବିଭିନ୍ନ ସ୍ଥାନରେ ଲୁଚୁଥିବା ବେଳେ ସେମାନଙ୍କୁ ଖୋଜିବାକୁ ସ୍ୱତନ୍ତ୍ର ଟିମ୍‌ କରିଛି ପୁଲିସ୍‌। ଏପରି ଏକ ଘଟଣା ମଧ୍ୟପ୍ରଦେଶର କଟନୀ ଜିଲ୍ଲାରେ ଘଟିଛି।

Advertisment

ମୟୂର ଆମର ଜାତୀୟ ପକ୍ଷୀ ହୋଇଥିବା ବେଳେ ଏହାର ମୁଖ୍ୟ ଆକର୍ଷଣ  ପର ହୋଇଥାଏ। ହେଲେ ରିଲ୍‌ କରିବା ନିଶାରେ ଚୁର୍‌ ଯୁବକଯୁବତୀ ମୟୂରକୁ ଅକଥନୀୟ ନିର୍ଯାତନା ଦେବାକୁ ପଛାଇଲେ ନାହିଁ। ସେମାନେ ମୟୂରଟିକୁ କାବୁ କରି ଅତି ନିର୍ଦ୍ଦୟ ଭାବେ ତା’ର ପର ଗୋଟି ଗୋଟି କରି ଛିଣ୍ଡାଇବାକୁ ଲାଗିଲେ । ଆଉ ଏହାର ଭିଡିଓ କରି ଭାଇରାଲ ମଧ୍ୟ କଲେ। ଏହି ଭିଡିଓ ଭାଇରାଲ ହେବା ପରେ ପରିବେଶବିତମାନେ ଉଦବେଗ ପ୍ରକାଶ କରିଥିବା ବେଳେ ସୋଶାଲ ମିଡିଆରେ ବି ଖୁବ୍‌ ଅସନ୍ତୋଷ ପ୍ରକାଶ ପାଇଲା।

ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଓ ବନ ବିଭାଗ ଆକ୍ସନ ମୁଡକୁ ଚାଲି ଆସି ଉଭୟଙ୍କ ସନ୍ଧାନ ଆରମ୍ଭ କରି ଦେଇଛନ୍ତି। ଉକ୍ତ ଭିଡିଓରେ ଯୁବକଙ୍କ ବାଇକ୍‌ ନମ୍ବର ଦେଖାଯାଉଥିବା ବେଳେ ତାହାକୁ ଆଧାର କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି । ତଦନ୍ତରୁ ଯୁବକଙ୍କ ନାମ ଅତୁଳ ଓ ସେ ରିଠି ଅଞ୍ଚଳର ବାସିନ୍ଦା ବୋଲି ଜଣାଯାଇଛି।

Advertisment

ଅତୁଳଙ୍କୁ ଗିରଫ କରିବାକୁ ପୁଲିସ୍‌ ତାଙ୍କ ଘରେ ପହଞ୍ଚିବା ବେଳକୁ ସେ ସେଠାରେ ଉପସ୍ଥିତ ନ ଥିଲେ। ଏବେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

Madhya Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe