Advertisment

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ

ଲଗାତର ତୃତୀୟ ଥର ପାଇଁ ସେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

author-image
Madhupriya Mistry
pema-khandu

pema-khandu

ଶପଥ ନେଲେ ପେମା ଖାଣ୍ଡୁ। ଲଗାତର ତୃତୀୟ ଥର ପାଇଁ ସେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେପଟେ ତାଙ୍କ ସହ ଅରୁଣାଚଳ ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ଭାବେ ଚୌନା ମେନ୍‌ ମଧ୍ୟ ଶପଥ ନେଇଛନ୍ତି।

Advertisment

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶହା, ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ଏବଂ ଅନ୍ୟ ନେତାଙ୍କ ଉପସ୍ଥିତିରେ ରାଜ୍ୟପାଳ କେ.ଟି ପରନାଇକ୍‌ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଖାଣ୍ଡୁଙ୍କ ସହ ୧୧ ଅନ୍ୟ ବିଧାୟକମାନେ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଛନ୍ତି।

ବୁଧବାର ପେମା ଖଣ୍ଡୁ ଭାରତୀୟ ଜନତା ପାର୍ଟି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ଏହି ବୈଠକରେ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ - ରବି ଶଙ୍କର ପ୍ରସାଦ ଏବଂ ତରୁଣ ଚୁଗ୍ ମଧ୍ୟ ଭାଗ ନେଇଥିଲେ।

Advertisment

ଅରୁଣାଚଳ ପ୍ରଦେଶର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାର ୪୬ଟି ଆସନରେ ବିଜୟ ହାସଲ କରିଥିଲା ବିଜେପି। ଏନ୍‌ସିପି ୫ ଓ ରାଷ୍ଟ୍ରବାଦୀ କଂଗ୍ରେସ ଦଳ ୩ ଓ ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ ଦୁଇଟି ସିଟ୍‌ ହାତେଇଥିଲା। ସେପଟେ କଂଗ୍ରେସ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀମାନେ ତିନୋଟି ଆସନରେ ବିଜୟ ହାସଲ କରିଥିଲେ। ଏପ୍ରିଲ ୧୯ ତାରିଖରେ ରାଜ୍ୟରେ ବିଧାନସଭା ସମେତ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Arunachal Pradesh Pema Khandu Sworn