Advertisment

ଆୟୂଷ୍ମାନ କାର୍ଡ ଥାଇ ବି ରୋଗୀଠୁ ଲୁଟିଲେ ୯ ଲକ୍ଷ, ହସ୍ପିଟାଲ ଉପରେ ୪୫ ଲକ୍ଷ ଜରିମାନା

ହାତରେ ଆୟୂଷ୍ମାନ କାର୍ଡ ଥାଇ ବି ଚିକିତ୍ସା ନାଁରେ ମେଡିକାଲ କର୍ତ୍ତୃପକ୍ଷ ଲୁଟି ନେଲେ ୯ ଲକ୍ଷ । ଏହାପରେ ବି ଆଖି ବୁଜିଦେଲା ରୋଗୀ।

author-image
Niharika Rout
Hospital

Hospital

ହାତରେ ଥିଲା ଆୟୂଷ୍ମାନ କାର୍ଡ। ଭାବିଥିଲେ ଚିକିତ୍ସା ସୁବିଧା ମିଳିଯିବ । ମାତ୍ର ହାତରେ କାର୍ଡ ଥାଇ ବି ଚିକିତ୍ସା ନାଁରେ ମେଡିକାଲ କର୍ତ୍ତୃପକ୍ଷ ଲୁଟି ନେଲେ ୯ ଲକ୍ଷ । ଏହାପରେ ବି ଆଖି ବୁଜିଦେଲା ରୋଗୀ।

Advertisment

ଗୁଜରାଟରେ ଏପରି ଏକ ଘଟଣା ଘଟିଥିବା ବେଳେ ଜିଲ୍ଲା ମେଡିକାଲ ଅଫିସର ସମ୍ପୃକ୍ତ ହସ୍ପିଟାଲ ଉପରେ ୪୫ ଲକ୍ଷ ଟଙ୍କାର ଜରିମାନା ପକାଇଛନ୍ତି। ଏଥିସହ ମୃତ ରୋଗୀଙ୍କ ପରିବାରକୁ ତୁରନ୍ତ ୯ ଲକ୍ଷ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୁଜରାଟ ଅହମ୍ମଦାବାଦର ରଞ୍ଜନା ନାୟକ ନାମ୍ନୀ ମହିଳା ହୃଦଘାତର ଶିକାର ହୋଇଥିଲେ। ଏହାପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ଷ୍ଟର୍ଲିଂଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହାତରେ ଆୟୂଷ୍ମାନ କାର୍ଡ ଥାଇ ବି ରଞ୍ଜନାଙ୍କ ଚିକିତ୍ସା ଆରମ୍ଭ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ସ୍ୱାମୀଙ୍କୁ କ୍ୟାଶ୍‌ ମାଗିଥିଲେ। ଅନ୍ୟ ଉପାୟ ନ ପାଇ ରଞ୍ଜନାଙ୍କ ସ୍ୱାମୀ ଯଶବନ୍ତ ନାୟକ ଟଙ୍କା ଦେବାରେ ଲାଗିଲେ। ଇତି ମଧ୍ୟରେ ସେ ୯ ଲକ୍ଷ ଟଙ୍କା ଦେଇ ସାରିଥିବା ବେଳେ ଚିକିତ୍ସା ମଝିରେ ପୁଣି ଥରେ ଟଙ୍କା ମାଗିଲେ। ଯଶବନ୍ତ ଟଙ୍କା ଯୋଗାଡ଼ କରିବାରେ ବିଳମ୍ବ ହେବାରୁ ସେମାନେ ଚିକିତ୍ସେ ବନ୍ଦ କରିଦେଲେ। ଏହାପରେ ରଞ୍ଜନା ଆଖି ବୁଜିଦେଇଥିଲେ।

Advertisment

ଯଶବନ୍ତଙ୍କ ଅଭିଯୋଗ ଅନୁଯାୟୀ, ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ବସିଥିଲା। କମିଟି ହସ୍ପିଟାଲ ଯାଇ ଯାଞ୍ଚ କରିବା ପରେ ରୋଗୀଙ୍କ ନିକଟରେ ଆୟୂଷ୍ମାନ କାର୍ଡ ଥାଇ ବି ତାଙ୍କୁ ଶୋଷଣ କରିଥିବା ଜାଣିବାକୁ ପାଇଲା।

ତେଣୁ ମୃତକଙ୍କ ପରିବାରକୁ ତୁରନ୍ତ ୯ ଲକ୍ଷ ଟଙ୍କା ଫେରାଇବା ସହ ୪୫ ଲକ୍ଷ ଟଙ୍କା ଜରିମାନା ଆକାରରେ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିନିମନ୍ତେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ୭ ଦିନ ମହଲତ ଦିଆଯାଇଛି।

Fine Hospital Gujrat