Advertisment

ବଳାତ୍କାର ଅଭିଯୁକ୍ତଙ୍କ ପାଇଁ ଥାନା ସମ୍ମୁଖରେ ପ୍ରବଳ ଉତ୍ତେଜନା, ୧୨ ପୁଲିସ୍‌ କର୍ମୀ ଆହତ

ଥାନାରେ ଅଟକ ଥିବା ନାବାଳିକା ବଳାତ୍କାରୀ ତଥା ହତ୍ୟା ଅଭିଯୁକ୍ତଙ୍କୁ ଉତ୍ତ୍ୟକ୍ତ ଲୋକଙ୍କୁ ସମର୍ପି ଦେବାକୁ ନେଇ ହୋଇଛି ହଙ୍ଗାମା। ଏହାକୁ ନେଇ ଥାନା ସମ୍ମୁଖରେ ଦେଖାଦେଲା ପ୍ରବଳ ଉତ୍ତେଜନା।

author-image
Niharika Rout
Tension before ps

Tension before ps

ଥାନାରେ ଅଟକ ଥିବା ନାବାଳିକା ବଳାତ୍କାରୀ ତଥା ହତ୍ୟା ଅଭିଯୁକ୍ତଙ୍କୁ ଉତ୍ତ୍ୟକ୍ତ ଲୋକଙ୍କୁ ସମର୍ପି ଦେବାକୁ ନେଇ ହୋଇଛି ହଙ୍ଗାମା। ଏହାକୁ ନେଇ ଥାନା ସମ୍ମୁଖରେ ଦେଖାଦେଲା ପ୍ରବଳ ଉତ୍ତେଜନା। ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଉପରକୁ ପଥର ମାଡ଼ କରିବା ସହ ଥାନାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

Advertisment

ଏହି ହିଂସାତ୍ମକ ଘଟଣାରେ ଇନ୍ସପେକ୍ଟରଙ୍କ ସମେତ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୁଲିସ୍‌ ଲାଠି ଚାର୍ଜ କରିବାକୁ ପଛାଇ ନାହିଁ। ଏପରି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ଜଳଗାୱଁରେ ଘଟିଛି।

ଜଳଗାୱଁ ଅଞ୍ଚଳର ଏକ ଗାଁରେ ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ପ୍ରାୟ ୧୦ ଦିନ ପୂର୍ବେ ଜଣେ ଯୁବକ ଟେକି ନେଇ ବଳାତ୍କାର କରିବା ସହ ହତ୍ୟା କରିଥିଲେ। ଏହାପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ। ବହୁ ଖୋଜାଖୋଜି ପରେ ପୁଲିସ୍‌ ଗତକାଲି ତାଙ୍କୁ ଗିରଫ କରିଥିଲା।

Advertisment

ଖବର ପାଇ ଥାନା ସମ୍ମୁଖରେ ପ୍ରବଳ ଭିଡ଼ ହୋଇଥିଲା। ଅଭିଯୁକ୍ତଙ୍କୁ ଭିଡ଼କୁ ଠେଲି ଦେବାକୁ ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିବା ସହ ପ୍ରତିବାଦ କରିଥିଲେ। ଏହାପରେ ସେମାନେ ପୁଲିସ୍‌ କର୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଜଣେ ଇନ୍ସପେକ୍ଟରଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି।

ଏହାପରେ ଥାନାରେ ପଶି ଉତ୍ତ୍ୟକ୍ତ ଲୋକ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଖବର ପାଇ ବରିଷ୍ଠ ଅଧିକାରୀ ଥାନାରେ ପହଞ୍ଚିଥିଲେ। ବହୁ ବୁଝାଶୁଝା ପରେ ବି ସ୍ଥିତି ଶାନ୍ତି ନ ହେବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସ୍‌ ଲାଠି ଚାଳନା କରିଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ଛତ୍ରଭଙ୍ଗ ଦେଇଥିବା ଜଣାଯାଇଛି। 

Maharashtra Tension Situation