Advertisment

ପୁଣି ପିଟ୍ରୋଡାଙ୍କ ବିବାଦୀୟ ବୟାନ, ଭାରତୀୟଙ୍କୁ କହିଲେ ଚାଇନିଜ୍‌ ଓ ଆଫ୍ରିକୀୟ

ଏକ ସାକ୍ଷାତକାରରେ ସାମ୍ ପିଟ୍ରୋଡା ଭାରତୀୟଙ୍କ ରଙ୍ଗ ଓ ରୂପକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି।

sam-pitroda

sam-pitroda

Advertisment

ପୁଣି ବିବାଦରେ ବରିଷ୍ଠ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା। ନିକଟରେ ଅମେରିକାର ଉତ୍ତରାଧିକାରୀ ଟ୍ୟାକ୍ସକୁ ନେଇ ବୟାନ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ବୟାନକୁ ନେଇ ବିବାଦ ଉପୁଜିଥିଲା। ଶାସକ ଦଳ ବିଜେପି ଏହାକୁ ନେଇ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲା। ଏବେ ପୁଣି ଥରେ ପିଟ୍ରୋଡା ଏକ ବିବାଦୟ ବୟାନ ଦେଇଛନ୍ତି। ଏହାକୁ ନେଇ ନୂଆ ବିତର୍କ ଆରମ୍ଭ ହୋଇଛି।

Advertisment

ଦି ଷ୍ଟେଟମେନ୍‌କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସାମ୍ ପିଟ୍ରୋଡା ଭାରତୀୟଙ୍କ ରଙ୍ଗ ଓ ରୂପକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ଭାରତକୁ ଏକ ବିବିଧ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ପୂର୍ବୋତ୍ତର ଲୋକମାନେ ଚାଇନିଜ୍ ଓ ପଶ୍ଚିମ ଭାରତର ଲୋକମାନେ ଆରବ ଭଳି, ଉତ୍ତର ଭାରତରେ ଲୋକମାନେ ଗୋରା ଏବଂ ଦକ୍ଷିଣ ଭାରତରେ ଲୋକମାନେ ଆଫ୍ରିକୀୟ ପରି ଦେଖାଯାଉଛନ୍ତି ବୋଲି କହିଛନ୍ତି। ତାଙ୍କର ଏହି ବୟାନକୁ ନେଇ ବିବାଦ ଉପୁଜିଛି। ତେବେ କଂଗ୍ରେସ ପିଟ୍ରୋଡାଙ୍କ ଏହି ବୟାନରୁ ନିଜକୁ ଦୂରେଇ ରଖିଛି।

ପିଟ୍ରୋଡାଙ୍କ ଏହି ବୟାନକୁ ନେଇ ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା ତାଙ୍କୁ ଟାର୍ଗେଟ କରିଛନ୍ତି। ସୋ ମାଇକ୍ରୋବ୍ଲଗିଂ ସାଇଟ୍‌ Xରେ ପୋଷ୍ଟ କରି କହିଛନ୍ତି, 'ସାମ୍‌ ଭାଇ, ମୁଁ ଉତ୍ତର ପୂର୍ବର ବାସିନ୍ଦା। ମୁଁ ଜଣେ ଭାରତୀୟ ପରି ଦେଖାଯାଉଛି ତ। ଆମ ଦେଶ ବିବିଧ ଦେଶ। ଆମେ ଭିନ୍ନ ଭିନ୍ନ ଦେଖାଯାଉଥିଲେ ମଧ୍ୟ ଆମେ ସମସ୍ତେ ଏକ। ଆମ ଦେଶ ବିଷୟରେ ଟିକିଏ ବୁଝିବାକୁ ଚେଷ୍ଟା କରନ୍ତୁ।'

Advertisment

ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା କଙ୍ଗନା ରଣାଓ୍ୱତ ମଧ୍ୟ ପିଟ୍ରୋଡାଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ସାମ୍ ପିଟ୍ରୋଡାଙ୍କ ବିରୋଧରେ 'ଜାତିପ୍ରଥା' ଏବଂ 'ବିଭାଜନକାରୀ' ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, 'ସାମ୍ ପିଟ୍ରୋଡା ହେଉଛନ୍ତି ରାହୁଲ ଗାନ୍ଧିଙ୍କ ପରାମର୍ଶଦାତା। ଭାରତୀୟଙ୍କ ଉପରେ ତାଙ୍କର ଜାତିପ୍ରଥା ତଥା ବିଭାଜନକାରୀ ମନ୍ତବ୍ୟ ଶୁଣନ୍ତୁ। ତାଙ୍କର ଆଦର୍ଶ ହିଁ ଡିଭାଇଡ୍‌ ଆଣ୍ଡ ରୁଲ୍ସ ଅଟେ। ଭାରତୀୟମାନଙ୍କୁ ଚାଇନିଜ୍ ଏବଂ ଆଫ୍ରିକୀୟ ବୋଲି କହିବା ଭୁଲ୍।'

Bjp Congress Sam Pitroda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe