Advertisment

ଅଖାରେ ବାନ୍ଧି ୬ଟି କୁକୁରକୁ ନଦୀରେ ଫିଙ୍ଗିବାକୁ ଯାଉଥିଲେ ଦୁଇ ଯୁବକ, ଆଉ ତା’ପରେ

କିଛି ଲୋକଙ୍କ ସତର୍କତା ଯୋଗୁ ଦୁଇ ଯୁବକ ସେମାନଙ୍କ ଯୋଜନାରେ ସଫଳ ହୋଇନାହାନ୍ତି।

author-image
Hemant Lenka
Dogs

Dogs

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। ଦୁଇ ଜଣ ଯୁବକ ୬ଟି ବୁଲା କୁକୁରକୁ ଅଖାରେ ଭର୍ତ୍ତି କରି ନଦୀରେ ଫିଙ୍ଗିବାକୁ ଉଦ୍ୟମ କରିଛନ୍ତି। ଅଖାରେ ଭର୍ତ୍ତି କରିବା ପୂର୍ବରୁ ସେମାନେ କୁକୁରଗୁଡ଼ିକର ଗୋଡ଼ ଓ ମୁହଁକୁ ମଧ୍ୟ ବାନ୍ଧି ଦେଇଥିଲେ।

Advertisment

ତେବେ କିଛି ଲୋକଙ୍କ ସତର୍କତା ଯୋଗୁ ଦୁଇ ଯୁବକ ସେମାନଙ୍କ ଯୋଜନାରେ ସଫଳ ହୋଇନାହାନ୍ତି। ମଧ୍ୟପ୍ରଦେଶର ସତନାରେ ଘଟିଥିବା ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ଦୁଇ ଯୁବକଙ୍କ ନାଁରେ ମାମଲା ରୁଜୁ କରିଛି। ଏଥିସହ ସେମାନଙ୍କୁ ଗିରଫ କରିଛି। 

ଘଟଣାର ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ କିଛି ଲୋକ ବ୍ରିଜ ଉପରେ ଅଖାରେ ଭର୍ତ୍ତି ହୋଇଥିବା କୁକୁରମାନଙ୍କୁ ବାହାର କରୁଛନ୍ତି। କୁକୁର ଗୁଡ଼ିକର ଗୋଡ଼ ମଧ୍ୟ ବନ୍ଧା ହୋଇଥିଲା। ଉଦ୍ଧାର କରିଥିବା ଲୋକମାନେ କୁକୁରଗୁଡ଼ିକୁ ଅଖାରୁ ବାହାର କରିବା ପରେ ସେମାନଙ୍କୁ ମୁକ୍ତ କରି ଦେଇଛନ୍ତି।

Advertisment

ପୁଲିସ କହିଛି ଯେ ଦୁଇ ଅଭିଯୁକ୍ତ ହେଲେ ନନ୍ଦୁ ଭାସ୍କର ଓ ପ୍ରଦୀପ ଭାସ୍କର। ଏମାନେ କୁକୁର ଗୁଡ଼ିକୁ ବର୍ଷା ଯୋଗୁ ଫୁଲିଥିବା ସତନା ନଦୀକୁ ବ୍ରିଜ ଉପରୁ ଫିଙ୍ଗିବାକୁ ଯୋଜନା କରିଥିଲେ। ଗୋଟିଏ ଇ-ରିକ୍ସାରେ ନନ୍ଦୁ ଓ ପ୍ରଦୀପ ସତନା-ମହିହର ରୋଡ ଦେଇ ଇ-ରିକ୍ସାରେ ବ୍ରିଜ ଉପରେ ପହଞ୍ଚିଥିଲେ। ଶୁକ୍ରବାର ଦିନ ୧୧ଟାରେ ଏହି ଘଟଣା ଘଟିଥିଲା।

ତେବେ ସେମାନେ ଇ-ରିକ୍ସାରେ ଆସୁଥିବା ବେଳେ ଉଭୟଙ୍କ ପିଛା ସ୍ଥାନୀୟ ଅଞ୍ଚଳର ପରିମଳ ତ୍ରିପାଠୀ ଓ ବ୍ରିଜେଶ ଯାଦବ କରିଥିଲେ। ଏହାପୂର୍ବରୁ ଗାଡ଼ିରେ ଥିବା ୬ଟି ଅଖାରୁ କିଛି ଶବ୍ଦ ବାହାରୁଥିବା ସେମାନେ ଶୁଣିଥିଲେ। ପରିମଳ ଓ ବ୍ରିଜେଶ ଗାଡ଼ିଟିକୁ ବ୍ରିଜ ଉପରେ ଅଟକାଇଥିଲେ।

ଯାଞ୍ଚ କରିବାରୁ ଅଖା ଭିତରୁ ୬ଟି କୁକୁର ବନ୍ଧା ହୋଇ ରହିଥିବା ଦେଖାବାକୁ ପାଇଥିଲେ। ଏହି ୬ କୁକୁର ବଜୀରାହା ଟୋଲା ନିକଟରେ ଉତ୍ପାତ୍ତ କରୁଥିଲେ। ଏମାନେ ଲୋକଙ୍କୁ କାମୁଡ଼ିବାର ଆଶଙ୍କା ଥିବାରୁ ନନ୍ଦୁ ଓ ପ୍ରଦୀପ ଏଭଳି ପଦକ୍ଷେପ ନେଇଥିଲେ ବୋଲି କୁହାଯାଉଛି। ତଥାପି ପୁଲିସ ଉଭୟଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି। 

Madhya Pradesh Dog Barking