Advertisment

ପ୍ରଖର ସ୍ରୋତରେ ମାଡ଼ି ଆସିଲା ଝରଣା ପାଣି, ଭାସିଗଲେ ଲୋକେ

ପ୍ରବଳ ବର୍ଷା ହେତୁ ଝରଣାରେ ପ୍ରଖର ସ୍ରୋତରେ ପାଣି ଆସିବା ସହ ବହୁ ଲୋକଙ୍କୁ ଭସାଇ ନେଲା। ଏହି ସମୟରେ ଦେବଦୂତ ସାଜିଲେ ବନ କର୍ମଚାରୀ ।

Disaster

Disaster

Advertisment

ଝରଣାରେ ଗାଧୋଇବା ସହ ବେଶ ହସଖୁସିରେ ମାତିଥିଲେ ଲୋକେ। ମାତ୍ର ହଠାତ୍‌ ଶୁଭିଲା ଚିତ୍କାର। ପ୍ରବଳ ବର୍ଷା ହେତୁ ଝରଣାରେ ପ୍ରଖର ସ୍ରୋତରେ ପାଣି ଆସିବା ସହ ବହୁ ଲୋକଙ୍କୁ ଭସାଇ ନେଲା। ଏହି ସମୟରେ ଦେବଦୂତ ସାଜିଲେ ବନ କର୍ମଚାରୀ । ଉପସ୍ଥିତ ବୁଦ୍ଧି ଖଟାଇ ସେମାନେ ପ୍ରଖର ସ୍ରୋତ ମୁହଁରୁ ସମସ୍ତ ପର୍ଯ୍ୟଟକଙ୍କୁ ରକ୍ଷା କରିଛନ୍ତି। ଏପରି ଏକ ଲୋମଟାଙ୍କୁରା ଘଟଣା ବିହାର ରୋହତାସ ଜିଲ୍ଲାରେ ଘଟିଛି।

Advertisment

ରୋହତାସ ଜିଲ୍ଲାରେ ଥିବା ଏକ ଝରଣା ନିକଟରେ ଲୋକ ଗହଳି ଥିବା ବେଳେ ବହୁ ଜଣ ମଜାମସ୍ତିରେ ମାତିଥିଲେ। ଏହି ସମୟରେ ହଠାତ୍‌ ଝରଣାରେ ଖୁବ୍‌ କ୍ଷୀପ୍ର ବେଗରେ ପାଣି ମାଡ଼ି ଆସିବା ସହ ଅଧିକାଂଶ ଲୋକଙ୍କୁ ଭସାଇ ନେଇଥିଲା। ଜୀବନ ବିକଳରେ ସେମାନେ ଆର୍ତ୍ତ ଚିତ୍କାର କରିଥିଲେ।

ଏହା ଶୁଣି ସ୍ଥାନୀୟ ଲୋକ ନିକଟରେ ଥିବା ବନ ବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ବନ କର୍ମଚାରୀ ତତ୍‌କ୍ଷଣାତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସେମାନେ ନିଜ ଜୀବନକୁ ପାଣି ଛଡ଼ାଇ ରଶି ସାହାଯ୍ୟରେ ଜଣଙ୍କ ପରେ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲ। ଫଳରେ ସମସ୍ତଙ୍କ ଜୀବନ ରକ୍ଷା ହୋଇ ପାରିଥିବା ବେଳେ ବନ କର୍ମଚାରୀଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।

Advertisment
Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe