Advertisment

୨୦୨୩-୨୪ ବଜେଟ: ମୁଣ୍ଡ ପିଛା ଆୟ ଦୁଇ ଗୁଣ ହୋଇ ୧.୯୭ ଲକ୍ଷରେ ପହଞ୍ଚିଛି

ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ୨୦୨୩-୨୪ ବଜେଟ ପ୍ରସ୍ତୁତ କରାଯାଇଛି।

Budget

Budget

Advertisment

ଲୋକସଭାରେ ଆଜି ଠିକ୍‌ ଦିନ ୧୧ଟାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅମୃତ କାଳ ବା ସ୍ୱାଧୀନତାର ୭୫ ବର୍ଷ ପୂରିବା ପରେ ପ୍ରଥମ ବଜେଟ କେନ୍ଦ୍ର ସରକାର ଉପସ୍ଥାପନ କରୁଛନ୍ତି। ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ୨୦୨୩-୨୪ ବଜେଟ ପ୍ରସ୍ତୁତ କରାଯାଇଛି।

Advertisment

ନିର୍ମଳା ସୀତାରମଣ ୫ମଥର ପାଇଁ ଆଜି ଗୃହରେ ବଜେଟ ଉପସ୍ଥାପନ କରିଛନ୍ତି। ସେ ତାଙ୍କ ବଜେଟ ଭାଷଣରେ କେନ୍ଦ୍ର ସରକାର ଦେଶର ଅଭିବୃଦ୍ଧି ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବିଶ୍ୱ ଅର୍ଥନୀତି ତଳକୁ ଖସୁଥିବା ବେଳେ ଭାରତର ଅର୍ଥନୀତି ଠିକ୍‌ ଟ୍ରାକରେ ରହିଛି। ମହାମାରୀ କରୋନା ବେଳେ ଆମେ ମାଗଣା ଖାଦ୍ୟ ସାମଗ୍ରୀ ଲୋକଙ୍କୁ ଯୋଗାଇ ଦେଇଥିଲୁ। ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଦେଶର ୮୦ କୋଟିରୁ ଅଧିକ ଲୋକ ଏହି ଯୋଜନା ଦ୍ୱାରା ୨୮ ମାସ ମାଗଣାରେ ରାସନ ଯୋଗାଇ ଦିଆଯାଇଛି।

Advertisment

ଏଥିସହ ଆଉ ବର୍ଷେ ଯାଏ କେନ୍ଦ୍ର ସରକାର ମାଗଣା ରାସନ ଯୋଜନାକୁ ବୃଦ୍ଧି କରିଛନ୍ତି। ବସୁ ଧୈବ କୁଟୁମ୍ଭକମ ନୀତିରେ ସରକାର ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରୁଛନ୍ତି। ଏହା ବିଶ୍ୱସ୍ତରରେ ଭାରତର ଦବଦବାକୁ ପ୍ରଦର୍ଶିତ କରୁଛି।

୨୦୧୪ରୁ ଭାରତ ସରକାର ସମସ୍ତ ନାଗରିକ କେମିତି ଉପଯୁକ୍ତ ଅଧିକାର ପାଇବେ, ତା’ ଉପରେ ଗୁରୁତ୍ୱ ଦେଇ ଚାଲିଛନ୍ତି। ବର୍ତ୍ତମାନ ଦେଶର ମୁଣ୍ଡ ପିଛା ଆୟ ଦୁଇ ଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚିଛି। ଏହି ୯ ବର୍ଷ ମଧ୍ୟରେ ଭାରତର ଅର୍ଥନୀତିକ ଆକାର ୧୦ମ ସ୍ଥାନରୁ ଆସି ୫ ସର୍ବବୃହତ୍ତ ଅର୍ଥନୀତିରେ ପହଞ୍ଚିଛି।

ଦେଶରେ ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍‌ ଟିକା ଦିଆଯାଇଛି। ଚାଲୁ ବିତ୍ତ ବର୍ଷରେ ଭାରତର ଅର୍ଥନୀତିକ ଅଭିବୃଦ୍ଧି ୭.୦% ରହିବ। ଏହା ସମସ୍ତ ବଡ଼ ଅର୍ଥନୀତିକ ଦେଶ ତୁଳନାରେ ଅଧିକ। ସାରା ବିଶ୍ୱରେ ମହାମାରୀ ଓ ଯୁଦ୍ଧର ବିଭୀଷିକା ଦେଖା ଯାଇଥିବା ବେଳେ ଭାରତର ଅର୍ଥନୀତି ଭଲ ସ୍ଥିତିରେ ରହିଛି। ମିଶନ ମୋଡ୍‌ରେ ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର କରାଯାଉଛି। କୃଷି କ୍ରେଡିଟ୍‌ ଟାର୍ଗେଟ ୨୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

Financially
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe