Advertisment

ପିରିୟୋଡିକ ଟେବୁଲ ଓ ଗଣତନ୍ତ୍ର ବିଷୟରେ ଆଉ ପଢ଼ିବେନି ୧୦ମ ଶ୍ରେଣୀ ପିଲା

ବିଜ୍ଞାନ ବହିରୁ ହଟା ଯାଇଥିବା ବିଷୟବସ୍ତୁ ଗୁଡ଼ିକ ମଧ୍ୟରେ ପରିବେଶଜନିତ ସ୍ଥିରତା ଓ ଶକ୍ତିର ଉତ୍ସ ରହିଛି।

author-image
Hemant Lenka
Periodic Table

Periodic Table

୧୦ମ ଶ୍ରେଶୀରେ ପଢ଼ୁଥିଲା ପିଲାମାନେ ଏଣିକି ପିରିୟୋଡିକ ଟେବୁଲ ବା ପର୍ଯ୍ୟାୟ ଶାରେଣୀ, ଗଣତନ୍ତ୍ର ଓ ଶକ୍ତିର ଉତ୍ସ ସମ୍ପର୍କରେ ଆଉ ଶିଖି ପାରିବେ ନାହିଁ। କାରଣ ସରକାର ଏହି ସବୁ ବିଷୟବସ୍ତୁକୁ ପିଲାଙ୍କ ପାଠ୍ୟକ୍ରମରୁ ହଟାଇ ଦେଇଛନ୍ତି। ଶିକ୍ଷାର୍ଥୀଙ୍କ ଉପରେ ପଡ଼ୁଥିବା ପାଠ ପଢ଼ାର ବୋଝ ହ୍ରାସ କରିବା ପାଇଁ ଏନସିଇଆରଇଟି ପ୍ରସ୍ତୁତ ବହିରେ ଏପରି ବ୍ୟବସ୍ଥା କରାଯାଇଛି।

Advertisment

ଥିଓରୀ ଅଫ ଇଭାଲ୍ୟୁଏସନ ପାଇଁ ବ୍ୟବହାର କରାଯାଉଥିବା ପିରିୟୋଡିକ ଟେବୁଲକୁ ହଠାତ୍‌ ୧୦ମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକୁ ହଟାଇବା ଦେବା ସମସ୍ତଙ୍କୁ ଚକିତ କରିଛି। ଏନସିଇଆରଟି ନୂଆ ବହି ଜାରି କରି ହଟା ଯାଇଥିବା ବିଷୟବସ୍ତୁ ସମ୍ପର୍କରେ ସୂଚିତ କରିଛି।

ବିଜ୍ଞାନ ବହିରୁ ହଟା ଯାଇଥିବା ବିଷୟବସ୍ତୁ ଗୁଡ଼ିକ ମଧ୍ୟରେ ପରିବେଶଜନିତ ସ୍ଥିରତା ଓ ଶକ୍ତିର ଉତ୍ସ ରହିଛି। ଗଣତନ୍ତ୍ର ଉପରେ ଥିବା ପୂରା ବିଷୟ, ଗଣତନ୍ତ୍ର ପ୍ରତି ଥିବା ଚ୍ୟାଲେଞ୍ଜ ଓ ରାଜନୀତିକ ଦଳ ସହ ଜଡ଼ିତ ବିଷୟବସ୍ତକୁ ମଧ୍ୟ ୧୦ମ ଶ୍ରେଣୀ ପିଲାଙ୍କ ପାଠ୍ୟ ପୁସ୍ତକରୁ ହଟିଛି। ଜନ ସଂଘର୍ଷ ଓ ଆନ୍ଦୋଳନ ବିଷୟରେ ମଧ୍ୟ ୧୦ମ ଶ୍ରେଣୀ ପିଲା ଆଉ ପଢ଼ିବେ ନାହିଁ।

Advertisment

କରୋନା ମହାମାରୀ ପରେ ସୃଷ୍ଟି ହୋଇଥିବା ଚାପକୁ ପିଲାମାନଙ୍କ ମୁଣ୍ଡରୁ କାଢ଼ିବା ପାଇଁ ଏପରି କରାଯାଉଛି। କଠିତମ ସ୍ତର, ଅଧିକ ଲମ୍ବା ବିଷୟ ଓ ବର୍ତ୍ତମାନ ପରିସ୍ଥିତିରେ ଦରକାର ନଥିବା ବିଷୟବସ୍ତକୁ ବହିରୁ ହଟା ଯାଇଥିବା ଏନସିଇଆରଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

୧୦ମ ଶ୍ରେଶୀରୁ ଏହି ସବୁ ବିଷୟବସ୍ତକୁ ହଟାଇ ଦିଆଯାଇଥିଲେ ମଧ୍ୟ ପିଲାମାନେ ଏବିଷୟରେ ଚାହିଁଲେ ଶିକ୍ଷା ଗ୍ରହଣ କରିପାରିବେ। କିନ୍ତୁ ଏଥିପାଇଁ ସେମାନଙ୍କୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଏସବୁ ବିଷୟକୁ ଚୟନ କରିବାକୁ ପଡ଼ିବ।

NCERT