Advertisment

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ମନଇଚ୍ଛା ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ଇଡି

ଯଦି ଅଭିଯୁକ୍ତ ସ୍ୱତନ୍ତ୍ର କୋର୍ଟଙ୍କ ସମନ ଅନୁସାରେ ହାଜର ହେଉଛନ୍ତି, ତା’ହେଲେ ଇଡି ତାଙ୍କୁ ଗିରଫ କରିପାରିବ ନାହିଁ। ଏପରି ସ୍ଥିତିରେ ଇଡିକୁ ଗିରଫଦାରୀ ପୂର୍ବରୁ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
SC

SC

ଏକ ଐତିହାସିକ ନିଷ୍ପତ୍ତିକ୍ରମେ ସୁପ୍ରିମକୋର୍ଟ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର କ୍ଷମତାକୁ ସଙ୍କୁଚିତ କରି ଦେଇଛନ୍ତି। ପିଏମଏଲ ଆକ୍ଟର ଧାରା ୧୯ ଅନୁଯାୟୀ ଇଡି ଅଭିଯୁକ୍ତକୁ ଗିରଫ କରିବା ପାଇଁ ପାଇଥିବା ଅଧିକାର ଉପରେ ସୁପ୍ରିମକୋର୍ଟ ସର୍ତ୍ତ ଲାଗୁ କରିଛନ୍ତି।

Advertisment

ଯଦି ଅଭିଯୁକ୍ତ ସ୍ୱତନ୍ତ୍ର କୋର୍ଟଙ୍କ ସମନ ଅନୁସାରେ ହାଜର ହେଉଛନ୍ତି, ତା’ହେଲେ ଇଡି ତାଙ୍କୁ ଗିରଫ କରିପାରିବ ନାହିଁ। ଏପରି ସ୍ଥିତିରେ ଇଡିକୁ ଗିରଫଦାରୀ ପୂର୍ବରୁ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ସୁପ୍ରିମକୋର୍ଟଙ୍କ କହିବା କଥା ଯେ ମାମଲାକୁ ସ୍ୱତନ୍ତ୍ର କୋର୍ଟ ନିଜ ଜ୍ଞାତକୁ ନେବା ପରେ ଇଡି ଓ ଏହାର ଅଧିକାରୀଙ୍କୁ ଧାରା ୧୯ରେ ଗିରଫଦାରୀ ପାଇଁ ମିଳିଥିବା କ୍ଷମତା ଶକ୍ତିହୀନ ହୋଇପଡ଼ିବ। ଅଭିଯୋଗ ପର୍ଦ୍ଦରେ ଥିବା ବ୍ୟକ୍ତିଙ୍କୁ ଇଡି ଗିରଫ କରିପାରିବ ନାହିଁ।

Advertisment

ଜଷ୍ଟିସ ଅଭୟ ଏସ ଓକା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ତପୀଠ କହିଛନ୍ତି, ଇଡି ଦ୍ୱାରା ଯଦି ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି ଓ ସମନ ପାଇବା ପରେ କୋର୍ଟ ଆସୁଛନ୍ତି, ତା’ହେଲେ ତାଙ୍କୁ ଜାମିନ ଦେବା ପାଇଁ ଧାରା ୪୫ରେ ପ୍ରଦତ୍ତ କୌଣସି କଠିନ ସର୍ତ୍ତର ଆବଶ୍ୟକତା ନାହିଁ।

ସମନ ପରେ ଯଦି ଅଭିଯୁକ୍ତଙ୍କୁ ନିଜ ହେପାଜତର ନେବାର ଆବଶ୍ୟକ ରହିଛି ବୋଲି ଇଡି କହିବ, ତା’ହେଲେ ତଦନ୍ତକାରୀ ସଂସ୍ଥାକୁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିବାକୁ ପଡ଼ିବ। ଯଦି କୋର୍ଟ ହେପାଜତର ଆବଶ୍ୟକ ରହିଛି ବୋଲି ଅନୁଭବ କରିବେ, ତା’ହେଲେ ଏଥିପାଇଁ ଅନୁମତି ଦେଇପାରିବେ।

ଧାରା ୧୯ କହୁଛି ଯେ ଇଡି ଅଧିକାରୀମାନେ ଜଣେ ଅଭିଯୁକ୍ତଙ୍କୁ ନି ଇଚ୍ଛା ଅନୁସାରେ ଗିରଫ କରିପାରିବେ। ଇଡିକୁ ପିଏମଏଲ ଆକ୍ଟରେ ଏପରି କ୍ଷମତା ଦିଆଯାଇଛି।

କୋର୍ଟ ଆହୁରି କହିଛନ୍ତି, ଇଡି ତା’ର ଅଭିଯୋଗ ପର୍ଦ୍ଦ ଦାଖଲ କରିବା ଯାଏ ଯଦି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ, ତେବେ ଏହାପରେ ଆଉ ସଂସ୍ଥା ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ। ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର କୋର୍ଟ ପ୍ରଥମେ ସମନ କରିବେ। ଯଦି ଅଭିଯୁକ୍ତ ସମନ ଅନୁସାରେ ହାଜରେ ହେଲେ, ତା’ହେଲେ ତାଙ୍କୁ ହେପାଜତକୁ ନେବାର ଆବଶ୍ୟକ ନାହିଁ।

ଧାରା ୭୦ ଅନୁସାରେ ଗିରଫ ପରୱାନା ସେତେବେଳେ ଜାରି କରାଯାଇ ପାରିବ ଯେତେବେଳେ ଅଭିଯୁକ୍ତ ସମନର ଉତ୍ତର ଅଭିଯୁକ୍ତ ନ ଦେବେ। ପ୍ରଥମଥରରେ ଏହା ଜାମିନ ଯୁକ୍ତ ପରୱାନା ହେବ।

Supreme Court Ed