Advertisment

ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ଶୋ’କୁ ମିଳିଲାନି ଅନୁମତି

ମାର୍ଚ୍ଚ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥା’ନ୍ତେ ରୋଡ୍‌ ଶୋ’।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ତାମିଲନାଡୁର କୋଏମ୍ବାଟୁରରେ ରୋଡ୍‌ଶୋ’ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ନାହିଁ ଅନୁମତି। କିଛି ଜାତୀୟ ଗଣମାଧ୍ୟମରେ ଆଜି ଏହି ଖବର ଆସିଛି। 

Advertisment

ମାର୍ଚ୍ଚ ୧୮ ତାରିଖରେ କୋଏମ୍ବାଟୁରରେ ଏକ ରୋଡ୍‌ଶୋ’ କରିବାକୁ ବିଜେପି ପକ୍ଷରୁ କୋଏମ୍ବାଟୁର ଜିଲ୍ଲା ପ୍ରଶାସନକୁ ଅନୁମତି ମଗାଯାଇଥିଲା। ହେଲେ ୩.୬ କିଲୋମିଟରର ଏହି ରୋଡ୍‌ଶୋ’ ପାଇଁ ଅନୁମତି ଦେବାକୁ କୋଏମ୍ବାଟୁର ଜିଲ୍ଲା ପୁଲିସ୍ ମନା କରି ଦେଇଛି। 

ବିଭିନ୍ନ କାରଣ ଦର୍ଶାଇ ପୁଲିସ୍ ଅନୁମତି ଦେବାକୁ ମନା କରି ଦେଇଛି। ଜିଲ୍ଲା ପୁଲିସ୍ ପକ୍ଷରୁ ଦର୍ଶାଯାଇଥିବା ବିଭିନ୍ନ କାରଣ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ। ତା’ ସହିତ କୋଏମ୍ବାଟୁରର ସାଂପ୍ରଦାୟିକ ଇତିହାସକୁ ଦୃଷ୍ଟିରେ ରଖିଲେ ଏହି ରୋଡ୍‌ଶୋ’ ପାଇଁ ଅନୁମତି ଦେବା ଠିକ ହେବ ନାହିଁ ବୋଲି ପୁଲିସ୍ କହିଥିବା ସୂଚନା ମିଳିଛି। ସେହିପରି ସାଧାରଣ ଜନତା (ବିଶେଷ କରି ଛାତ୍ରଛାତ୍ରୀ) ଏହି ରୋଡ୍‌ଶୋ’ ଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଦର୍ଶାଇ ଅନୁମତି ଦେବାକୁ ମନା କରି ଦେଇଛି କୋଏମ୍ବାଟୁର ଜିଲ୍ଲା ପୁଲିସ।

Advertisment

ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବିତ ରୋଡ୍‌ଶୋ’ ଆରଏସ୍ ପୁରମରେ ଶେଷ ହୋଇଥା’ନ୍ତା। ୧୯୯୮ ମସିହା ଫେବ୍ରୁଆରୀ ୧୪ ତାରିଖରେ କୋଏମ୍ବାଟୁରରେ ସିରିଜ୍ ବିସ୍ଫୋରଣ ହୋଇଥିଲା। ସେଥିରୁ ଗୋଟିଏ ବିସ୍ଫୋରଣ ଏହି ଆରଏସ ପୁରମରେ ହୋଇଥିଲା। ସାଂପ୍ରଦାୟିକ ଦୃଷ୍ଟିକୋଣରୁ କୋଏମ୍ବାଟୁର ଏକ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ଏଠାରେ କୌଣସି ରାଜନୀତିକ ଦଳ ବା ସଂଗଠନଙ୍କୁ ରୋଡ୍‌ଶୋ’ କରିବାକୁ ଅନୁମତି ଦିଆଯାଇ ନାହିଁ।  

ବିଜେପି ୧୮ ତାରିଖରେ କୋଏମ୍ବାଟୁରରେ ରୋଡ୍‌ଶୋ’ କରିବାକୁ ଯୋଜନା କରିଥିବା ବେଳେ ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ସେହିଦିନ ଓ ତା’ପର ଦିନ ଅନେକ ପରୀକ୍ଷା ରହିଛି। ଯେଉଁ ବାଟ ଦେଇ ଏହି ରୋଡ୍‌ଶୋ’ ଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା, ସେଠାରେ ଅନେକ ସ୍କୁଲ ରହିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। 

PM Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe