Advertisment

ଖାଇବା ଦେବାକୁ ଭୁଲିଯିବାରୁ ମାଲିକକୁ କାମୁଡ଼ିଲା କୁକୁର; ପଡ଼ିଲା ୬୦ ଷ୍ଟିଚ୍‌

ଖରାବେଳେ ପୋଷା କୁକୁରକୁ ଖାଇବାକୁ ଦେବାକୁ ଭୁଲି ଯାଇଥିଲେ। ରାତିରେ ମାଲିକଙ୍କର ଏହା ମନେ ପଡ଼ିବାରୁ ସେ ତୁରନ୍ତ କୁକୁର ପାଖରେ ଖାଦ୍ୟ ନେଇ ପହଞ୍ଚିଥିଲେ। ମାତ୍ର ସେତେବେଳକୁ କୁକୁର ପାଲଟି ଯାଇଥିଲା ହିଂସ୍ର ।

ଅଦ୍ୟତନ ହୋଇଛି
Dog Attack

Dog Attack

Advertisment

ଘରେ ପୋଷା କୁକୁର ରଖିଥିଲେ। ମାତ୍ର ଖରାବେଳେ ଖାଇବାକୁ ଦେବାକୁ ଭୁଲି ଯାଇଥିଲେ। ରାତିରେ ମାଲିକଙ୍କର ଏହା ମନେ ପଡ଼ିବାରୁ ସେ ତୁରନ୍ତ କୁକୁର ପାଖରେ ଖାଦ୍ୟ ନେଇ ପହଞ୍ଚିଥିଲେ। ମାତ୍ର ସେତେବେଳକୁ କୁକୁର ପାଲଟି ଯାଇଥିଲା ହିଂସ୍ର । ଭୋକରେ ହିଂସ୍ର ପାଲଟି ଯାଇଥିବା କୁକୁରଟି ନିଜ ମାଲିକ ଶରୀରକୁ ଝୁଣି ଦେଇଥିବା ବେଳେ ସେଥିରେ ୬୦ଟି ଷ୍ଟିଚ୍‌ ପଡ଼ିଛି। ଏପରି ଏକ ସାଂଘାତିକ ଘଟଣା ମଧ୍ୟପ୍ରଦେଶର ଗୋୱାଲିୟରରେ ଘଟିଛି।

Advertisment

ଗୋୱାଲିୟର ନିବାସୀ ୬୩ ବର୍ଷ ବୟସ୍କ ତେଜେନ୍ଦ୍ର ଘୋରପଡ଼େ ନିଜ ଘର ଜଗିବା ନିମନ୍ତେ Rottweiler ପ୍ରଜାତିର ଏକ କୁକୁର ରଖିଥିଲେ। କିନ୍ତୁ ଏହି କୁକୁର ତାଙ୍କ ପାଇଁ ଘାତକ ପାଲଟିଗଲା ।

ଗତକାଲି ମଧ୍ୟାହ୍ନ ସମୟରେ ତେଜେନ୍ଦ୍ରଙ୍କର ନିଜ କୁକୁରକୁ ଖାଇବାକୁ ଦେବାକୁ ମନେ ନ ଥିଲା। ରାତିରେ ମନେ ପଡ଼ିବାରୁ ସେ ତୁରନ୍ତ କୁକୁର ପାଖକୁ ଖାଇବା ନେଇ ଯାଇଥିଲେ। ମାତ୍ର ଭୋକିଲା ଥିବା କୁକୁରଟି ନିଜ ମାଲିକଙ୍କୁ ଦେଖି ଆଉ କ୍ରୋଧକୁ ସମ୍ଭାଳି ପାରିଲାନି । ସେ ତୁରନ୍ତ ମାଲିକ ଉପରକୁ ଡେଇଁ ପଡ଼ି ହାତ,ଗୋଡ଼ ତଥା ଶରୀରର ବିଭିନ୍ନ ସ୍ଥାନରୁ ମାଂସ ଝୁଣିବାକୁ ଲାଗିଲା।

Advertisment

କୁକୁର କବଳରୁ ମୁକ୍ତି ପାଇବାକୁ ତେଜେନ୍ଦ୍ର ଆକୁଳ ଚିତ୍କାର କରିବାରୁ ତାଙ୍କ ପୁଅ ପହଞ୍ଚି ତୁରନ୍ତ କୁକୁରଟିକୁ କାବୁ କରିଥିଲା। ଏହାପରେ ସଙ୍ଗେସଙ୍ଗେ ସେ ନିଜ ପିତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିଲେ। ସେଠାରେ ତେଜେନ୍ଦ୍ରଙ୍କ ଶରୀରରେ ୬୦ଟି ଷ୍ଟିଚ୍‌ ପଡ଼ିଥିବା ଜଣାଯାଇଛି।

ପିଟ୍‌ ବୁଲ୍‌ ସବୁଠୁ ହିଂସ୍ର ବୋଲି ଧାରଣା ଥିବା ବେଳେ Rottweiler ବି କମ୍‌ ହିଂସ୍ର ନୁହେଁ ବୋଲି ଜଣାଯାଇଛି। ତେଣୁ ଏପରି ପ୍ରଜାତିର କୁକୁର ଆଣିବା ପୂର୍ବରୁ ୪ ଥର ଭାବି ନେବା ଉଚିତ ।

Madhya Pradesh Dog Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe