Advertisment

ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲା; ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଦାରା ସିଂହଙ୍କ ଆବେଦନ

ଜେଲରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଦାରା ସିଂ ଓରଫ୍ ରବୀନ୍ଦ୍ର କୁମାର ପାଲ। ଏହାକୁ ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କୁ ନୋଟିସ୍ କରି ମାମଲାର ପରିବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ କରିଛନ୍ତି ଅଦାଲତ।

Dara Singh

Dara Singh

Advertisment

ବହୁଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ କାଟୁଥିବା ଦାରା ସିଂହ ମୁକ୍ତି ପାଇଁ ଆରମ୍ଭ କରିଛନ୍ତି ଶେଷ ପ୍ରୟାସ। ଜେଲରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଏକ ମର୍ସି ପିଟିସନ ଦାଖଲ କରିଛନ୍ତି ଦାରା ସିଂ ଓରଫ୍ ରବୀନ୍ଦ୍ର କୁମାର ପାଲ। ଏଥିସହ ରାଷ୍ଟ୍ରପତିଙ୍କ ନିକଟରେ ବି ଦୟା ଆବେଦନ କରାଯାଇଛି। 

Advertisment

ମର୍ସି ପିଟିସନ ପାଇଁ ସୁପ୍ରିମକୋର୍ଟଙ୍କ ନିଜେ ଦ୍ୱାରସ୍ଥ ହୋଇଛନ୍ତି ନିଜେ ଦାରା ସିଂହ।ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କୁ ନୋଟିସ୍ କରି ମାମଲାର ପରିବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ କରିଛନ୍ତି ଅଦାଲତ।

୨୩ ଜାନୁଆରୀ ୧୯୯୯ରେ ହୋଇଥିବା ଏହି ହତ୍ୟାକାଣ୍ଡ ମାମଲାରେ ଦାରା ସିଂହଙ୍କୁ ସେତେବେଳେ ଗିରଫ କରିଥିଲେ ତତ୍କାଳୀନ କେନ୍ଦୁଝର ଏସପି ତଥା ନୂଆ କରି ଡିଜିପି ଭାବେ ଦାୟିତ୍ବ ନେଇଥିବା ୱାଇ ବି ଖୁରାନିଆ । ଏହି ମାମଲାରେ ସୁପ୍ରିମକୋର୍ଟ ଯେତେବେଳେ ଓଡ଼ିଶା ସରକାରଙ୍କ ମତାମତ ଲୋଡିଛନ୍ତି ସେହି ସମୟରେ ଖୁରାନିଆ ଡିଜିପି ହୋଇଥିବାରୁ ସରକାରଙ୍କ ଜବାବ ଉପରେ ଏବେ ରହିଛି ସମସ୍ତଙ୍କ ନଜର।

Advertisment

ସେହିପରି ଦାରା ସିଂହଙ୍କ ସମେତ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ମହେନ୍ଦ୍ର ହେମ୍ୱ୍ରମଙ୍କ ପାଇଁ ଦାୟର ହୋଇଛି ଦୟା ଆବେଦନ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦୟା ଆବେଦନ  କରିଛନ୍ତି ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂହ।

ଏହି ଦୁଇ ଅଭିଯୁକ୍ତ ଏବେ ଗ୍ରାହାମ ଷ୍ଟେସନ ପୋଡ଼ି ମାମଲାରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଛନ୍ତି। ଯେହେତୁ ଦୀର୍ଘ ବର୍ଷ ହେବ କାରାଦଣ୍ଡା ଭୋଗିସାରିଲେଣି ତେଣୁ ନିୟମ ଅନୁଯାୟୀ ମର୍ସି ପିଟିସନ ଏବଂ ଦୟା ଆବେଦନ ହୋଇଛି। ୨୦୨୩ରେ ସ୍ବତନ୍ତ୍ର ଲିଭ୍ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ପରେ ଦାରାଙ୍କ ପାଇଁ ଏହା ଶେଷ ପ୍ରୟାସ ବୋଲି କୁହାଯାଉଛି।

ସୁପ୍ରିମକୋର୍ଟରେ ନିଜେ ଦାରା ସିଂ କରିଥିବା ଆବେଦନରେ ଦର୍ଶାଇଛନ୍ତି କି, ଆଜୀବନ ସଜ୍ଜାର ଅବଧି ୧୪ ବର୍ଷ। କିନ୍ତୁ ସେ ଏହାଠୁ ଢେର ଅଧିକ ଅର୍ଥାତ ୨୪ ବର୍ଷରୁ ଅଧିକ ଜେଲରେ ରହିଲେଣି।

ରାଜୀବ ଗାନ୍ଧି ହତ୍ୟାକାରୀଙ୍କୁ ମିଳିଥିବା ଆଶ୍ୱସ୍ତିକୁ ସେ ଉଦାହରଣ ଭାବେ ଦର୍ଶାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଜଷ୍ଟିସ୍ ହୃଷିକେଶ ରାୟ ଓ ଜଷ୍ଟିସ S.V.N ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ବେଞ୍ଚ ମାମଲାର ଶୁଣାଣି କରୁଛନ୍ତି।

ପୂର୍ବରୁ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ୧୨ ଜାନୁଆରୀ ୨୦୨୨ରେ ଦାରାଙ୍କ ଆବେଦନକୁ ନାକଚ କରିଥିଲେ। ୧୯ ଅପ୍ରେଲ ୨୦୨୨ରେ ରିଜୋଲ୍ୟୁସନ ଅନୁଯାୟୀ ତାଙ୍କୁ ମୁକ୍ତି ଲାଗି ୨୨ ସେପ୍ଟେମ୍ବର ୨୦୨୨ରେ ସୁପାରିସ ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ   ବୋଲି ଦର୍ଶାଯାଇଛି।

ରାଷ୍ଟ୍ରପତିଙ୍କ ନିକଟରେ ହୋଇଥିବା ଆବେଦନରେ ଆବେଦନକାରୀ ରାଜାସିଂହ ଲୋଧ ଦର୍ଶାଇଛନ୍ତି, ଜଣେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀ ଯେ‌ତେ ସମୟ ଜେଲ୍‌ରେ ରହିବା କଥା ଦାରା ସିଂହ ତାହାଠାରୁ ଅଧିକ ସମୟ ଜେଲ୍‌ରେ ବିତାଇ ସାରିଲେଣି। ତାଙ୍କ ବ୍ୟବହାର ଓ ସ୍ୱଭାବରେ ପରିବର୍ତ୍ତନ ଆସିଛି। ଦାରାଙ୍କ ବୟସ ଅଧିକ ହୋଇସାରିଲାଣି। ତେଣୁ ସମସ୍ତ ପ୍ରସଙ୍ଗକୁ ବିଚାର କରାଯାଇ ଦାରାଙ୍କୁ ମୁକ୍ତ କରାଯାଉ ବୋଲି ସେ ଅପିଲ୍‌ କରିଛନ୍ତି। 

ସୂଚନାଯୋଗ୍ୟ ଯେ ୧୯୯୯ ମସିହା ଜାନୁଆରି ୨୧ ତାରିଖରେ ଦାରା ସିଂହ ଓ ତାଙ୍କର କିଛି ସମର୍ଥକ କେନ୍ଦୁଝର ଜିଲ୍ଲାର ମନୋହରପୁରଠାରେ ଅଷ୍ଟ୍ରେଲୀୟ ମିସନାରି ଗ୍ରାହମ ଷ୍ଟେନ୍‌ସ ଓ ତାଙ୍କର ଦୁଇ ପୁଅଙ୍କୁ ଗାଡ଼ି ଭିତରେ ଶୋଇଥିବା ସମୟରେ ଜିଅନ୍ତା ପୋଡ଼ି ହତ୍ୟା କରିଥିଲେ। ଏହି ଘଟଣାରେ ଦାରା ସିଂହ ଗିରଫ ହୋଇଥିଲେ। ୨୦୦ରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ୨୦୦୫ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ପରେ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ। 

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe