Advertisment

ଲିଭ ଇନ୍‌ ପାଇଁ ପଞ୍ଜୀକରଣ ବ୍ୟବସ୍ଥା: ପ୍ରଶ୍ନବାଣରେ ଆବେଦନକାରୀଙ୍କୁ ଘାଇଲା କଲେ ସୁପ୍ରିମକୋର୍ଟ

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏପରି ଆବେଦନକୁ ତ୍ରୁଟି ଯୁକ୍ତି ଚିନ୍ତାଧାରା ବୋଲି କହି କଡ଼ା ଟିପ୍ପଣୀ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
CJI

CJI

ପ୍ରେମୀ ଯୁଗଳ ଲିଭ ଇନ ସମ୍ପର୍କରେ ରହିବା ପୂର୍ବରୁ ପଞ୍ଜୀକରଣ କରିବା ଉଚିତ। ଏନେଇ ଆଇନର ବ୍ୟବସ୍ଥା କରାଯାଉ ବୋଲି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏପରି ଆବେଦନକୁ ତ୍ରୁଟି ଯୁକ୍ତି ଚିନ୍ତାଧାରା ବୋଲି କହି କଡ଼ା ଟିପ୍ପଣୀ କରିଛନ୍ତି। ଏଥିସହ ପ୍ରଶ୍ନବାଣରେ ଆବେଦନକାରୀଙ୍କୁ ଘାଇଲା କରିଛନ୍ତି। 

Advertisment

ଯୁବକ-ଯୁବତୀ ଲିଭ ଇନ ସମ୍ପର୍କରେ ରହିବା ପୂର୍ବରୁ ସେମାନଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଉ। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର  ଦେଶରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରନ୍ତୁ। ଏଥିସହ ଏକାଠି ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ସାମାଜିକ ସୁରକ୍ଷାର ବ୍ୟବସ୍ଥା କରିବାକୁ ଦାବି କରି ଜଣେ ଆଇନଜୀବୀ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରିଥିଲେ। ଲିଭ ଇନ ସମ୍ପର୍କକୁ ନେଇ ଦେଖାଯାଉଥିବା ଅପରାଧକୁ ନିୟନ୍ତ୍ରଣ ଓ ହ୍ରାସ କରିବା ଉଦ୍ଦେଶ୍ୟରେ ସେ ଏପରି ଆବେଦନ କରିଥିବା କହିଥିଲେ।

ଆଜି ଉକ୍ତ ଆବେଦନକୁ ଦେଖି ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, “ଏହା କ’ଣ? ଏଠାକୁ ଲୋକମାନେ ଯାହା ମନ ସେଇଆ ନେଇ ଆସୁଛନ୍ତି। ଏପରି ଆବେଦନ ଉପରେ ଏଣିକି ଆମେ ଜୋରିମାନା ଲଗାଇବା ଆରମ୍ଭ କରିବୁ। କେଉଁଠି ପଞ୍ଜୀକରଣ ହେବ? କ’ଣ କେନ୍ଦ୍ର ସରକାରଙ୍କ ପାଖରେ? ଲିଭ ଇନରେ ରହୁଥିବା ଲୋକଙ୍କ ସହ କେନ୍ଦ୍ରର କ’ଣ ସମ୍ପର୍କ? ଆପଣ ସେମାନଙ୍କ ସୁରକ୍ଷା ଚାହୁଁଛନ୍ତି ନା ଲୋକମାନେ ଲିଭ ଇନରେ ରୁହନ୍ତୁ ବୋଲି ଚାହୁଁ ନାହାନ୍ତି? ଦୟା କରି ଆବେଦନକାରୀଙ୍କ ଉପରେ ଯେମିତି ହେଲେ ଜୋରିମାନ ଲାଗୁ କରାଯାଉ। ଏହା ଏକ ଭୁଲ ଚିନ୍ତାଧାରା। ଏହାକୁ ଅଗ୍ରାହ୍ୟ କରାଯାଉଛି।”

Advertisment

ଆବେଦନକାରୀ କେନ୍ଦ୍ର ସରକାର ଲିଭ ଇନ ସମ୍ପର୍କର ପଞ୍ଜୀକରଣ ବ୍ୟବସ୍ଥା କରନ୍ତୁ ବୋଲି କହିଥିଲା। ଏହା ଶୁଣି ସିଜେଆଇ କହିଥିଲେ, “କେଉଁ ସ୍ତରରେ ଆପଣ ସୁରକ୍ଷା ଦେବାକୁ ଚାହୁଁଛନ୍ତି?” ଏହାର ଜବାବରେ ଆଇନଜୀବୀ ଜଣଙ୍କ ସାମାଜିକ ସୁରକ୍ଷା କଥା କହିଥିଲେ। ପୁଣି ଏହା ଶୁଣି ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଥିଲେ।

Supreme Court Live In Relation