Advertisment

୩ରୁ ୫ ଟଙ୍କା କମିବ ପେଟ୍ରୋଲ ଓ ଡିଜେଲ ଦର!

ଗତ ସପ୍ତାହରେ କେନ୍ଦ୍ର ସରକାର ୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା ହ୍ରାସ କରିଥିଲେ। ଅଗଷ୍ଟ ୩୦ରୁ ଏହାର ଲାଭ ସମସ୍ତ ୩୩୦ ମିଲିୟନ ଗ୍ରାହକ ଉଠାଉଛନ୍ତି।

author-image
Hemant Lenka
Petrol

Petrol

ମହଙ୍ଗା ମାଡ଼ରେ ‌ଆଉଟ ପାଉଟ ହେଉଥିବା ଲୋକଙ୍କୁ ଆଶ୍ୱସ୍ତ କରିବା ପାଇଁ ନିକଟରେ କେନ୍ଦ୍ର ସରକାର ଏଲପିଜି ଦାମକୁ ୨୦୦ ଟଙ୍କା ହ୍ରାସ କରିଥିଲେ। ଆଗକୁ ନିର୍ବାଚନ ଥିବାରୁ ଏବେ ସରକାର ବର୍ଦ୍ଧିତ ତୈଳ ଦାମ ହ୍ରାସ କରିବା ମୁଡ୍‌ରେ ରହିଛନ୍ତି।

Advertisment

ନଭେମ୍ବର-ଡିସେମ୍ବରରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଅର୍ଥାତ ଦୀପାବଳି ବେଳକୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପିଛା ୩ରୁ ୫ ଟଙ୍କା ହ୍ରାସ କରିବେ ବୋଲି ଜେଏମ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁସନାଲ ସିକ୍ୟୁରିଟିଜ୍‌ ଗୋଟିଏ ରିପୋର୍ଟରେ ଏପରି ଦାବି କରିଛି।

ଗତ ସପ୍ତାହରେ କେନ୍ଦ୍ର ସରକାର ୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା ହ୍ରାସ କରିଥିଲେ। ଅଗଷ୍ଟ ୩୦ରୁ ଏହାର ଲାଭ ସମସ୍ତ ୩୩୦ ମିଲିୟନ ଗ୍ରାହକ ଉଠାଉଛନ୍ତି।

Advertisment

ମୁଦ୍ରାସ୍ଫୀତିରେ ବର୍ଦ୍ଧିତ ଦରଦାମରୁ ଲୋକଙ୍କୁ ଏପରି ନିଷ୍ପତ୍ତି କିଛି ମାତ୍ରାରେ ଆଶ୍ୱସ୍ତ କରିଛି। କିନ୍ତୁ ଦାମ ହ୍ରାସ ଯୋଗୁ ସରକାରଙ୍କ ଉପରେ ଅତିରିକ୍ତ ଋଣ ବୋଝ ପଡ଼ିଛି। ଏବେ ପୁଣି ପେଟ୍ରୋଲ ଓ ଡିଜେଲର ଦାମ ଯଦି ହ୍ରାସ କରାଯିବ, ତା’ହେଲେ ସରକାରଙ୍କୁ ଆହୁରି ଅଧିକ ପରିମାଣର ରାଜସ୍ୱ କ୍ଷତି ସହିବାକୁ ପଡ଼ିବ।

ଗତବର୍ଷ ଡିସେମ୍ବର ମଧ୍ୟ କେନ୍ଦ୍ର ସରକାର ତୈଳ ଦାମ ହ୍ରାସ କରିଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ଏହା ବଢ଼ିବାରେ ଲାଗିଥିଲା। 

Petrol Price