Advertisment

ପେଟ୍ରୋଲ ଓ ଡିଜେଲ ଦର କମିଲା

ନିର୍ବାଚନର ଠିକ ପୂର୍ବରୁ ହ୍ରାସ ପାଇଛି ତୈଳ ଦର।

ଅଦ୍ୟତନ ହୋଇଛି
Petrol

Petrol

Advertisment

ଆଉ ମାତ୍ର କିଛି ସପ୍ତାହ ପରେ ଦେଶରେ ଲୋକସଭା ନିର୍ବାଚନ ହେବ। ଏହାର ଠିକ ପୂର୍ବରୁ ହ୍ରାସ ପାଇଛି ତୈଳ ଦର। ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା ଲେଖାଏ ହ୍ରାସ ପାଇଛି। ଦର ହ୍ରାସ ସମ୍ପର୍କ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ଦରବୃଦ୍ଧି ଯୋଗୁ ଆଉଟ ପାଉଟ ହେଉଥିବା ଲୋକଙ୍କୁ ଏପରି ପଦକ୍ଷେପ କିଛି ମାତ୍ରାରେ ଆଶ୍ୱସ୍ତି ଦେବ।

Advertisment

ସୂଚନା ଅନୁସାରେ, ପରିବର୍ତ୍ତିତ ଦର ଆସନ୍ତାକାଲି ଅର୍ଥାତ ୧୫ ମାର୍ଚ୍ଚ ୬ଟାରୁ ଲାଗୁ ହେବ। ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଯୋଗୁ ଖାଉଟିଙ୍କ ଖର୍ଚ୍ଚକୁ ହ୍ରାସ କରିବ। ସେହିପରି ଡିଜେଲରେ ଚାଲୁଥିବା ୫୮ ଲକ୍ଷ ପରିବହନ ଗାଡ଼ିର ଭଡ଼ା ଦାମ କମିବ। ୬ କୋଟି କାର ଓ ୨୭ କୋଟି ବାଇକ ଚାଳକଙ୍କୁ ଏହା ସହାୟତା ଦେବ। 

ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ଏଣିକି ଲୋକମାନେ ପେଟ୍ରୋଲ ଲିଟର ପିଛା ୯୪.୭୨ ଟଙ୍କାରେ କିଣିବେ। ପୂର୍ବରୁ ସେମାନଙ୍କୁ ୯୬.୭୨ ଟଙ୍କା ଦେବାକୁ ପଡ଼ୁଥିଲା। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୦୬.୩୧ ଟଙ୍କାରୁ ଖସି ୧୦୪.୨୧ ଟଙ୍କା, କୋଲକାତାରେ ୧୦୬.୦୩ ଟଙ୍କାରୁ ୧୦୩.୯୪ ଟଙ୍କା ଓ ଚେନ୍ନାଇବାସୀ ୧୦୨.୬୩ ଟଙ୍କା ବଦଳରେ ୧୦୦.୭୨ ଟଙ୍କା ଦେଇ କାଲି ସକାଳ ୬ଟାରୁ ପେଟ୍ରୋଲ ପାଇବେ। 

Advertisment

ଡିଜଲ ଲିଟର ପିଛା ମଧ୍ୟ ୨ ଟଙ୍କା ହ୍ରାସ ପାଇଛି। ଦିଲ୍ଲୀରେ ଡିଜେଲ ଲିଟର ପିଛା ଦାମ ୮୯.୬୨ ଟଙ୍କାରୁ ୮୭.୬୨ ଟଙ୍କା ହେବ। ସେହିପରି ମୁମ୍ବାଇରେ ଏହା ୯୪.୨୭ ଟଙ୍କାରୁ ୯୨.୧୫ ଟଙ୍କା, କୋଲକାତାରେ ୯୨.୭୬ ଟଙ୍କାରୁ ୯୦.୭୬ ଟଙ୍କା ଓ ଚେନ୍ନାଇରେ ଡିଜେଲର ଲିଟର ପିଛା ଦାମ ୯୪.୨୪ ଟଙ୍କାରୁ ୯୨.୩୪ ଟଙ୍କା ହେବ। କାଲି ସକାଳ ୬ଟାରୁ ନୂଆ ଦର ଲାଗୁ ହେବ। 

ଦର ବୃଦ୍ଧି ସମ୍ପର୍କରେ ସୂଚନା ଦେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ୨୦୧୪ ମାର୍ଚ୍ଚ ୧୪ରେ ପେଟ୍ରୋଲ ଦର ଭାରତରେ ହାରାହାରି ୯୪ ଟଙ୍କା ରହିଛି। କିନ୍ତୁ ଇଟାଲୀରେ ଏହା ୧୬୮.୦୧, ଫ୍ରାନ୍ସରେ ୧୬୬.୮୭ , ଜର୍ମାନୀରେ ୧୫୯.୫୭ ଓ ସ୍ପେନରେ ୧୪୫.୧୩ ଟଙ୍କା ରହିଛି। 

Petrol Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe