Advertisment

ଭଉଣୀଙ୍କୁ ହଇରାଣ କରୁଥିଲା, ଭାଇ ବିରୋଧ କରିବାରୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା

ଭେଙ୍କଟେଶ୍ୱର ଦୀର୍ଘଦିନ ହେଲା ଅମରନାଥଙ୍କ ଭଉଣୀଙ୍କୁ ହଇରାଣ କରୁଥିଲା।

Brunt Alive

Brunt Alive

Advertisment

ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କୁ କିଛି ଯୁବକ ଜୀବନ୍ତ ପୋଡ଼ି ମାରି ଦେଇଛନ୍ତି। ଅଭିଯୁକ୍ତ ଯୁବକମାନେ ଉକ୍ତ ଛାତ୍ରଙ୍କ ଉପରେ ପେଟ୍ରୋଲ ଢାଳିବା ସହ ନିଆଁ ଲଗାଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ଘଟଣାର ମୁଖ୍ୟ ଅଭିଯୁକ୍ତ ୨୧ ବର୍ଷୀୟ ଭେଙ୍କଟେଶ୍ୱର ଛାତ୍ରଙ୍କ ନାବାଳିକା ଭଉଣୀଙ୍କୁ ବାରମ୍ବାର ହଇରାଣ କରୁଥିଲା। ଏହାର ପ୍ରତିବାଦ ଭାଇ ହିସାବରେ ୧୦ମ ଶ୍ରେଣୀର ଛାତ୍ର ଅମରନାଥ କରିଥିଲେ। ହେଲେ ଭେଙ୍କଟେଶ୍ୱର ଓ ତା’ର ଦୁଇ ସହଯୋଗୀ ଅତ୍ୟନ୍ତ ନିର୍ମମ ଭାବେ ତାଙ୍କୁ ପୋଡ଼ି ମାରି ଦେଇଛନ୍ତି। 

ଆନ୍ଧ୍ର ପ୍ରଦେଶର ବାପାଟଲା ଜିଲ୍ଲାରେ ଏପରି ଲୋକମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଭେଙ୍କଟେଶ୍ୱର ଦୀର୍ଘଦିନ ହେଲା ଅମରନାଥଙ୍କ ଭଉଣୀଙ୍କୁ ହଇରାଣ କରୁଥିଲା। ଏଥିରେ ରାଗି ଯାଇ ଆଜି ସକାଳ ପ୍ରାୟ ୭ଟା ବେଳେ ଅମରନାଥ ପୂରା ଘଟଣାକୁ ନେଇ ଭେଙ୍କଟେଶ୍ୱରକୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା।

Advertisment

ଏହାପରେ ଭେଙ୍କଟେଶ୍ୱର ଓ ତା’ର ଦୁଇ ସହଯୋଗୀ ଅମରନାଥଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସେ ନିଆଁରେ ପୋଡ଼ି ଯାଉଥିବା ବେଳେ ଜୋରରେ ଚିତ୍କାର କରିଥିଲେ। ଏତିକି ବେଳେ ସ୍ଥାନୀୟ ଲୋକମାନେ କୌଣସି ମତେ ନିଆଁକୁ ଲିଭାଇବା ସହ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ।

ହସ୍ପିଟାଲ ଯିବା ବାଟରେ ସେ ଭେଙ୍କଟେଶ୍ୱର ଓ ଆଉ ୨ ଜଣଙ୍କ ନାଁ ନେଇଥିଲେ। ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲେ ହେଁ ସେଠାରେ ଅମରନାଥ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।

ପୁଲିସ୍‌ ଅଧିକାରୀ ବକୁଳ ଜିନ୍ଦଲ କହିଛନ୍ତି, ପୂରା ଘଟଣାରେ ଗୋଟିଏ ହତ୍ୟା ମାମଲା ରୁଜୁ କରାଯାଇଛି। ସେହିପରି ହତ୍ୟାର ଶିକାର ହୋଇଥିବା ଛାତ୍ରଙ୍କ ଭଉଣୀ ନାବାଳିକା ହୋଇଥିବାରୁ ପୋକ୍ସୋ ଆକ୍ଟରେ ମଧ୍ୟ ଆଉ ଏକ ମାମଲା ହୋଇଛି। ଏବେ ଅଭଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଇଛି। ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ଚେଷ୍ଟା କରାଯାଉଥିବା ଜିନ୍ଦଲ କହିଛନ୍ତି।

Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe