Advertisment

ମଣିପୁର ହିଂସା: ପେଟ୍ରୋଲ ୩୦୦, ପରିବା ରେଟ୍‌ ୨ ଗୁଣ ବଢ଼ିଲା

ମେ’ ୩ରୁ ମଣିପୁରରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ବିଭିନ୍ନ ଆବଶ୍ୟକ ସାମଗ୍ରୀର ମାର୍କେଟରୁ ଉଭାନ ହୋଇଯାଇଥିଲା। ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେଉଥିଲେ ହେଁ ବିଭିନ୍ନ ଜିନିଷର ଦାମ ଆକାଶ ଛୁଆଁ ହୋଇଛି।

Mnipur

Mnipur

Advertisment

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଏବେ ମହଙ୍ଗା ମାଡ଼ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି। ରାଜଧାନୀ ଇମ୍ଫାଲରେ ପେଟ୍ରୋଲ ଲିଟର ପିଛା ଦାମ ୩୦୦ ଟଙ୍କା ଛୁଇଁଛି। ସେହିପରି ସପ୍ତାହକ ମଧ୍ୟରେ ବିଭିନ୍ନ ପରିବା ଦାମ ୨ ଗୁଣ ବଢ଼ି ଯାଇଛି। ମହଙ୍ଗା ମାଡ଼ ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ମେ’ ୩ରୁ ମଣିପୁରରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ବିଭିନ୍ନ ଆବଶ୍ୟକ ସାମଗ୍ରୀର ମାର୍କେଟରୁ ଉଭାନ ହୋଇଯାଇଥିଲା। ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେଉଥିଲେ ହେଁ ବିଭିନ୍ନ ଜିନିଷର ଦାମ ଆକାଶ ଛୁଆଁ ହୋଇଛି।

ହିଂସାକୁ ଦୃଷ୍ଟିରେ ରଖି କଳାବଜାରୀ ମଧ୍ୟ ବଢ଼ିବାରେ ଲାଗିଛି। ଏବେ ପେଟ୍ରୋଲ ଲିଟର ପିଛା ୨୭୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ଡିଜେଲର ଲିଟର ପିଛା ଦାମ ୧୫୦ରୁ ୨୦୦ ଟଙ୍କା ରହିଛି।

Advertisment

ହିଂସା ଦ୍ୱାରା ସେତେଟା ପ୍ରଭାବିତ ହୋଇ ନଥିବା ଜିଲ୍ଲାଗୁଡ଼ିକରେ ସରକାର କିଛି ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରିବାରୁ ବିଭିନ୍ନ ଜିନିଷ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ପଶ୍ଚିମ ଇମ୍ଫାଲ ଅଧିକ ଜନଗହଳୀପୂର୍ଣ୍ଣ ହୋଇଥିବାରୁ ସରକାର ଏଠାରେ ଭୋର ୫ଟାରୁ ଦିନ ୧୧ଟା ଯାଏ କର୍ଫ୍ୟୁ କୋହଳ କରିଛନ୍ତି। କର୍ଫ୍ୟୁ କୋହଳ ହେବା ପରେ ଲୋକମାନେ ପେଟ୍ରୋଲ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି।

ପ୍ରବଳ ଖରା ହେଉଥିବା ବେଳେ ଲୋକଙ୍କୁ ତେଲ ପାଇଁ ୨ରୁ ୩ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଏହାର ଫାଇଦା ଉଠାଇ କଳାବଜାରୀ ଆରମ୍ଭ ହୋଇ ଯାଇଛି। ଲୋକମାନେ ବାଧ୍ୟ ହୋଇ ପେଟ୍ରୋଲ ଓ ଡିଜେଲ ଅଧିକ ଦୁଇ ଗୁଣା ଅଧିକ ଦାମ ଦେଇ କିଣୁଛନ୍ତି।

ତୋମ୍ବା ସିଂହ ନାମକ ଜଣେ ସ୍ଥାନୀୟ ଲୋକ କହିଛନ୍ତି, “ପେଟ୍ରୋଲ ଫମ୍ପରେ ପ୍ରବଳ ଭିଡ଼ ହେଉଛି। ଲୋକମାନେ ଲମ୍ବା ଲମ୍ବା ଧାଡ଼ି କରୁଛନ୍ତି। ଏଥିପାଇଁ ମୁଁ ବ୍ଲାକ ମାର୍କେଟରୁ ଲିଟର ପିଛା ୨୮୦ ଟଙ୍କା ଦେଇ ପେଟ୍ରୋଲ କିଣିଛି। ସବୁ ଜିନିଷର ଦାମ ବଢ଼ି ଯାଇଥିବାରୁ ପରିବାର ଚଳାଇବା କଷ୍ଟକର ହେଉଛି। ଆମ ପରିବାରରେ ୫ ଜଣ ସଦସ୍ୟ ରହିଛନ୍ତି। ସେମାନେ ଜରୁରୀ ସାମଗ୍ରୀ ମଧ୍ୟ ଠିକ ଭାବେ ପାଇ ପାରୁ ନାହାନ୍ତି।”

ପେଟ୍ରୋଲ ଓ ଡିଜେଲ ବ୍ୟତୀତ ଖାଇବା ତେଲ, ଡାଲି, ପରିବା, ଫଳ, ମାଛ ଓ ମାଂସର ଦାମ ମଧ୍ୟ ଦୁଇ ଗୁଣା ହୋଇଯାଇଛି। ମୂଳାର ଦାମ ହିଂସା ପୂର୍ବରୁ ୯୦ ଟଙ୍କା ଥିବା ବେଳେ ଏବେ ଏହା ୧୮୦ ଟଙ୍କାରେ ପହଞ୍ଚିଛି। ଭେଣ୍ଡି ଓ କାକୁଡ଼ିର କେଜି ପିଛା ଦାମ ଯଥାକ୍ରମେ ୧୦୦ ଓ ୯୦ ଟଙ୍କା ରହିଛି। ବିଭିନ୍ନ ଦୋକାନୀ ମନଇଚ୍ଛା ଦାମ ବୃଦ୍ଧି କରୁଥିବାରୁ ଏହାକୁ ରୋକିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। କିନ୍ତୁ ଏଯାଏ କୌଣସି ଲାଭ ରାଜ୍ୟବାସୀଙ୍କୁ ମିଳିନି।

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe