Advertisment

ଗଡକାରୀଙ୍କ ଗୁରୁ ମନ୍ତ୍ର - ୧୫ ଟଙ୍କାରେ ମିଳିବ ପେଟ୍ରୋଲ

ଇଥାନଲ ଓ ବିଦ୍ୟୁତ୍‌ ଶକ୍ତିର ବ୍ୟବହାର କରାଗଲେ ତାହା ପେଟ୍ରୋଲର ବିକଳ୍ପ ଭାବେ କାମ କରିବ । ଫଳରେ ପେଟ୍ରୋଲର ଆମଦାନୀ ନିମନ୍ତେ ଆମକୁ ଆଉ ବାହାର ଦେଶ ଉପରେ ନିର୍ଭର କରିବାକୁ ପଡ଼ିବନି ଓ ଆପେଆପେ ଏହାର ଦାମ୍‌ ଆଶାତୀତ ଭାବେ ଖସିଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ।

ଅଦ୍ୟତନ ହୋଇଛି
Nitin Gadkari

Nitin Gadkari

Advertisment

ସବୁଠି ଲୋକଙ୍କୁ ଘାଇଲା କରୁଛି ମହଙ୍ଗା ମାଡ଼ । ପରିବାଠୁ ଆରମ୍ଭ କରି ଗ୍ୟାସ୍‌, ପେଟ୍ରୋଲ ଦର ବି ଲୋକଙ୍କୁ କନ୍ଦାଉଛି। ରାତି ପାହିଲେ ସମସ୍ତେ ଘରୁ ଗାଡ଼ି ଧରି ବାହାରିଥାନ୍ତି। ମାତ୍ର ପେଟ୍ରୋଲ ଲିଟର ପିଛା ଶହେ ଟଙ୍କାରୁ ଊର୍ଦ୍ଧ୍ୱରେ କିଣିବା ଖୁବ୍‌ ବାଧୁଥିବା ସାଧାରଣ ଲୋକେ କହୁଥିବା ବେଳେ ଏହାର ଉପାୟ କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏପରିକି କିଛି ସରଳ ଉପାୟ ଅବଲମ୍ବନ କଲେ ପେଟ୍ରୋଲ ଲିଟର ପିଛା ୧୫ ଟଙ୍କାରେ ମିଳି ପାରିବ ବୋଲି ବି କହିଛନ୍ତି। ଇଥାନଲ ଓ ବିଦ୍ୟୁତ୍‌ ଶକ୍ତିର ବ୍ୟବହାର କରାଗଲେ ତାହା ପେଟ୍ରୋଲର ବିକଳ୍ପ ଭାବେ କାମ କରିବ । ଫଳରେ ପେଟ୍ରୋଲର ଆମଦାନୀ ନିମନ୍ତେ ଆମକୁ ଆଉ ବାହାର ଦେଶ ଉପରେ ନିର୍ଭର କରିବାକୁ ପଡ଼ିବନି ଓ ଆପେଆପେ ଏହାର ଦାମ୍‌ ଆଶାତୀତ ଭାବେ ଖସିଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ।

Advertisment

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରାଜସ୍ଥାନର ଉଦୟପୁରରେ ୫,୬୦୦ କୋଟି ଟଙ୍କାର ୧୧ଟି ଜାତୀୟ ରାଜପଥ ନିର୍ମାଣର ଶୁଭାରମ୍ଭ କରିବା ଅବସରରେ ଏପରି କହିଛନ୍ତି । ସେଠାରେ ସେ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଦେଶବାସୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛନ୍ତି। 

ନୀତିନ ଗଡକରୀ ନିଜ ଅଭିଭାଷଣରେ କହିଛନ୍ତି , ବର୍ତ୍ତମାନ କୃଷକ ଦେଶର ଖାଦ୍ୟ ଯୋଗାଣକାରୀ ହୋଇଥିବା ବେଳେ ଭବିଷ୍ୟତରେ ସେମାନେ ଶକ୍ତି ଯୋଗାଣକାରୀ ମଧ୍ୟ ହେବେ । ଚାଷୀଙ୍କ ଦ୍ୱାରା ଉତ୍ପାଦିତ  ଇଥାନଲ ଓ ବିଦ୍ୟୁତ୍‌ ଶକ୍ତି ବ୍ୟବହାର କରି ଶକ୍ତି ଯୋଗାଣକାରୀ ହୋଇପାରିବେ । ୬୦% ଇଥାନଲ ଓ ୪୦% ବିଦ୍ୟୁତ୍‌ରେ ଚାଲିବ ଗାଡ଼ି ।

Advertisment

ଅଗଷ୍ଟ ମାସରେ ଟୟୋଟା କମ୍ପାନୀର ଗାଡି ଲଞ୍ଚ ହେବ । ଚାଷୀମାନେ ପ୍ରସ୍ତୁତ କରୁଥିବା ଇଥାନଲରେ ଚାଲିବ ଏହି ଗାଡ଼ି । ଏହା ପ୍ରଦୂଷଣକୁ ବହୁ ମାତ୍ରାରେ ରୋକିବାକୁ ସମ୍ଭବ ହେବ । ଏଥିସହ ପେଟ୍ରୋଲ ଓ ଡିଜେଲ ନିମନ୍ତେ ବାହାର ରାଷ୍ଟ୍ର ଉପରେ ଆମର ନିର୍ଭରଶୀଳତା ଆପେ ଆପେ କମିଯିବ । ଫଳରେ ପ୍ରତିବର୍ଷ ଆମ ଦେଶକୁ ୧୬ ଲକ୍ଷ କୋଟି ଟଙ୍କାର ପେଟ୍ରୋଲ ଆମଦାନୀ ହେଉଥିବା ବେଳେ ତାହାକୁ ରୋକା ଯାଇ ପାରିବ। ଆଉ ସେହି ଟଙ୍କା କୃଷକଙ୍କ କାମରେ ଲାଗିବ ବୋଲି କହିଛନ୍ତି ।

ଭାରତ ଏବେ ଦ୍ରୁତ ବିକାଶଶୀଳ ଦେଶ ହୋଇଥିବା ବେଳେ ଆମ ଦେଶରେ ବାହାନ ଉଦ୍ୟୋଗ କାରବାର ୭.୫ ଲକ୍ଷ କୋଟି ଅଛି। ଏହି କାରବାର ପାଇଁ ୪ ଲକ୍ଷ କୋଟି ଲୋକ ରୋଜଗାରକ୍ଷମ ହୋଇ ପାରିଛନ୍ତି। ଆଗାମୀ ଦିନରେଏହି ବ୍ୟବସାୟକୁ ବୃଦ୍ଧି କରାଯାଇ ୧୫ ଲକ୍ଷ କୋଟି କାରବାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ଦେଶରେ ୧୦ କୋଟି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ।

Rajasthan Petrol Price Nitin Gadkari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe