Advertisment

ଆସିଲା କଡ଼ା ନିର୍ଦ୍ଦେଶ; ଡାକ୍ତରଙ୍କୁ ଲୋଭନୀୟ ଅଫର ଦେବେନି ଫାର୍ମା କମ୍ପାନୀ

ଫାର୍ମା କମ୍ପାନୀ ଓ ମେଡିସିନ୍ ରିପ୍ରେଜେଣ୍ଟିଭଙ୍କ ଉପରେ ଲାଗିଲା ଲଗାମ। ନିଜ କମ୍ପାନୀ ଔଷଧ ବିକ୍ରି ପାଇଁ ସେମାନେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଗିଫ୍ଟ କିମ୍ବା ଦେଇପାରିବେ ନାହିଁ।

ଅଦ୍ୟତନ ହୋଇଛି
Medicine

Medicine

Advertisment

ଫାର୍ମା କମ୍ପାନୀ ଓ ମେଡିସିନ୍ ରିପ୍ରେଜେଣ୍ଟିଭଙ୍କ ଉପରେ ଲାଗିଲା ଲଗାମ। ନିଜ କମ୍ପାନୀ ଔଷଧ ବିକ୍ରି ପାଇଁ ସେମାନେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଗିଫ୍ଟ କିମ୍ବା ଦେଇପାରିବେ ନାହିଁ। ଏପରିକି ବିଦେଶ ଭ୍ରମଣର ଲୋଭନୀୟ ଅଫର ବି ଦେଖାଇପାରିବେ ନାହିଁ। କଡ଼ା ନିର୍ଦ୍ଦେଶାବଳୀ ଆଣିଛନ୍ତି କେନ୍ଦ୍ର ସରକାର ।

Advertisment

ମେଡିସିନ୍ ରିପ୍ରେଜେଣ୍ଟେଟିଭଙ୍କ ସହ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଏଜେଣ୍ଟ, ଡିଷ୍ଟ୍ରିବ୍ୟୁଟର, ହୋଲସେଲର ଏବଂ ରିଟେଲରଙ୍କ ପାଇଁ ମଧ୍ୟ କଡାକଡି ହୋଇଛି ନିୟମ। ୟୁନିଫର୍ମ କୋଡ୍ ଫର୍ ଫାର୍ମାସ୍ୟୁଟିକାଲ୍ସ ମାର୍କେଟିଂ ପ୍ରାକ୍ଟିସେସ୍ -୨୦୨୪ରେ ଏହା ସ୍ପଷ୍ଟ କରାଯାଇଛି।

ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ଫାର୍ମା କମ୍ପାନୀମାନେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କୁ ମନଇଛା ସାମ୍ପଲ ମେଡିସିନ୍ ବି ଦେଇପାରିବେନି। ସେମାନଙ୍କ ବିଦେଶ ଭ୍ରମଣ ବାବଦ ଖର୍ଚ୍ଚଠାରୁ ମଧ୍ୟ ନିଜକୁ ଦୂରେଇ ରଖିବେ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନଗଦ ଟଙ୍କା ଏବଂ ଗିଫ୍ଟ ଆକାରରେ ବି ଟଙ୍କା ପ୍ରଦାନ କରିବାକୁ ଫାର୍ମା କମ୍ପାନୀମାନଙ୍କୁ କଡ଼ାକଡ଼ି ବାରଣ କରାଯାଇଛି।

Advertisment

କେବଳ କମ୍ପାନୀମାନେ ଦେଉଥିବା ଔଷଧ ଏବଂ ଉପକରଣର ନାଁ, ଡାକ୍ତରଙ୍କ ନାଁ, ପରିମାଣ, ଔଷଧର ନମୂନା ଏବଂ ତାରିଖର ତଥ୍ୟ ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଛି।

Odisha Doctors Health Indian Medicines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe