Advertisment

କାର୍‌ରେ ଫାର୍ମାସିଷ୍ଟଙ୍କର ହେଲା ହାର୍ଟ ଆଟାକ, ସିଟ୍‌ରେ ହିଁ ଚାଲିଗଲା ଜୀବନ

ରାସ୍ତା ମଝିରେ ହଠାତ୍‌ ଫାର୍ମାସିଷ୍ଟଙ୍କ ଛାତିରେ ଯନ୍ତ୍ରଣା ହେଲା। ଏହାପରେ କାର୍‌ ସିଟ୍‌ରେ ବସିଥିବା ବେଳେ ହିଁ ଚାଲିଗଲା ତାଙ୍କ ଜୀବନ ।

pharmacist-heart-attack

pharmacist-heart-attack

Advertisment

ସବୁ ଦିନ ପରି କାର୍‌ ଧରି ସ୍ୱାସ୍ଥ୍ୟକେନ୍ଦ୍ର ବାହାରିଥିଲେ ଫାର୍ମାସିଷ୍ଟ। ସେଠାରେ ପହଞ୍ଚିବା ପରେ ରୋଗୀ ସେବାରେ ନିୟୋଜିତ ହୋଇ ଯାଇଥାନ୍ତେ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା । ରାସ୍ତା ମଝିରେ ହଠାତ୍‌ ଫାର୍ମାସିଷ୍ଟଙ୍କ ଛାତିରେ ଯନ୍ତ୍ରଣା ହେଲା। ଏହାପରେ କାର୍‌ ସିଟ୍‌ରେ ବସିଥିବା ବେଳେ ହିଁ ଚାଲିଗଲା ତାଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି। ମୃତ ଫାର୍ମାସିଷ୍ଟଜଣକ ହେଲେ ପ୍ରମୋଦ ଯାଦବ।

Advertisment

ଆମ୍ବେଦକର ନିବାସୀ ପ୍ରମୋଦ ପ୍ରୟାଗରାଜର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଥିଲେ। ସେ ଘର ଭଡ଼ା ନେଇ ଏକୁଟିଆ ରହୁଥିବା ବେଳେ ପ୍ରତିଦିନ କାର୍‌ ଧରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥାନ୍ତି।

ଘଟଣା ଦିନ ବି ସେ କାର୍‌ ଧରି ଘରୁ ବାହାରିଥିଲେ। ମାତ୍ର କିଛି ବାଟ ଯିବା ପରେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲେ। ଫଳରେ ସେ ଗାଡ଼ିକୁ ରାସ୍ତାର ଗୋଟିଏ ପାର୍ଶ୍ୱରେ ଛିଡ଼ା କରି ଦେଇଥିଲେ। ଏହାର କିଛି ସମୟ ପରେ ସେ ଆଖି ବୁଜି ଦେଇଥିଲେ। ପ୍ରମୋଦ କୁମାର ଗୋଟିଏ ପାର୍ଶ୍ୱକୁ ମୁଣ୍ଡ ଝୁଲାଇ ରଖିଥିବା ଦେଖଣାହାରୀ ଦେଖିବା ପରେ ସେମାନଙ୍କ ସନ୍ଦେହ ହୋଇଥିଲା। ସେମାନେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ପୁଲିସ୍‌ ପହଞ୍ଚି ପ୍ରମୋଦ କୁମାରଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ମୃତ୍ୟୁ ହୃଦଘାତଜନିତ ବୋଲି ଡାକ୍ତର ପ୍ରାଥମିକ ତଦନ୍ତରୁ କହିଛନ୍ତି। ଏନେଇ ପ୍ରମୋଦଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଖୁବ୍‌ କ୍ଷୀପ୍ର ବେଗରେ ଖେଳି ଯାଇଛି।

Uttar Pradesh Hearth Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe