Advertisment

ଏହି ନରରାକ୍ଷସମାନେ ମିନି ସ୍ୱିଜରଲ୍ୟାଣ୍ଡକୁ କରିଛନ୍ତି ରକ୍ତରଞ୍ଜିତ, ମାଷ୍ଟରମାଇଣ୍ଡ କିଏ?

ଆକ୍ରମଣ ପରେ ଆତଙ୍କବାଦୀମାନେ ସ୍ଥାନୀୟ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ଜୋରଦାର ଅପରେସନ ଆରମ୍ଭ ହୋଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Terrorist

Terrorist

ଭାରତର ମିନି ସ୍ୱିଜରଲ୍ୟାଣ୍ଡ ଭାବେ ପରିଚିତ ପହଲଗାମରେ ରକ୍ତର ହୋଲି ଖେଳିଛନ୍ତି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ। ପାକିସ୍ତାନରେ ସକ୍ରିୟ ହାଫିଜ ସୟିଦର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ସହଯୋଗୀ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପହଲଗାମର ବୈସରାନ ଉପତ୍ୟକାରେ ଥିବା ପ୍ରାକୃତି ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ଉପଭୋଗ କରୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଗୁଳି କରି ହତ୍ୟା କରିଥିଲେ।

Advertisment

ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଓଡ଼ିଶାର ୪୧ ବର୍ଷୀୟ ପ୍ରଶାନ୍ତ ଶତପଥୀ ମଧ୍ୟ ରହିଛନ୍ତି। ପହଲଗାମ ଭଳି ପ୍ରସିନ୍ଧ ପର୍ଯ୍ୟଟନ ସ୍ଥଳରେ ନିରୀହ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ସମସ୍ତେ ଆକ୍ରମଣର ବଦଲା ନେବାକୁ ଦାବି କରୁଛନ୍ତି।

ଲୋକଙ୍କ ଆକ୍ରୋଶ ଓ ସମବେଦନା ମଧ୍ୟରେ ଦେଶର ସୁରକ୍ଷା ଏଜେନ୍ସି ଗୁଡ଼ିକ ନରସଂହାର କରିଥିବା ଆତଙ୍କବାଦୀମାନଙ୍କୁ ଧରିବାକୁ ଲାଗି ପଡ଼ିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସୁରକ୍ଷା ଏଜେନ୍ସି ପକ୍ଷରୁ ହମଲାରେ ଥିବା କିଛି ଆତଙ୍କବାଦୀଙ୍କ ଫଟୋ ଓ ସ୍କେଚ ଜାରି କରାଯାଇଛି। ୪ ଜଣ ଆତଙ୍କବାଦୀଙ୍କ ଫଟୋ ଓ ୩ ଜଣ ଆତଙ୍କବାଦୀଙ୍କ ସ୍କେନ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ ୩ ଆତଙ୍କବାଦୀଙ୍କ ପରିଚୟ ମିଳିଛି ସେମାନେ ହେଲେ ଆସିଫ ଫୌଜି, ସୁଲେମାନ ଶାହ ଓ ଅବୁ ତାଲହା।

Advertisment
Terrorଆସିଫ ଫୌଜି, ସୁଲେମାନ ଶାହ ଓ ଅବୁ ତାଲହା

ଏମାନେ ସମସ୍ତେ ଲସ୍କରର ଅନୁବନ୍ଧିତ ଆତଙ୍କବାଦୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ। କୁହାଯାଉଛି ଯେ ୫ରୁ ୬ ଜଣ ଆତଙ୍କବାଦୀ ସେନା, ପୁଲିସ ଓ ସାଧାଣ କୁର୍ତ୍ତା-ପାଇଜାମା ପିନ୍ଧି ବୈସରାନ ଘାଷ ଗାଲିଚାରେ ପହଞ୍ଚିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକଙ୍କ ଉପରକୁ ଗୁଳି କରିଥିଲେ। ସେମାନେ ଏକେ ୪୭, ଅଟୋ ମେଟିକ ରାଇଫଲ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ବନ୍ଧୁକରୁ ପ୍ରାୟ ୨୫୦ ରାଉଣ୍ଡ ଗୁଳି ମାଡ଼ କରିଥିବା ଜଣାପଡ଼ିଛି।

ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ଆକ୍ରମଣକାରୀଙ୍କ ମଧ୍ୟରେ କିଛି ପାକିସ୍ତାନୀ ଆତଙ୍କବାଦୀ ରହିଛନ୍ତି। ସେମାନେ କିଛି ଦିନ ତଳେ ହିଁ ଉପତ୍ୟକାରେ ପ୍ରବେଶ କରିଥିଲେ। ଲସ୍କର କମାଣ୍ଡର ତଥା ହାଫିଜର ଘନିଷ୍ଠ ସହଯୋଗୀ ସହଫୁଲ୍ଲା କସୁରୀ ଓରଫ ଖାଲିଦ ହେଉଛି ପହଲଗାମ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ। ସେ ଆକ୍ରମଣ ପାଇଁ ପାକିସ୍ତାନରେ ବସି ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଆକ୍ରମଣ ପରେ ଆତଙ୍କବାଦୀମାନେ ସ୍ଥାନୀୟ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ଜୋରଦାର ଅପରେସନ ଆରମ୍ଭ ହୋଇଛି। ଅପରସେନରେ କମାଣ୍ଡୋରଙ୍କ ସହ ହେଲିକପ୍ଟରର ବ୍ୟବହାର କରାଯାଉଛି।

ମିଲିଟାରୀ ଗ୍ରେଡର ଅସ୍ତ୍ର ବ୍ୟବହାର କରିଥିଲେ ଆତଙ୍କବାଦୀ

ପ୍ରାଥମିକ ଫରେନ୍ସିକ ବିଶ୍ଲେଷଣ ଓ ସାକ୍ଷୀଙ୍କ ବୟାନରୁ ଜଣାପଡ଼ିଛି ଯେ ଆତଙ୍କବାଦୀମାନେ ସେନା ବାହିନୀରେ ବ୍ୟବହୃତ ହେଉଥିବା ବନ୍ଧୁକ ବ୍ୟବହାର କରିଥିଲେ। ସେମାନଙ୍କ ପାଖରେ ଯୋଗାଯୋଗ ପାଇଁ ଅତ୍ୟାଧୁନିକ ଡିଭାଇସ ରହିଥିଲା। ଏପରି କି କିଛି ଆତଙ୍କବାଦୀ ସେମାନଙ୍କ ମୁଣ୍ଡରେ କ୍ୟାମେରା ଲଗାଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନଙ୍କୁ ବାହ୍ୟ ଶକ୍ତିର ସହାୟତା ମିଳିଥିଲା।

ପୂରା ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଛି। କାରଣ ଆତଙ୍କବାଦୀମାନେ ଆକ୍ରମଣ ପୂର୍ବରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପହଲଗାମର ଆଖପାଖ ଅଞ୍ଚଲ ବୁଲି ଦେଖିଥିଲେ। ସେହିପରି ନିଜ ପାଖରେ ଶୁଖିଲା ଫଳ ଓ ମେଡିସିନକୁ ଗଚ୍ଛିତ କରି ରଖିଥିଲେ। ଘଟଣାକୁ ନିଜ ଆଖିରେ ଦେଖିଥିବା ଜଣେ ବ୍ୟକ୍ତି କହିଛନ୍ତି, “ଦୁଇ ଜଣ ଆତଙ୍କବାଦୀ ପାସ୍ତୋ ଭାଷାରେ କଥା ହେଉଥିଲେ। ଏଥିରୁ ସେମାନେ ପାକିସ୍ତାନୀ ବୋଲି ଜଣାପଡ଼ୁଛି। ସେହିପରି ଆଉ ଦୁଇ ଜଣ ହେଉଛନ୍ତି ସ୍ଥାନୀୟ ଆତଙ୍କବାଦୀ। ଦୁଇ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଓ ଆସିଫଙ୍କ ଘର ଯଥାକ୍ରମେ ବିଜବହେରା ଓ ତ୍ରାଲରେ।”

Terror Attack Jammu Kashmir Pahalgam