Advertisment

ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ: ଶାରୀରିକ ସମ୍ପର୍କର ଅର୍ଥ ଯୌନ ନିର୍ଯାତନା ନୁହେଁ

ପୀଡ଼ିତା ଜଣଙ୍କ ଶାରୀରିକ ସମ୍ପର୍କ ଶବ୍ଦର ବ୍ୟବହାର କରିଛନ୍ତି। କିନ୍ତୁ ଏହାକୁ ବ୍ୟବହାର କରି ସେ କ’ଣ କହିବାକୁ ଚାହୁଁଛନ୍ତି, ସେକଥା ସ୍ପଷ୍ଟ ଭାବେ ଜଣାପଡ଼ୁନି।

author-image
Hemant Lenka
ଅଦ୍ୟତନ ହୋଇଛି
Delhi

Delhi

ପୋକ୍‌ସୋ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନାବାଳିକା ପୀଡ଼ିତା ବ୍ୟବହାର କରିଥିବା ଶାରୀରିକ ସମ୍ପର୍କର ଅର୍ଥ ସ୍ୱତଃସ୍ଫୁତ୍ତ ଭାବେ ଯୌନ ନିର୍ଯାତନା ନୁହେଁ।

Advertisment

ଜଷ୍ଟିସ ପ୍ରତିଭା ଏମ ସିଂହ ଓ ଜଷ୍ଟିସ ଅମିତ ଶର୍ମାଙ୍କ ଖଣ୍ଡପୀଠ ଅଭିଯୁକ୍ତଙ୍କ ଆବେଦନକୁ ଗ୍ରହଣ କରି ଏପରି ରାୟ ଶୁଣାଇଛନ୍ତି। ଅଭିଯୁକ୍ତଙ୍କୁ ପୋକସୋ ମାମଲାରେ ଟ୍ରାଏଲ କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ହେଲେ ଏହାକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ।

ପୀଡ଼ିତା ଜଣଙ୍କ ସ୍ୱେଚ୍ଛାକୃତ ଭାବେ ଅଭିଯୁକ୍ତଙ୍କ ଯାଇଥିଲେ। ତଥାପି ତଳ କୋର୍ଟ କେମିତି ଯୌନ ନିର୍ଯାତନା ଦିଆଯାଇଥିବା ନିର୍ଯାସରେ ପହଞ୍ଚିଲେ, ତାହା ସ୍ପଷ୍ଟ ହୋଇ ନଥିବା ଖଣ୍ଡପୀଠ କହିଛନ୍ତି।

Advertisment

ଶାରୀରିକ ସର୍ମ୍ପକ କିମ୍ବା ସମ୍ବନ୍ଧକୁ ଯୌନ ନିର୍ଯାତନାର ରୂପ ଦେବା ପାଇଁ ଉପଯୁକ୍ତ ପ୍ରମାଣ ଉପସ୍ଥାପନ କରାଯିବା ଦରକାର। କେବଳ ଆକଳନ ଦ୍ୱାରା ଏହାକୁ ସ୍ଥାପିତ କରାଯାଇ ପାରିବନି।

ଡିସେମ୍ବର ୨୩ରେ କୋର୍ଟ ଦେଇଥିବା ରାୟରେ କହିଛନ୍ତି ଯେ ପୀଡ଼ିତାଙ୍କ ବୟସ ୧୮ ବର୍ଷରୁ କମ ହୋଇଥିବାରୁ ଯେ ପୂରା ଘଟଣାକୁ ଯୌନ ନିର୍ଯାତନା ବୋଲି କୁହାଯାଇ ପାରିବ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୀଡ଼ିତା ଜଣଙ୍କ ଶାରୀରିକ ସମ୍ପର୍କ ଶବ୍ଦର ବ୍ୟବହାର କରିଛନ୍ତି। କିନ୍ତୁ ଏହାକୁ ବ୍ୟବହାର କରି ସେ କ’ଣ କହିବାକୁ ଚାହୁଁଛନ୍ତି, ସେକଥା ସ୍ପଷ୍ଟ ଭାବେ ଜଣାପଡ଼ୁନି।

ସମ୍ବନ୍ଧ ବନାୟା ବା ସମ୍ପର୍କ ରଖିବା ଶବ୍ଦକୁ ପୋକସୋ ଆକ୍ଟର ଧାରା ୩ କିମ୍ବା ଆଇପିସିର ଧାରା ୩୭୬ ଅଧୀନରେ ଅପରାଧ ବୋଲି ବିବେଚନା କରାଯାଇ ପାରିବ ନାହିଁ। ପୀଡ଼ିତା ଜଣଙ୍କ ନାବାଳିକା ଥିବାରୁ ଏଠାରେ ସହମତିର ଗୁରୁତ୍ୱ ନାହିଁ। ତଥାପି ଶାରୀରିକ ସମ୍ପର୍କକୁ ସ୍ୱତଃସ୍ଫୁତ୍ତ ଭାବେ କେବେ ହେଲେ ବି ଯୌନ ନିର୍ଯାତନାର ଆଖ୍ୟା ଦିଆଯାଇ ପାରିବ ନାହିଁ।

ପୂରା ମାମଲାରେ ସନ୍ଦେହ ଥିବାରୁ ମାମଲା ଅଭିଯୁକ୍ତଙ୍କ ସପକ୍ଷରେ ଯାଉଛି। ତେଣୁ ତାଙ୍କୁ ମିଳିଥିବା ଆଜୀବନ ଜେଲଦଣ୍ଡକୁ ଖାରଜ କରାଯାଉଛି ବୋଲି ଖଣ୍ଡପୀଠ କହିଛନ୍ତି। ୨୦୧୭ ମସିହା ମାର୍ଚ୍ଚରେ ପୂରା ଘଟଣାକୁ ନେଇ ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ମା’ ଅଭିଯୋଗ କରିଥିଲେ ଯେ ତାଙ୍କ ୧୪ ବର୍ଷର ଝିଅକୁ ପ୍ରଲୋଭିତ କରି କେହି ଜଣେ ଘର ଭିତରୁ ଅପହରଣ କରିନେଇଛି। 

ପୁଲିସ ସର୍ଚ୍ଚଅପରେସନ କରି ଅଭିଯୁକ୍ତଙ୍କ ସହ ନାବାଳିକାଙ୍କୁ ଫରିଦାବାଦରୁ ଉଦ୍ଧାର କରିଥିଲା। ଟ୍ରାଏଲ କୋର୍ଟର ମାମଲାର ବିଚାର କରି ୨୦୨୩ ଡିସେମ୍ବରରେ ଅଭିଯୁକ୍ତଙ୍କୁ ଆଇପିସି ଓ ପୋକସୋ ଆକ୍ଟ ଅଧୀନରେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

Delhi High Court Stop Rape