Advertisment

Picnic Turns Tragedy: ପିକନିକ ହେଲା କାଳ: ହଠାତ୍‌ ମାଡ଼ି ଆସିଲା ପାଣି, ଭାସିଗଲେ ୭

ପିକନିକ ପାଇଁ ଆସିଥିବା ୧୫ ଜଣଙ୍କ ମଧ୍ୟରୁ ୬ ଜଣ ମାରକୋନାହାଲି ଡ୍ୟାମରୁ ନିର୍ଗତ ହେଉଥିବା ପାଣିର ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି।  ମହିଳା, ଛୋଟ ପିଲାଙ୍କୁ ମିଶାଇ ୧୫ ଜଣ ଲୋକ ପିକନିକ କରିବାକୁ ଡ୍ୟାମ ନିକଟକୁ ଯାଇଥିଲେ।

author-image
Hemant Lenka
Dam

ଭାସି ଯାଇଥିବା ମହିଳା ଓ ଛୋଟ ପିଲା

ହସଖୁସିରେ ପିକନିକ ବନାଇବାକୁ ଯାଉଥିଲେ। ସାଙ୍ଗସାଥୀଙ୍କ ଉପସ୍ଥିତିରେ ପିକନିକର ଆନନ୍ଦ ଉଠାଇଥିଲେ। କିନ୍ତୁ ପିକନିକ ସମୟରେ ଘଟିଛି ଅଘଟଣ। ପିକନିକ ପାଇଁ ଆସିଥିବା ୧୫ ଜଣଙ୍କ ମଧ୍ୟରୁ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି ୭ ଜଣ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାକି ୬ ଜଣ ଅକାତକାତ ପାଣିରେ ନିଖୋଜ ହୋଇଯାଇଥିଲେ।

Advertisment

ପରବର୍ତ୍ତୀ ଅବସ୍ଥାରେ ୨ ଜଣଙ୍କ ମୃତଦେହ ମିଳିଛି। ବାକି ୪ ଜଣଙ୍କୁ ମଙ୍ଗଳବାର ଠାରୁ ସେମାନଙ୍କୁ ଖୋଜା ଖୋଜି ଚାଲିଥିଲେ ହେଁ ଏଯାଏ କୌଣସି ପତ୍ତା ମିଳିନାହିଁ। ନିଖୋଜ ଓ ମୃତ ୨ ଜଣ ମହିଳା ଏବଂ ଛୋଟ ପିଲା। ଉଦ୍ଧାରକାରୀ ଟିମ ଜୀବିତ ଅବସ୍ଥାରେ ଏଯାଏ କେବଳ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିପାରିଛି। 

କର୍ଣ୍ଣାଟକା(Karnataka)ର ଟୁମକୁରୁରେ ଏପରି ଘଟଣା ଘଟିଛି। ପିକନିକ ପାଇଁ ଆସିଥିବା ୧୫ ଜଣଙ୍କ ମଧ୍ୟରୁ ୬ ଜଣ ମାରକୋନାହାଲି ଡ୍ୟାମରୁ ନିର୍ଗତ ହେଉଥିବା ପାଣିର ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। 

Advertisment

ଟୁମକୁରୁ ଏସ୍‌ପି ଅଶୋକ କେଭିଙ୍କ କହିବା କଥା ଯେ ମହିଳା, ଛୋଟ ପିଲାଙ୍କୁ ମିଶାଇ ୧୫ ଜଣ ଲୋକ ପିକନିକ(Picnic) କରିବାକୁ ଡ୍ୟାମ ନିକଟକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ଡ୍ୟାମର ତଳିଆ ଅଞ୍ଚଳରେ ଅଳ୍ପ ପାଣି ଥିବାରୁ ସେଠାକୁ ଯାଇଥିଲେ। ସେଠାରେ ସେମାନେ ଫଟୋ ଉଠାଇବା ସହ ମଜାମସ୍ତି କରୁଥିଲେ। ଏତିକି ବେଳେ ହଠାତ୍‌ ଡ୍ୟାମରୁ ପାଣି ରିଲିଜ କରି ଦିଆଯାଇଥିଲା।

ଏ ସମ୍ପର୍କରେ ପିକନିକ କରିବାକୁ ଯାଇଥିବା ଲୋକଙ୍କୁ ଆଦୌ ଜଣା ନଥିଲା। ଡ୍ୟାମରୁ ପ୍ରଖର ବେଗରେ ପାଣି ନିର୍ଗତ ହେବାରୁ ଏହାର ସୁଅରେ ୭ ଜଣଙ୍କ ଭାସି ଯାଇଥିଲେ। ଉଦ୍ଧାରକାରୀ ଟିମ ଓ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଏହି ସମୟରେ ପ୍ରଖର ସ୍ରୋତରେ ଭାସି ଯାଉଥିବା ନୱାଜ ନାମକ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ।

ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ପାଣିରେ ଭାସି ଯାଇଥିବା ୬ ଜଣଙ୍କ ମଧ୍ୟରେ ଜଣେ ମହିଳା ଓ ବାକି ୫ ଜଣ ଛୋଟ ପିଲା ବୋଲି କୁହାଯାଉଛି। ସେମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। 

Karnataka Picnic