Advertisment

ମହିଳା ବନ୍ଧୁଙ୍କୁ କକପିଟକୁ ଆଣିବା ମହଙ୍ଗା ପଡ଼ିଲା: ପାଇଲଟ ନିଲମ୍ବିତ, ୩୦ ଲକ୍ଷ ଫାଇନ

ସେହିପରି ସୁରକ୍ଷା ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଫେବୃଆରୀ ମାସରେ ଦୁବାଇରୁ ଦିଲ୍ଲୀ ଆସୁଥିବା ବିମାନରେ ଏପରି ଘଟଣା ଘଟିଥିଲା। ଏବେ ଡିଜିସିଏ ଏହାର ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

author-image
Hemant Lenka
Air India

Air India

ମହିଳା ବନ୍ଧୁଙ୍କୁ କକପିଟ୍‌କୁ ଆଣିବା ଓ ଉଡ଼ାଣ ସମୟରେ ତାଙ୍କୁ କକପିଟ୍‌ ମଧ୍ୟରେ ବସାଇ ଯାତ୍ରା କରାଇବା ଜଣେ ପାଇଲଟଙ୍କୁ ମହଙ୍ଗା ପଡ଼ିଛି। ଏପରି ଆଚରଣ ପ୍ରଦର୍ଶନ କରିଥିବା ଏୟାର ଇଣ୍ଡିଆ ପାଇଲଟଙ୍କୁ ୩ ମାସ ପାଇଁ ନିଲମ୍ବିତ କରାଯାଇଛି।

Advertisment

ସେହିପରି ସୁରକ୍ଷା ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଫେବୃଆରୀ ମାସରେ ଦୁବାଇରୁ ଦିଲ୍ଲୀ ଆସୁଥିବା ବିମାନରେ ଏପରି ଘଟଣା ଘଟିଥିଲା। ଏବେ ଡିଜିସିଏ ଏହାର ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ବିମାନର ପାଇଲଟ ଇନ କମାଣ୍ଡ ଉଡ଼ାଣ ବେଳେ ତାଙ୍କ ବନ୍ଧୁଙ୍କୁ କକପିଟ୍‌ ଭିତରକୁ ଆସିବା ପାଇଁ ଅନୁମତି ଦେଇଥିଲେ। ତାଙ୍କ ବନ୍ଧୁ ଜଣଙ୍କ ଏୟାର ଇଣ୍ତିଆର କର୍ମଚାରୀ ହୋଇଥିଲେ ମଧ୍ୟ ସେ ଯାତ୍ରୀ ଭାବେ ଯାତ୍ରା କରୁଥିଲେ।

Advertisment

ତଥାପି ତାଙ୍କୁ କକପିଟ୍‌ ଭିତରୁ ଆସିବାକୁ ଅନୁମତି ଦିଆଯାଇଥିଲା। ଏହା ଡିଜିସିଏର ଗାଇଡଲାଇନକୁ ଉଲ୍ଲଙ୍ଘନ କରିଛି। ଏହା ଏକ ସୁରକ୍ଷା ଜନିତ ତ୍ରୁଟି ହୋଇଥିଲେ ମଧ୍ୟ ଏୟାର ଇଣ୍ଡିଆ କୌଣସି ପ୍ରକାରର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ବୋଲି ଡିଜିସିଏ କହିଛନ୍ତି।

ଏୟାର ଇଣ୍ଡିଆ ଏପରି ଏକ ସମ୍ବେଦନଶୀଳ ଘଟଣାରେ କୌଣସି ପ୍ରକାରର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ନଥିବାରୁ ସଂସ୍ଥାକୁ ୩୦ ଲକ୍ଷ ଟଙ୍କାର ଫାଇନ ଲାଗୁ କରାଯାଇଛି। ସେହିପରି ଏୟାରକ୍ରାଫ୍ଟ ରୁଲ୍ସ ୧୯୩୭ ଅନୁଯାୟୀ ପାଇଲଟଙ୍କ ଲାଇସେନ୍ସକୁ ୩ ମାସ ଯାଏ ନିଲମ୍ବିତ କରାଯାଇଛି। କୋ-ପାଇଲଟ ସବୁ ଦେଖି ଏହାକୁ ରୋକିବାକୁ ପଦକ୍ଷେନ ନେଇ ନଥିଲେ। ଏଥିପାଇଁ ତାଙ୍କୁ କେବଳ ଚେତାବନୀ ଦେଇ ସତର୍କ କରାଯାଇଛି।

ଅନାଧିକୃତ ଲୋକଙ୍କୁ କକପିଟ୍‌ ଭିତରେ ପ୍ରବେଶ ପାଇଁ ଅନୁମତି ନାହିଁ। ଯଦି ଏପରି କୌଣସି ଘଟଣା ଘଟେ, ତା’ହେଲେ ଏହାକୁ ନିୟମ ଉଲ୍ଲଙ୍ଘନ ଭାବେ ବିବେଚନା କରାଯାଏ। ସେହି ଆଧାରରେ ଡିଜିଏସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

Air India