Advertisment

ଜେଜେ କୋଳରେ ଖେଳୁଥିଲା ନାତୁଣୀ, ଟାଣି ନେଲା ପିଟବୁଲ୍‌ କୁକୁର

ଜେଜେ କୋଳରେ ଖେଳୁଥିଲା ଦେଢ ବର୍ଷର କୁନି ଝିଅ। ଏହି ସମୟରେ ଅଚାନକ ଏକ ପିଟବୁଲ୍‌ କୁକୁର ମାଡ଼ି ବସି ଜେଜେ କୋଳରୁ ନାତୁଣୀକୁ ଟାଣି ନେଲା।

ଅଦ୍ୟତନ ହୋଇଛି
Pitbull Dog & Injured Girl

Pitbull Dog & Injured Girl

Advertisment

ଜେଜେ କୋଳରେ ଖେଳୁଥିଲା ଦେଢ ବର୍ଷର କୁନି ଝିଅ। ଏହି ସମୟରେ ଅଚାନକ ଏକ ପିଟବୁଲ୍‌ କୁକୁର ମାଡ଼ି ବସି ଜେଜେ କୋଳରୁ ନାତୁଣୀକୁ ଟାଣି ନେଲା। କୁକରଟି ପିଲାଟିକୁ ଏତେ ଜୋରରେ କାମୁଡ଼ି ଦେଲା ଯେ ୮ ଜଣ ଛଡ଼ାଇବାକୁ ନାକେଦମ ହୋଇଗଲେ। ବହୁ କଷ୍ଟରେ କୁକୁର ପାଟିରୁ ପିଲାଟିକୁ ରକ୍ଷା କରାଯାଇଥିବା ବେଳେ ତା’ ଗୋଡ଼ର ୩ଟି ଜାଗାରେ ହାଡ଼ ଭାଙ୍ଗିଥିବା ବେଳେ ୧୮ଟଇ ଷ୍ଟିଚ୍‌ ପଡ଼ିଥିବା ଜଣାଯାଇଛି। ଏପରି ଏକ ଭୟଙ୍କର ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

Advertisment

କିଛି ଦିନ ପୂର୍ବେ, ଦିଲ୍ଲୀର ବୁରାଡି ଅଞ୍ଚଳରେ ଥିବା ଉତ୍ତରାଖଣ୍ଡ କଲୋନୀର ଜଣେ ବାସିନ୍ଦା ନିଜ ଘର ସମ୍ମୁଖରେ ନିଜ ନାତୁଣୀକୁ କୋଳରେ ଧରି ବସିଥିଲେ। ଉକ୍ତ ସମୟରେ ହଠାତ୍‌ ଏକ ପିଟବୁଲ୍‌ କୁକୁର ଦୌଡ଼ି ଆସି ପିଲାଟିକୁ ଜେଜେ କୋଳରୁ ଟାଣି ନେଇଥିଲା।

ଏହାଦେଖି ରାସ୍ତାରେ ଯାଉଥିବା ପ୍ରାୟ ୮ଜଣ ତୁରନ୍ତ କୁକୁର କବଳରୁ ପିଲାଟିକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ମାତ୍ର କୁକୁରଟି ପିଲା ଗୋଡ଼କୁ ଏତେ ଜୋରରେ କାମୁଡ଼ି ଦେଖିଥିଲା ଯେ ଛାଡ଼ିବା ନାଁ ଧରୁ ନ ଥିଲା। ବହୁ କଷ୍ଟ ପରେ ଲୋକମାନେ କୁକୁର ପାଟିରୁ ପିଲାଟିକୁ ଉଦ୍ଧାର କରିଥିଲେ।

Advertisment

ତୁରନ୍ତ ପିଲାଟିକୁ ମେଡିକାଲ ନିଆଯାଇଥିବା ବେଳେ ତା’ ଗୋଡ଼ର ୩ ଟି ହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା। ଏଥିସହ କୁକୁର କାମୁଡ଼ାରେ ପିଲାଟି ରକ୍ତାକ୍ତ ହୋଇ ପଡ଼ିଥିବାରୁ ତା’ ଶରୀରରେ ୧୮ଟି ଷ୍ଟିଚ୍‌ ପଡ଼ିଛି। ପିଲାଟି ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଏନେଇ ସୂଚନା ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରିଛି। ତେବେ ପୁଲିସ୍‌ ଉକ୍ତ ପିଟବୁଲ୍‌ କୁକୁର ମାଲିକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

Delhi Dog Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe