Advertisment

ନିଜ ମାଲିକଙ୍କୁ କାମୁଡ଼ି ଲହୁଲୁହାଣ କଲା ପୋଷା କୁକୁର

୨୬ ବର୍ଷୀୟ ଯୁବକଙ୍କ ମୁହଁକୁ କାମୁଡ଼ି ଲହୁଲୁହାଣ କରିଛି ନିଜ ପୋଷା ପିଟ୍‌ବୁଲ୍‌ କୁକୁର। ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ଚିକିତ୍ସାଧୀନ ଅଛନ୍ତି ଯୁବକ।

author-image
Debadatta Aryashrestha
Pitbull dog attacked owner's son

Pitbull dog attacked owner's son

ଯୁବକଙ୍କ ମୁହଁରୁ ମାଂସ ଝାମ୍ପି ନେଇ ଲହୁଲୁହାଣ କରିଛି ନିଜ ପୋଷା କୁକୁର। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲା ଅନ୍ତର୍ଗତ ଖଲିଲପୁର ଅଞ୍ଚଳରେ। ଗୁରୁତର ଅବସ୍ଥାରେ ୨୬ ବର୍ଷୀୟ ଯୁବକଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଠାରେ ଅସ୍ତ୍ରୋପଚାର ପରେ ସେ ଏବେ ଚିକିତ୍ସାଧୀନ ଅଛନ୍ତି।

Advertisment

ସୂଚନା ଅନୁଯାୟୀ, ବରେଲୀ ଜିଲ୍ଲା ଖଲିଲପୁରର ଶଙ୍କରଲାଲ ଗଙ୍ଗୱାରଙ୍କ ଘରକୁ ଏକ ବିଦେଶୀ ପିଟ୍‌ବୁଲ୍‌ କୁକୁର ଗତ ଛଅ ମାସ ପୂର୍ବରୁ ହିଁ ଆସିଥିଲା। ତାଙ୍କ ପୁଅ ଆଦିତ୍ୟ ଗଙ୍ଗୱାର(୨୬) କୁକୁରକୁ ବୁଲାଇବା ପାଇଁ ଗତ ସୋମବାର ଘରୁ ବାହାରକୁ ନେଇ ଯାଇଥିଲେ। ସେହି ସମୟରେ କୁକୁର ହଠାତ ତାଙ୍କ ଉପରେ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଆଦିତ୍ୟଙ୍କ ଚିତ୍କାର ଶୁଣି ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। କୁକୁର ଆକ୍ରମଣରେ ଆଦିତ୍ୟଙ୍କ ଓଠ ସମେତ ମୁହଁର ଏକାଧିକ ସ୍ଥାନରୁ ମାଂସ ବାହାରି ଆସିଥିବା କହିଛନ୍ତି ତାଙ୍କ ଅସ୍ତ୍ରୋପଚାର କରିଥିବା ଡାକ୍ତର କୌଶଲ କୁମାର।

ଅନ୍ୟପଟେ ମ୍ୟୁନିସିପାଲ କର୍ପୋରେସନ ଟିମ୍ ଦ୍ୱାରା କୁକୁରକୁ କାବୁ କରାଯାଇଥିବା ସ୍ଥାନୀୟ ଫରେଷ୍ଟ ଅଧିକାରୀ କହିଛନ୍ତି। ପୌରପାଳିକା ଅଧିକାରୀ ଗୁରୁ ଚରଣଜିତ ସିଂହ କହିଛନ୍ତି ଯେ, କୁକୁରଟିକୁ କାବୁ କରାଯାଇ ପଶୁ ଜନ୍ମ କେନ୍ଦ୍ରରେ ରଖାଯାଇଛି, ଯାହାଫଳରେ ଏହା ଅନ୍ୟ କାହା ଉପରେ ଆକ୍ରମଣ କରିପାରିବ ନାହିଁ। କୁକୁରଟି ଏବେ ଶାନ୍ତ ଦେଖାଯାଉଛି। ତଥାପି କର୍ମଚାରୀମାନେ ତା ନିକଟକୁ ଯିବାକୁ ଭୟ କରୁଛନ୍ତି।

Advertisment
Uttar Pradesh Dog Attack PitBull Dog Pitbull Dog Attack