Advertisment

ଟନେଲରେ ଫସିଥିବା ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର

୧୬ ଦିନ ହେଲା ଶ୍ରମିକମାନେ ଟନେଲ ଭିତରେ ଫସି ରହିଥିବାରୁ ଆଜି ଘଟଣା ସ୍ଥଳରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପିକେ ମିଶ୍ର।

author-image
Hemant Lenka
PK Mishra

PK Mishra

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ୪୧ ଜଣ ଶ୍ରମିକ ୧୬ ଦିନ ହେଲା ‍ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଚାଲିଥିଲେ ମଧ୍ୟ ଏଯାଏ ସଫଳତା ମିଳିନାହିଁ।

Advertisment

ପ୍ରତିଦିନ ଉଦ୍ଧାରକାରୀ ଟିମ ନୂଆ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଏସବୁ ଭିତରେ ଟନେଲର ଉପର ଭାଗରୁ ୩୬ ମିଟର ଭର୍ଟିକାଲ ଡ୍ରିଲିଂ ଶେଷ ହୋଇଛି। ତେବେ ଶ୍ରମିକମାନଙ୍କ ପାଖରେ ପହଞ୍ଚିବାକୁ ଆହୁରି ୫୦ ମିଟର ଡ୍ରଲିଂ କରିବାକୁ ପଡ଼ିବ।

୧୬ ଦିନ ହେଲା ଶ୍ରମିକମାନେ ଟନେଲ ଭିତରେ ଫସି ରହିଥିବାରୁ ଆଜି ଘଟଣା ସ୍ଥଳରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପିକେ ମିଶ୍ର। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ଓ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ଏସଏସ୍‌ ସାନ୍ଧୁ ମଧ୍ୟ ରେସ୍କ୍ୟୁ ଅପରେସନର ଯାଞ୍ଚ କରିଛନ୍ତି।

Advertisment

ଏହି ସମୟରେ ପିକେ ମିଶ୍ର ଫସି ରହିଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି। ଇଣ୍ଟରନାଲ କମ୍ପ୍ୟୁନିକେସନ ଦ୍ୱାରା ସେ ସୁଡ଼ଙ୍ଗରେ ଭିତରେ ଥିବା ଶ୍ରମିକମାନଙ୍କ ସହ କଥା ହୋଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସୁଡ଼ଙ୍ଗ ଭିତରର ସ୍ଥିତି କେମିତି ରହିଛି ଓ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ରହିଛି, ସେକଥା ଶ୍ରୀ ମିଶ୍ର ପଚାରି ବୁଝିଛନ୍ତି। ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଖୁଶବୀଘ୍ର ସୁରକ୍ଷିତ ଭାବେ ଉଦ୍ଧାର କରାଯିବ। ସମସ୍ତେ ଏହି ମିସନ ଉପରେ କାମ କରୁଥିବା ପିକେ ମିଶ୍ର ଫସି ରହିଥିବା ଶ୍ରମିକମାନଙ୍କ ସହ କଥା ହେବା ବେଳେ ପ୍ରତିଶ୍ରୁତି ଦେଇଛନ୍ତି।

Uttarakhand Uttarakhand Tunnel Collapse