Advertisment

ଅହମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା

ବିମାନଟି ପୂରା ଛିନଛତ୍ର ହୋଇଯାଇଛି। ବିମାନଟି ଆବାସିକ ଅଞ୍ଚଳରେ ଖସି ପଡ଼ିବାରୁ ସେଠାରେ ଥିବା କାର, ବାଇକ ଓ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
air India

air India

ଗୁଜରାଟର ଅହମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା। ଏୟାର ଇଣ୍ଡିଆର ଗୋଟିଏ ଯାତ୍ରୀବାହୀ ବିମାନ କ୍ରାଶ ହୋଇଯିବାରୁ ଏଥିରେ ନିଆଁ ଲାଗି ଲାଗି ଯାଇଛି। ଅହମଦାବାଦର ସର୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟ ମେଘାନି ନଗର ଅଞ୍ଚଳରେ ବିମାନଟି କ୍ରାଶ ହୋଇଥିବା ଜଣାପଡ଼ିଛି।

Advertisment

ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର AI 171ଆଜି ଅପରାହ୍ନରେ ଅହମଦାବାଦରୁ ଲଣ୍ଡନ ଯାଉଥିଲା। ଏହାର ସର୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରରୁ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ନେଇ ଉଡ଼ାଣ ଭରିଥିଲା। ଏଥିରେ ୨୩୦ ଜଣ ଯାତ୍ରୀ ଓ ୧୨ ଜଣ କ୍ରୁ ସଦସ୍ୟ ରହିଥିଲେ। କିନ୍ତୁ ଟେକ ଅଫର ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହା କ୍ରାଶ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ ପୂରା ଅଞ୍ଚଳ ଧୂଆଁ ମୟ ହୋଇ ଯାଇଛି। ବାସ୍ତବରେ ବିମାନଟି ଦିଲ୍ଲୀରୁ ଆଜି ସକାଳେ ଅହମଦାବାଦ ଆସିଥିଲା। ଏଠାରୁ ଏହା ଲଣ୍ଡନର ଗାଟୱିକ ବିମାନ ବନ୍ଦର ଅଭିମୁଖେ ଉଡ଼ାଣ ଭରିଥିଲା। 

କିନ୍ତୁ ବିମାନଟି ଦୁର୍ଘଟଣା ପରେ ପୂରା ଛିନଛତ୍ର ହୋଇଯାଇଛି। ଟେକ ଅଫର ମାତ୍ର କିଛି ସେକେଣ୍ତ ପରେ ଏହା ସିଗ୍ନାଲ ଅଚଳ ହୋଇଯାଇଥିଲେ। ଏହାପରେ ବିମାନଟି ଆବାସିକ ଅଞ୍ଚଳରେ ଖସି ପଡ଼ିଥିବା କୁହାଯାଇଛି। କ୍ରାଶ ହେବା ପରେ ଭୟଙ୍କର ବିସ୍ଫୋରଣ ସହ ବିମାନରେ ନିଆଁ ଲାଗି ଯାଇଥିଲେ। 

Advertisment

୧୦ରୁ ଅଧିକ ଅଗ୍ନିଶମ ଗାଡ଼ି, ଉଦ୍ଧାରକାରୀ ଟିମ, ପୁଲିସ୍‌ ଓ ୨୦ରୁ ଅଧିକ ଆମ୍ବୁଲାନ୍ସ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାଗ୍ରସ୍ତ ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିବା କୁହାଯାଉଛି। ହେଲେ ଏ ସମ୍ପର୍କରେ କିଛି ବି ସ୍ପଟ ହୋଇନାହିଁ। ଗୁଜରାଟର ବିଭିନ୍ନ ହସ୍ପିଟାଲରେ ଲୋକଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। 

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିମାନ କ୍ରାଶ ପରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦର ଭାଇ ପଟେଲଙ୍କ ସହ ସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି। ରାଜ୍ୟ ପୁଲିସ୍‌ ମୁଖ୍ୟଙ୍କ ସହ ମଧ୍ୟ ସେ ସ୍ଥିତିର ସମୀକ୍ଷା କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗୁଜରାଟ ଗସ୍ତ କରିଛନ୍ତି। 

Air India Gujarat Plane Crash