Advertisment

କ୍ରାଶ ହୋଇ ଡ୍ୟାମ୍‌କୁ ଖସିଲା ବିମାନ, ଦୁଇ ପାଇଲଟ୍‌ ନିଖୋଜ

ଜାମସେଦପୁର ସୋନାରୀ ବିମାନବନ୍ଦରରୁ ଏକ ଟୁ-ସିଟ୍‌ର୍‌ ଟ୍ରେନି ବିମାନ ଉଡାଣ ଭରିଥିଲା।

author-image
Madhupriya Mistry
trainer-aircraft-missing

trainer-aircraft-missing

ବିମାନ ବନ୍ଦରରୁ ଟେକ୍‌ ଅଫ୍‌ ପରେ ପରେ କ୍ରାଶ୍‌ ହେଲା ବିମାନ। ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ୟାମ୍‌ ଖସି ପଡିଲା। ଏଥିରେ ଥିବା ଦୁଇ ଜଣ ପାଇଲଟ୍‌ ନିଖୋଜ ଅଛନ୍ତି। ଜାମସେଦପୁରରେ ଘଟିଛି ଏଭଳି କିଛି ବଡ଼ ଦୁର୍ଘଟଣା।

Advertisment

ମଙ୍ଗଳବାର ସକାଳ ୧୧ଟାରେ ଜାମସେଦପୁର ସୋନାରୀ ବିମାନବନ୍ଦରରୁ ଆଲକେମିଷ୍ଟ ଆଭିଏସନ୍‌ର ଏକ ଟୁ-ସିଟ୍‌ର୍‌ ଟ୍ରେନି ବିମାନ ଉଡାଣ ଭରିଥିଲା। ତେବେ ଟେକ୍‌ ଅଫ୍‌ର କିଛି ମିନିଟ୍‌ ମଧ୍ୟରେ ହିଁ ବିମାନଟି ଚଣ୍ଡିଲ ଡ୍ୟାମରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା କ୍ୟାପଟେନ ଶୁତ୍ରନନ୍ଦ ଏବଂ ଟ୍ରନି ପାଇଲଟ୍ ଶୁଭ୍ରୋଦୀପ ଦତ୍ତଙ୍କ କୌଣସି ପତ୍ତା ମିଳୁନାହିଁ। ଟ୍ରନି ପାଇଲଟ୍ ଶୁଭ୍ରୋଦୀପ ଦତ୍ତା ଆଦିତ୍ୟପୁରର ହୋଇଥିବାବେଳେ କ୍ୟାପଟେନ ଶୁତ୍ରନନ୍ଦ ପାଟନାର ବାସିନ୍ଦା ବୋଲି ଜଣାପଡିଛି।

କୁହାଯାଉଛି ଯେ ବିମାନଟି ବିମାନ ଉଡ଼ାଣର ମାତ୍ର ୧୫ ମିନିଟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ଏହାପରେ ବିମାନ ନିଖୋଜ ସମ୍ପର୍କରେ ସୋନାରୀ ବିମାନବନ୍ଦର ଏବଂ ପ୍ରଶାସନକୁ ସୂଚନା ଦିଆଯାଇଥିଲା। ଆଲକେମିଷ୍ଟ ଆଭିଏସନ କମ୍ପାନୀର ମାଲିକ ମୃଣାଳ କାନ୍ତି ପାଲଙ୍କ ଠାରୁ ସାହାଯ୍ୟ ମାଗିବା ପରେ ପୂର୍ବ ସିଂହଭୂମ ଏବଂ ସେରାଇକେଲା ପୁଲିସ ପ୍ରଶାସନ ବିମାନ ଖୋଜାଖୋଜି ଆରମ୍ଭ କରିଥିଲା।

Advertisment

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ଗତକାଲି ବିମାନଟି ମଧ୍ୟାହ୍ଣ ସମୟରେ ନିମଡିହ ନିକଟରେ ଥିବା ପାହାଡ ଉପରେ ଘୁରି ବୁଲିଥିଲା। ପରେ ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ୟାମ୍‌କୁ ଖସି ପଡିଥିଲା। ଏହି ସୂଚନାକୁ ଆଧାର କରି ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଜାମସେଦପୁର ପୁଲିସର ତଦନ୍ତ ସମୟରେ କ୍ୟାପଟେନ ପାଇଲଟ ଏବଂ ଟ୍ରେନି ପାଇଲଟଙ୍କ ଶେଷ ଲୋକେସନ୍‌ ଚାନ୍ଦିଲ ଡ୍ୟାମର ନିମଡିହରେ (ପଶ୍ଚିମବଙ୍ଗ ସୀମା ନିକଟରେ) ରାତି ୧୧.୧୯ ରେ ମିଳିଥିଲା।

ସେରାଇକେଲାର ଏସପି ମୁକେଶ ଲୁନାୟତଙ୍କ ସମେତ ସମଗ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋଟର ଯାନ ଦ୍ୱାରା ଖୋଜାଖୋଜି କରିଥିଲେ। ତେବେ ବିମାନ କିମ୍ବା ଦୁଇ ପାଇଲଟ୍‌ଙ୍କ କୌଣସି ଖୋଜ ଖବର ମିଳିନଥିବାରୁ ରାଞ୍ଚିରୁ ଏକ NDRF ଟିମ୍‌କୁ ଡକାଯାଇଛି। ଆଜି ସକାଳେ ଏହି ଟିମ୍ ଡ୍ୟାମ୍‌ ନିକଟସ୍ଥ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି। ତେବେ ଏବେ ସୁଦ୍ଧା ବିମାନ କିମ୍ବା ଦୁଇ ପାଇଲଟ୍‌ଙ୍କ ପତ୍ତା ମିଳିନାହିଁ।

Jharkhand Plane Crash Jamshedpur