Advertisment

ପକ୍ଷୀ ମାଡ଼ ଯୋଗୁ କ୍ରାଶ ହେଲା କି ଏୟାର ଇଣ୍ଡିଆ ବିମାନ?

ଭାରତ ଇତିହାସରେ ଏତେ ବଡ଼ ବିମାନ ଦୁର୍ଘଟଣା ପଛର କାରଣ କ’ଣ?

author-image
Hemant Lenka
Air India

Air India

ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟ ମେଘାନି ନଗର ଅଞ୍ଚଳରେ ଏୟାର ଇଣ୍ଡିଆ ବିମାନ ଆଜି କ୍ରାଶ ହୋଇଛି। ନିୟନ୍ତ୍ରଣ ହରାଇ ବିମାନଟି ସିଧା ବିଜେ ମେଡିକାଲ କଲେଜ ୟୁଜି ହଷ୍ଟେଲରେ ପିଟି ହୋଇଛି। ଏଥିରେ ହଷ୍ଟେଲରେ ଥିବା କିଛି ଶିକ୍ଷାର୍ଥୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଉଛି। ସେହିପରି ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଛି। କିନ୍ତୁ ଏଯାଏ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ପ୍ରକାରର ସୂଚନା ଦିଆଯାଇନି।

Advertisment

ତେବେ ଭାରତ ଇତିହାସରେ ଏତେ ବଡ଼ ବିମାନ ଦୁର୍ଘଟଣା ପଛର କାରଣ କ’ଣ? ଏହାର କାରଣ ତଦନ୍ତ ପରେ ଜଣାପଡ଼ିବ। ହେଲେ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ବିମାନରେ ପିକ୍ଷୀ ମାଡ଼ ହେବା ଯୋଗୁ ଏୟାର ଇଣ୍ଡିଆକୁ ଟେକ ଅଫ ବେଳ ଆବଶ୍ୟକ ବେଗ ମିଳି ନଥିଲା। ତେଣୁ ଏହା ଉଡ଼ାଣ ଭରିବାର ୫ ମିନିଟ ପରେ କ୍ରାଶ ହୋଇ ଯାଇଥିଲା।

କ୍ରାଶ ପୂର୍ବରୁ ପାଇଲଟ ଆସନ୍ନ ବିପଦ ସମ୍ପର୍କରେ ଜାଣି ପାରି "Mayday" କଲ୍‌ କରିଥିଲେ ବୋଲି ଡିଜିସିଏ ସ୍ପଷ୍ଟ କରିଛି। ଡିଜିସିଏ କହିଛି ଯେ ଲଣ୍ଡନ ଅଭିମୁଖେ ବୋଇଂ ୭୮୭ ଏୟାରକ୍ରାଫ୍ଟ ଟେଲ ନମ୍ବର ଭିଟି ଏଏନବି ୨୮ ନମ୍ବର ରନ ୱେରୁ ମଧ୍ୟାହ୍ନ ୧.୩୯ ମିନିଟରେ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବା କ୍ଷଣି ପାଇଲଟ ତୁରନ୍ତ ମେ’ ଡେ କଲ୍‌ ବା ଜରୁରିକାଳୀନ କଲ ଜରିଆରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।

Advertisment

ବିମାନକୁ ବଡ଼ ବିପଦ ଥିବା ପାଇଲଟ ଅନୁଭବ କରି ସହାୟତା ମାଗିଥିଲେ। ଏୟାର ଟ୍ରାଫିକ କଣ୍ଟ୍ରୋଲ ପକ୍ଷରୁ ଏହାର ଜବାବ ପାଲଟଙ୍କ ପାଖରେ ପହଞ୍ଚି ପାରି ନଥିଲା। ପାଲଟ ମେ’ଡେ କଲ କରିବା ପରେ ନୀରବି ଯାଇଥିଲେ। ସହାୟତା କରାଯିବା ପୂର୍ବରୁ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ବିମାନଟି ଏୟାପୋର୍ଟ ବାହାରେ ଖସି ପଡ଼ିବା ସହ ଏଥିରେ ନିଆଁ ଲାଗି ଯାଇଥିଲା। ପୂରା ଅଞ୍ଚଳ ଧୂଆଁ ମୟ ହୋଇଥିବା ବେଳେ ଗୋଟିଏ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉଡ଼ାଣର ୫ ମିନିଟ ପରେ ବିମାନ କ୍ରାଶ ହୋଇଥିଲା ବୋଲି ଡିଜିସିଏ ସ୍ପଷ୍ଟ କରିଛି।

ପୂର୍ବତନ ପାଇଲଟ କ୍ୟାପ୍ଟେନ ସୌରଭ ଭଟନାଗର କହିଛନ୍ତି, “ପ୍ରାଥମିକ ସ୍ଥିତିରୁ ଲାଗୁଛି ଯେ ବିମାନରେ ଏକାଧିକ ପକ୍ଷୀ ସମ୍ଭବତଃ ମାଡ଼ ହୋଇଛନ୍ତି। ଏଥିଯୋଗୁ ବିମାନର ଉଭୟ ଇଞ୍ଜିନ ନିଜର କ୍ଷମତା ହରାଇଥିଲେ। ବିମାନର ଟେକ ଅଫ ପୂରା ଠିକ ଥିଲା। ହେଲେ ସମ୍ଭାବ୍ୟ ପକ୍ଷୀ ମାଡ଼ ଯୋଗୁ ବିମାନଟି ଟେକ ଅଫ ବେଳେ ଆବଶ୍ୟକ ବେଗ ହାସଲ କରି ପାରି ନଥିଲା।

ବେଗ କମ ଥିବାରୁ ଟେକ ଅଫ ଗିୟର ପଡ଼ି ନଥିଲା। ଏହାପରେ ବିମାନ ତଳକୁ ଖସିବା ଆରମ୍ଭ କରିଥିଲା। ଏପରି ସ୍ଥିତି ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ଉଭୟ ଇଞ୍ଜିନ ଶକ୍ତି ହରାନ୍ତି କିମ୍ବା ବିମାନ ଲିଫ୍ଟ ପାଇଁ ଆବଶ୍ୟକ ବେଗକୁ ହାସଲ କରି ନପାରେ। ଅବଶ୍ୟ ତଦନ୍ତ ପରେ ଏହା ସ୍ପଷ୍ଟ ହେବ।” ତାଙ୍କ କହିବା କଥା ଯେ ବିମାନର ଲ୍ୟାଣ୍ଡିଂ ଗିୟର ଉଡ଼ାଣ ଭରିବା ପରେ ମଧ୍ୟ ତଳମୁହାଁ ହୋଇ ରହିଥିଲା।

ଆଭିଏସନ ବିଶେଷଜ୍ଞ ସଞ୍ଜୟ ଲାଜର ମଧ୍ୟ ଏଥିରେ ଏକମତ ହୋଇଛନ୍ତି। ସେ କହିଛନ୍ତି, “କାହିଁକି ବିମାନ ଉପରକୁ ଉଠିବା ପାଇଁ ଶକ୍ତି ହାସଲ କରିପାରିଲା ନାହିଁ ବୋଲି ଯାଞ୍ଚ ପରେ ଜଣାପଡ଼ିବ। ଯଦି ଉଡ଼ାଣ ବେଳେ ବିମାନରେ ଏକାଧିକ ପକ୍ଷୀ ମାଡ଼ ହୋଇଥିବେ, ତା’ହେଲେ ଏହା କେବେ ହେଲେ ୬ରୁ ୭ ମିନିଟ ସମୟରୁ ଅଧିକ ସମୟ ଆକାଶ ପଥରେ ରହିପାରିବ ନାହିଁ। ଏହାପରେ ଏହା ତଳକୁ ଖସିବ। ଏୟାର ଇଣ୍ଡିଆ ବିମାନ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି। ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ କ୍ରାଶ ହୋଇଥିବା ବିମାନଟି ମାତ୍ର ୧୧ ବର୍ଷ ହେଲା ସେବା ଯୋଗାଉ ଥିଲା। ତେଣୁ ଏଥିରେ ବୈଷୟିକ ତ୍ରୁଟି ଦେଖା ଯିବାର ଆଶଙ୍କା କମ।” 

ସଞ୍ଜୟଙ୍କ କହିବା କଥା ଯେ ଏୟାର ପୋର୍ଟ ନିକଟରେ ଆବାସିକ ଅଞ୍ଚଳ ରହିଛି। ତେଣୁ ସେଠାରେ ପକ୍ଷୀ ରହିବାର ଆଶଙ୍କା ଅଧିକ। ପକ୍ଷୀଙ୍କ ଯୋଗୁ ବିମାନ କ୍ରାଶ ହୋଇଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। 

Air India Gujarat Plane Crash