/odisha-reporter/media/media_files/2026/01/28/plane12-2026-01-28-13-18-13.jpg)
ଅଜିତ ପାୱାର
ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଜୀବନ ନେଇଥିବା ଚାର୍ଟାର୍ଡ ବିମାନ ୨୦୨୩ ସେପ୍ଟେମ୍ବର ୨୦୨୩ରେ ମଧ୍ୟ ଦୁର୍ଘଟଣା(Plane Crash) ହୋଇଥିଲା। ୨୦୨୩ରେ ବିମାନଟି ମୁମ୍ବାଇ ଏୟାରପୋର୍ଟର ରନୱେରେ ଅବତରଣ କରୁଥିବା ବେଳେ ସ୍କିଡ କରି ଯାଇଥିଲା ଓ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।
ଏବେ ଏହି ଚାର୍ଟାର୍ଡ ବିମାନ ପୁଣି ଦୁର୍ଘଟଣା ଗ୍ରସ୍ତ ହୋଇ ବାରାମତୀ ଏୟାରପୋର୍ଟରେ ଜଳି ଯାଇଛି। ଏଥିରେ ଏନସିପି ମୁଖ୍ୟ ଅଜିତ ପାୱାର(Ajit Pawar) ଓ ଅନ୍ୟ ୪ ଜଣଙ୍କ ଜୀବନ ଯାଇଛି। କ୍ରାଶ ହୋଇଥିବା ବିମାନଟି ଗୋଟିଏ ଲିୟରଜେଟ ୪୫ ଓ ଏହାକୁ ଭିଏସଆର ଭେନଚର୍ସ ପରିଚାଳନା କରୁଥିଲା। ଏହି ଛୋଟ ବିମାନଟି ମୁମ୍ବାଇରୁ ସକାଳ ୮ଟାରେ ଉଡ଼ାଣ ଭରିଥିଲା।
୪୫ ମିନିଟ ପରେ ବାରାମତୀ ଏୟାରପୋର୍ଟର ରନୱେ ନିକଟରେ ଏହା ଲ୍ୟାଣ୍ଡିଂ ସମୟରେ କ୍ରାଶ କରି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନଟି ଜଳି ଯିବା ସହ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା।
ଭିଏସ୍ଆର ଆଭିଏସନର କ୍ୟାପ୍ଟେନ ଭିକେ ସିଂହ କହିଛନ୍ତି ଯେ ସମ୍ଭବତଃ ଦୁର୍ବଳ ଦୃଶ୍ୟମାନ ଯୋଗୁ ଏତେ ବଡ଼ ଘଟଣା ଘଟିଛି। ଏହା ଛଡ଼ା ଆଉ କିଛି ଜଣା ନଥିବା ସେ କହିଛନ୍ତି। ଅଜିତ ପାୱାର ବାରାମତୀରେ ଆୟୋଜିତ ୪ଟି ନିର୍ବାଚନୀ ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ବିମାନ କ୍ରାଶରେ ଆଖି ବୁଜିଛନ୍ତି।
୨୦୨୩ ସେପ୍ଟେମ୍ବର କ୍ରାଶ
ଭିଏସ୍ଆର ପକ୍ଷରୁ ପରିଚାଳିତ ଗୋଟିଏ ଲିୟରଜେଟ ୪୫ଏକ୍ସଆର ୨୦୨୩ ମସିହା ସେପ୍ଟେମ୍ବର ୧୪ରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟରେ କ୍ରାଶ ଲ୍ୟାଣ୍ଡିଂ କରୁଥିଲା। ପ୍ରବଳ ବର୍ଷା ଓ ଦୁର୍ବଳ ଭିଜିବିଲିଟୀ ସମୟରେ ଏପରି ସ୍ଥିତି ଦେଖାଯାଇଥିଲେ।
ବିମାନଟି ଗୋଟିଏ ଅଣ ଧାର୍ଯ୍ୟ ଯାତ୍ରୀବାହୀ ବିମାନ ଭାବେ କାର୍ଯ୍ୟ କରୁଥିଲା। ଏୟାରଲାଇନ ପରିବହନ ପାଇଲଟ ଲାଇସେନ୍ସ ରଖିଥିବା ଜଣେ ପାଇଲଟ ଇନ କମାଣ୍ଡ ଓ ବ୍ୟବସାୟିକ ବିମାନ ପାଇଲଟ ଲାଇସେନ୍ସ ରଖିଥିବା ଜଣେ ସହ ପାଇଲଟଙ୍କ ନିର୍ଦ୍ଦେଶରେ ଏହା କାର୍ଯ୍ୟକ୍ଷମ ଥିଲା। ବିମାନଟି ବିଶାଖାପଟନମରୁ ମୁମ୍ବାଇ ଆସୁଥିଲା ଓ ଏଥିରେ ୬ ଜଣ ଯାତ୍ରୀ ଥିଲେ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଗୋଟିଏ ରିପୋର୍ଟରେ କୁହାଯାଇଛି ଯେ ବିମାନଟି ବିଶାଖାପଟନମରୁ ସ୍ୱାଭାବିକ ଉଡ଼ାଣ ଭରିଥିଲା ଓ ଯାତ୍ରା ସମୟରେ କୌଣସି ସମସ୍ୟା ଘଟି ନଥିଲା। ବିମାନଟି ମୁମ୍ବାଇ ଟାୱାର ସହ ଯୋଗାଯୋଗ କରିବା ଲ୍ୟାଣ୍ଡିଂ ପାଇଁ ରନୱେ ୨୭କୁ ଧାର୍ଯ୍ୟ କରାଯାଇଥିଲା।
ଦିନ ପ୍ରାୟ ୧୧.୩୧ରେ ଏହା ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି ସମୟରେ ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିଲା ଓ ଭିଜିବିଲଟୀ ମଧ୍ୟ ବହୁତ ଖରାପ ଥିଲା। ତଥାପି ବିମାନର ପାଇଲଟ ଏହାକୁ ଲ୍ୟାଣ୍ଡ କରିଥିଲେ। କିନ୍ତୁ ଲ୍ୟାଣ୍ଡିଂ ସମୟରେ ଘଟିଥିଲା ଅଘଟଣ। ବିମାନଟି ରନୱେରେ ଖସି ଯିବା ସହ ଦୁଇ ଟ୍ୟାକ୍ସିୱେଜ ମଝିରେ ପିଟି ହୋଇ ଯାଇଥିଲା। ଏଥିଯୋଗୁ ବିମାନଟି ଦୁଇ ଭାଗ ହୋଇଯିବା ସହ ଏଥିରେ ନିଆଁ ଲଗା ଯାଇଥିଲା।
ତେବେ ଉଦ୍ଧାରକାରୀ ଟିମର ପଦକ୍ଷେପ ଯୋଗୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଏହା ମଧ୍ୟରୁ ବାହାର କରାଯାଇଥିଲା। ପ୍ରାରମ୍ଭିକ ଚିକିତ୍ସା ପରେ ପାଇଲଟ ଇନ କମାଣ୍ଡ ଓ ସମସ୍ତ ଯାତ୍ରୀ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। କିନ୍ତୁ ସହ ପାଇଲଟ ଗୁରୁତର ଆହତ ହୋଇଥିବାରୁ ଦୀର୍ଘ ଦିନ ଧରି ତାଙ୍କୁ ହସ୍ପିଟାଲରେ ରହିବାକୁ ପଡ଼ିଥିଲା।
୨୦୨୧ରେ ମେକ୍ସିକୋ ଏୟାରପୋର୍ଟରୁ ପରିଚାଳିତ ହେଉଥିବା ଗୋଟିଏ ଲିୟରଜେଟ ୪୫ଏକ୍ସଆର(୩୯୧୨) Xalapa-El Lencero ଏୟାରପୋର୍ଟରୁ ଉଡ଼ାଣ ଭରିବାର କିଛି କ୍ଷଣ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ୨୦୨୧ ଫେବୃଆରୀ ମାସରେ ହୋଇଥିବା ଏହି ବିମାନ ଦୁର୍ଘଟଣାରେ ସମସ୍ତ ୬ ଜଣଙ୍କ ଜୀବନ ଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
