ଜେଏନୟୁ ପରେ ଆଉ ଦୁଇ ବିଶ୍ୱବିଦ୍ୟାଳୟରେ ବିବିସି ଡ୍ୟକୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଯୋଜନା

ଦୁଇ ଦିନ ତଳେ ଦିଲ୍ଲୀର ଜେଏନୟୁରେ ଏହି ଡକ୍ୟୁମେଣ୍ଟାରୀକୁ ପ୍ରଦର୍ଶିତ କରାଯାଉଥିବା ବେଳେ ବେଶ ଉତ୍ତେଜନା ଦେଖାଯାଇଥିଲା।

BBC

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Hemant Lenka
  • Published: Friday, 27 January 2023
  • Updated: 27 January 2023, 01:27 PM IST

Sports

Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜରାଟ ଦଙ୍ଗା ଉପରେ ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଲାଗି ରହିଛି। ଏହାକୁ ଅପ୍ରଚାରଣର ଦସ୍ତାବିଜ କହି ଭାରତ ସରକାର ବ୍ୟାନ କରିଛନ୍ତି। ହେଲେ ଗୋଟିଏ ପରେ ଗୋଟିଏ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ସ୍କ୍ରିନିଂ ପାଇଁ ଯୋଜନା କରାଯାଉଛି।

ଦୁଇ ଦିନ ତଳେ ଦିଲ୍ଲୀର ଜେଏନୟୁରେ ଏହି ଡକ୍ୟୁମେଣ୍ଟାରୀକୁ ପ୍ରଦର୍ଶିତ କରାଯାଉଥିବା ବେଳେ ବେଶ ଉତ୍ତେଜନା ଦେଖାଯାଇଥିଲା। ହଠାତ୍‌ କ୍ୟାମ୍ପସର ଲାଇଟ୍‌ କାଟି ଦିଆଯାଇଥିବା ବେଳେ ଡକ୍ୟୁମେଣ୍ଟାରୀ ଦେଖୁଥିବା ପିଲାଙ୍କ ଉପରକୁ ପଥର ମାଡ଼ କରାଯାଇଥିଲା। ଏହାକୁ ନେଇ ବିବାଦ ଜାରି ରହିଥିବା ବେଳେ ଆଉ ଦୁଇଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ପାଇଁ ଯୋଜନା କରାଯାଉଛି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର ଛାତ୍ର ସଂଗଠନ ପକ୍ଷରୁ ବିବିସି ଡକ୍ୟୁମେଣ୍ଟାରୀକୁ ପ୍ରଦର୍ଶିତ କରାଯିବ ବୋଲି ଘୋଷଣା କରାଯାଇଛି। ଉଭୟ ବିଶ୍ୱବିଦ୍ୟାଳୟ ଦିଲ୍ଲୀର ଉତ୍ତର ଜିଲ୍ଲାରେ ରହିଛି। ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ପକ୍ଷରୁ ଏପରି ଘୋଷଣା କରାଯାଇଥିଲେ ହେଁ ପୁଲିସ୍‌ ଏହାକୁ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛି।

ପୁଲିସ୍‌ କହିଛି ଯେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ କୌଣସି ପ୍ରକାରର ଅନୁମତି ମିଳିନି। ଏଥିସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହା ବିରୋଧରେ ପୁଲିସ୍‌ ସହ ମଧ୍ୟ ଯୋଗାଯୋଗ କରିଛନ୍ତି। ଏହାପରେ ପୁଲିସ୍‌ ଶିକ୍ଷାର୍ଥୀଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ନ କରିବାକୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

Also Read

ସ୍ଥିତିକୁ ଦୃଷ୍ଟିରେ ପୁଲିସ୍‌ ପକ୍ଷରୁ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି। ଯଦି ଶିକ୍ଷାର୍ଥୀମାନେ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରିବେ, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ କହିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରୋକ୍ଟୋର ରଜନୀ ଆବ୍ବି କହିଛନ୍ତି, ଦିଲ୍ଲୀ ପୁଲିସ୍‌କୁ ଏନେଇ ଲିଖିତ ଭାବେ ଅବଗତ କରାଯାଇଛି। ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆମେ କେବେ ହେଲେ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ପାଇଁ ଅନୁମତି ଦେଇ ପାରିବୁ ନାହିଁ। କେହି ବି କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ମାଗି ନଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଡକ୍ୟୁମେଣ୍ଟାରୀ ବିବାଦକୁ ନେଇ ଜାମିଆ ମିଲିଆ ଇସଲାମିଆରେ ଆଜି ସବୁ କ୍ଲାସକୁ ବାତିଲ କରି ଦିଆଯାଇଛି। କିଛି ଶିକ୍ଷାର୍ଥୀ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଯୋଜନା କରୁଥିବା ବେଳେ ବିବାଦ ସୃଷ୍ଟି ହୋଇଥିଲା। ଉତ୍ତେଜନା ଲାଗି ରହିଥିବାରୁ କର୍ତ୍ତୃପକ୍ଷ କ୍ଲାସ ବାତିଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story